ନିଳଗିରୀ ସବରେଜେଷ୍ଟି ଅଫିସରେ ଯାଲିଆତି : ଆଇନିର ଆଶ୍ରୟ ନେଲେ ମହିଳା

ନୀଳଗିରି ,ଔପଦା : ନୀଳଗିରି ସବରେଷ୍ଟ୍ରରେ ବେଆଇନ ଭାବେ ଜମିରେଷ୍ଟି କରାଯାଇଥିବା ନେଇ ଏକ ଅଭିଯୋଗ ଜଣେ ମହିଳା କରିଛନ୍ତି ା ତାଙ୍କ ଅଭିଯୋଗ ମୂଳା ଏହି ବେଆଇନ କାର୍ଯ୍ୟରେ କେତେଜଣ ସରକାରୀ ବାବୁଙ୍କ ହାତ ରହିଛି ା  ମିଳିଥିବା ତଥ୍ୟମୁଳେ ନୀଳଗିରି ସବରେଜିଷ୍ଟରଙ୍କ ଅଧିନରେ ଥିବା ଔପଦା ଜଗନ୍ନାଥପୁର ଗ୍ରାମର ଶ୍ରୀମତୀ ବାସନ୍ତୀ ରାଉତ ପିତା ଉପେନ୍ଦ୍ର ରାଉତ, ସ୍ବାମୀ, ଭଗବାନ ରାଉତ ସେହି ଜଗନ୍ନାଥପୁର ଗ୍ରାମର ବାୟିଣୀ ସ୍,ସ୍ବାମୀ ସ୍ବଗର୍ତ ବିଶ୍ବନାଥ ସ୍,ଙ୍କ ଠାରୁ ଗତ ୨୮,୦୩,୧୯୯୦ ମସିହାରେ ଖାତା ନମ୍ବର(ଏମ୍,ଏସ୍)୧୦୬ପ୍ଲଟ ନମ୍ବର୭୯୫ମୋଟଜମି ଏ୧,୦୩ସ୍କ ରୁ ଏ୦,୨୩ଡିସିମିଲି ଶାରଦ ଜଳଜମି କିଣି ଥିଲେ। କିଣିବା ସମୟରେ ବାସନ୍ତୀ ରାଉତ ଙ୍କର ବୟସ୬ବର୍ଷ ହୋଇ ଥିବାରୁ ମାତା ରମାମଣି ରାଉତ କବଲା ରେ ଗାରର୍ଜନ ପଡି କବଲା କରାଯାଇଥିଲା। ଉକ୍ତ ଜମିକୁ ସେହି ଜଗନ୍ନାଥପୁର ଗ୍ରାମର ଜଗବନ୍ଧୁ ଲେଙ୍କା ପିତା ଅପ୍ରତ୍ତୀ ଲେଙ୍କା ବ୍ଯକ୍ତି ଗତ ତା ୩୦,୦୩,୨୦୦୧ମସିହାରେ ନିଳଗିରୀ ସବରେଜେଷ୍ଟି ଅଫିସରେ ରେଜିଷ୍ଟ୍ରେସନ କରିନେଇଛନ୍ତି। କବଲା ରେଜିଷ୍ଟ୍ରେସନ ନମ୍ବର ୬୦୪ ଏ ୦,୨୩ଡିସିମିଲି ଅଟେ।ବଡ ଆଶ୍ଚର୍ଯ୍ୟ ର ବିଷୟ କବଲା ହେବା ଦିନ ବାସନ୍ତୀ ରାଉତ କିମ୍ବା ମାତା ରମାମଣି ରାଉତ ସବ୍ରରେଜେଷ୍ଟି ଅଫିସ କୁ ଯାଇନଥିଲେ।କବଲା ହେବା ଦିନ ବାସନ୍ତୀ ରାଉତ ର ବୟସ ୧୬ବର୍ଷ ୧୧ମାସ ୨୦ଦିନ ହେବା ସ୍ଥଳେ କିପରି ୧୯ବର୍ଷ କହି କବଲା କରାଯାଇଛି ତାହା ଏବେ ପ୍ରଶ୍ନ ଉଠେ, ମାତା ଗାରର୍ଜନ ହିସାବରେ କବଲା ରେ ଦସ୍ତଖତ ନାହିଁ, ଜାଲକରି ବାସନ୍ତୀ ରାଉତ ପିତ ଉପେନ୍ଦ୍ର ରାଉତ ଙ୍କ ଦସ୍ତଖତ କରି ଜାଲ କବଲା କରି ଜଗବନ୍ଧୁ ଲେଙ୍କା ନିଜ ନାମରେ ରଘୁପତି ବନ୍ଦୋବସ୍ତ ସମୟରେ ଖତିଆନ ପଟ୍ଟା କରି ଗତ ତା୦୭,୦୯,୨୦୧୩ ମସିହାରେ ଔପଦା ବ୍କକର କଷିଗଢିଆ, ଦରଖୋଳିର ଆଦିକନ୍ଦ ବେହେରା ଜାଲିଆତି କବଲାରୁ ଜାଲକବଲା ଦେଇଥିଲେ। ଜାଲକବଲା ବିଷୟରେ ଆଦିକନ୍ଦ ବେହେରା ଜାଣିବା ପରେ ଚଳିତ ବର୍ଷ ତା୨୮,୦୮,୨୦୧୯ ମସିହାରେ ଆଦିକନ୍ଦ ବେହେରା ସେହି ଔପଦା ବ୍କକର ଜଗନ୍ନାଥପୁର ଗ୍ରାମର ଉପେନ୍ଦ୍ର ସ୍ବାଇଁ ଏବଂ ମାଟିଗଢା ଗ୍ରାମର ଗୋବିନ୍ଦ ପୃଷ୍ଟି ଦୁଇ ଜଣଙ୍କୁ ପୃଥକ ପୃଥକ ଭାବେ ଜାଲକବଲା କରିଛନ୍ତି ବୋଲି ଅଭଯୋଗକାରିଣୀ ଅଭିଯୋଗ କରିଛନ୍ତି ଏଥିସହ ସେ ନିଳଗିରୀ ଅଦାଲତରେ ଆଶ୍ରୟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *