ଭଦ୍ରାମି ଭୂଲିଲେ ତହସିଲଦାର : ସାମ୍ବାଦିକଙ୍କୁ କୁଟି ଫେରାର

ନୀଳଗୀରି : ମରୁମରୁ ବଞ୍ଚିଲେ ସାମ୍ବାଦିକ , ସାମ୍ବାଦିକ ଏବଂ ସାମ୍ବାଦିକତାକୁ ନେଇ ଆଜି ଯେତେବେଳେ ନେତ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଭାଷଣରେ ବ୍ୟସ୍ତ ସେତେବେଳେ ସାମ୍ବାଦିକତା କରିବାକୁ ଯାଇଥିବା ସାମ୍ବାଦିକଙ୍କ ସହ ଦୁର୍ଘଟଣା ଘଟାଇ ତହସିଲଦାର ଫେରାର। ଅବଶ୍ୟ ଗୋଇଁଠା ମାରି ବିର୍ଣ୍ଣୁ କହିବାକୁ ଆସିଛନ୍ତି। ତାହାଯେ ତାଙ୍କର କୁମ୍ଭୀର କାନ୍ଧଣା ଯାହା ସମସ୍ତଙ୍କୁ ଜଣା ।

ଆଜି ଅପରାହ୍ନ ୪.୨୦ ମିନିଟ ସମୟରେ  ନୀଳଗୀରି ତହସିଲଦାର ଶୁଶ୍ରୀତା ଟୁଡୁ ଏକ ମେଟାଲ ବୋଝେଇ ଗାଡି ଜବତ କରିଥିଲେ। ଜବତ ହୋଇଥିବା ଗାଡିକୁ ତହସିଲଦାରଙ୍କ ନିର୍ଦେଶକ୍ରମ ତହସିଲଦାରଙ୍କ ଗାଡି ଡ୍ରାଇଭର ଜବତ ହୋଇଥିବା ଟ୍ରକୁକୁ ଚଲାଇଥିଲେ। ତହସିଲଦାର ନିଜ ସରକାରୀ ଗାଡି ଜାହାର ନମ୍ବର ORO1K7887 ନାମକ ସରକାରୀ ଗାଡିକୁ ଗାଡିକୁ ଚାଳାଉଥିବା ବେଳେ ନୀଳଗୀରିର ୨ ସାମ୍ଵାଦିକ ପ୍ରିୟନାଥ ବେହେରା ଓ ବିଶ୍ବମ୍ବର ଦାସ ସାମ୍ବାଦିକ ବାଇକ ଯୋଗେ ପଛପଟୁ ଯାଉଥିବା ସମୟରେ ହଟାତ ତହସିଲଦାର ନିଜ ଗାଡିରେ ବ୍ରେକ ମାରି ରାସ୍ତା ମଝିରେ ଠିଆ ହୋଇଯାଇଥିଲେ। ପଛ ପଟୁ ଯାଉଥିବା ସମ୍ବାଦିକଙ୍କ ବାଇକ ଯାଇ ତହସିଲଦାରଙ୍କ ଗାଡିରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇ ସାମ୍ବାଦିକ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ସରକାରିୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଦୁର୍ଘଟଣା କରି ସାରିବା ପରେ ନିଜର ହିତାହିତ ଜ୍ଞାନ ଭୁଲି ପଳାତକଙ୍କ ଭଳି ଦୁର୍ଘଟଣା ସ୍ଥାନରୁ ତହସିଲଦାର ଖସି ପଳାଇଯାଇଥିଲେ। ଯାହା ତାଙ୍କର ଅଭାଦ୍ରାମିକୁ ସାମ୍ନାକୁ ଆଣିଛି। ଘଟଣାର ଖବର ପାଇ ନିଳଗୀରି ଡାକ୍ତରଖାନାରେ ସ୍ଥାନୀୟ ସାମ୍ବାଦିକଙ୍କ ସହ ରାଜନେତା ଓ ସରକାରୀ କର୍ମଚାରୀ ଭିଡ ଜମିଛି। ତେବେ ସୂଚନା ଅନୁଶାରେ ଦୁଇ ସାମ୍ବାଦିକଙ୍କ ମଧ୍ୟରୁ ଜଣକର ହାତ ଭାଙ୍ଗିଥିବା ବେଳେ ଜଣଙ୍କର ଗୋଡ ଭାଙ୍ଗିଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *