ବିଜେଡି ନେତ୍ରୀଙ୍କ ସ୍ୱାମି ଜମିଚୋର : ପଦ୍ମଲୋଚନ

ସିମୁଳିଆ: ବିଜେଡି ନେତ୍ରୀଙ୍କ ସ୍ୱାମି ଜମି ଚୋରି କରିଥିଲେବି ତାକୁ ପୁଲିସ କାହିଁକି ଗିରଫ କରୁନି ? ପୁଲିସ କାହିଁକି ସରକାରୀ ଦଳର ନେତାଙ୍କ ସହ ସାଲିସ କରୁଛି ? ସେମାନେ କଣ ଓଡିଶା ଲୋକ ଆମେ କଣ ଭଡାଟିଆ ! ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ସିମୁଳିଆ ଥାନା ସମ୍ମୁଖରେ ଗଣ ଧାରଣା ରେ କହିଲେ ନେତା । ସିମୁଳିଆ ବ୍ଲକର ୪୦ନଂ ଜିଲ୍ଲାପରିଷଦ ସଦସ୍ୟାଙ୍କ ସ୍ୱାମୀ କ୍ଷିତିଷ କୁମାର ମହାନ୍ତି ଚଞ୍ଚକତା କରି ଏ୧.୧୫ଡିସମିଲ ଜମିକୁ ନିଜ ନାମରେ କରାଇନେଇଥିଲେ । ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ମନୋରଂଜନ ସ୍ୱାଇଁ ଆର.ଟି.ଆଇ ମାଧ୍ୟମରେ ଖୋଳତାଡ କରି ୩୦.୦୯.୧୯ରିଖରେ ଏହି ୬ଜଣଙ୍କ ନାମରେ ସିମୁଳିଆ ତହସିଲଦାର,ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଠାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ବାଲେଶ୍ୱର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ହେବାପରେ ୨୧.୧୦.୧୯ରିଖ ଏକ କମିଟି ତଦନ୍ତ କରି କେସର ଫଇସଲା କରିଥିଲେ । ତେବେ ଏଥିରେ ୬ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଏମାନଙ୍କ ନାମରେ ସିମୁଳିଆ ଥାନାରେ ଏଫ.ଆଇ.ଆର ହୋଇଥିଲା । ମାତ୍ର ସିମୁଳିଆ ପୋଲିସର ରାଜନୈତିକ ଚାପ ଓ କୋହଳ ମନୋବୃତ୍ତି ରଖି ଆସାମୀ ମାନଙ୍କୁ ଗିରଫ ନ କରି ଟାଳଟୁଳ ନୀତି ଅବଲମ୍ବନ କରିବା ଅଭିଯୋଗରେ ଆଜି ସିମୁଳିଆ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଟା ଏବଂ ତାଙ୍କ ସମର୍ଥକ ମାନେ ଥାନା ସମ୍ମୁଖାରେ ଧାରଣାରେ ବସିଥିଲେ ଧାରଣା ସ୍ଥଳରେ ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁ,ବେଣୁମାଧବ ପଣ୍ଡା,ପୂର୍ବତନ ବିଧାୟକ ମାଧବାନନ୍ଦ ମଳିକ, ନୀଳମାଧବ ପଣ୍ଡାଙ୍କ ସହ ଶତାଧିକ ବିଜେପି କର୍ମୀ ଧାରଣା ସ୍ଥଳରେ ଉପସ୍ଥିତ ଥିଲେ । ବାଲେଶ୍ୱର ଏସ.ଡି.ପି.ଓ ପ୍ରଭାସ ଚନ୍ଦ୍ର ପାଲ ଧାରଣା ସ୍ଥଳରେ ଉପସ୍ଥିତ ରହି ତିନି ଦିନ ମଧ୍ୟରେ ଆସାମୀମାନଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

Leave a Reply

Your email address will not be published. Required fields are marked *