ଭତ୍ତା ନେଉଛି ଭୂତ : ଜଳେଶ୍ବରରେ ୫ଟି ଫେଲ

ଜଳେଶ୍ବର : ( ସଂଜୟ ଦାସ ) ବାର୍ଦ୍ଧକ୍ୟ ଭତ୍ତା ହେଉକି ବିଧବା ଭତ୍ତା ବଞ୍ଚିଲା ଲୋକ ପାଇଁ କିନ୍ତୁ ତାହା ଜଦି ମଲା ଲୋକ ନିଏ ତାହାଲେ କଣ କୁହାଜିବ ? କେବଳ ଏଇଆ ହିଁ କୁହାଯାଇ ପାରିବ ଭୂତ ନେଉଛି ଭତ୍ତା ତେବେ ସେଇ ଭୂତ ନାମରେ କାର୍ଯ୍ୟାନୁଷ୍ଠାନ ହେଲେ ଆଉ ଭତ୍ତା ଜନ୍ମନେଇ ନପାରନ୍ତି । ତେବେ ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଳକରେ । ଯେତେବେଳେ ସରକାରଙ୍କ ୩୦୦/- ଟଙ୍କା ଲୋକଙ୍କୁ ଭତ୍ତା ଦିଆ ଯାଉଥିଲା ପରେ ଆରମ୍ଭ ହେଲା ୫୦୦/- ଟଙ୍କା । ଏସବୁ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ସରକାରଙ୍କ କର୍ମଚରୀ ମାନେ ସଠିକ ଭାବେ ତଦନ୍ତ ନକରି ଭତ୍ତା ପାଉଥିବା ଲୋକଙ୍କ ମଧ୍ୟରୁ ମରିଯାଇଥିବା ଲୋକଙ୍କୁ ବର୍ଷ ବର୍ଷ ଧରି ଭତ୍ତା ଦେଲେ କେମିତି । ସବୁଠୁ ବଡ଼ କଥା ଯେ ଭୂତ ଭତ୍ତା ନେବାଟା ଦୋଷ ନା ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ଦୋଷ । ତେବେ ଏଭଳି ଘଟଣା ଗତ ସପ୍ତାହରେ ବିଭିନ୍ନ ପଂଚାୟତର ଘୁଟାଲା ପଦାକୁ ଆସିଛି। ମାତ୍ର ଏହି ଭତ୍ତା ବଣ୍ଟନର ମହାଚଞ୍ଚକତା ଧୀରେ ଧୀରେ ଗୁମର ଫିଟୁଛି । ଯାହାକି ଖୋଦ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପଞ୍ଚାୟତ ଖୁଆଡ଼ରେ ବି ମାସ ମାସ ଧରି ଭୂତ ନେଇଛି ଭତ୍ତା , ସେହିପରି ବରଡ଼ିହା,ବାଇଗଣବାଡ଼ିଆ
ପଶ୍ଚିମବାଡ଼ , ସୁଗ ଓ ନଛିମପୁର ପଞ୍ଚାୟତର ବହୁ ଭୂତ ହିତାଧିକାରୀ ନେଇଛନ୍ତି ଭତ୍ତା । ନଛିମପୁର ପଂଚାୟତର ପାଟରାଣୀ ଦତ୍ତ-ନଂ ୨୯ – ତା ୪/୦୫/୧୮ , ମୁଖମଣୀ ସାହୁ ନଂ-୪୪ ତା ୨୧/୧୨/୧୮,ଵିଭୂତି ପାତ୍ର-ନଂ୧୭ ତା ୩୦/୧୨/୧୮, ସୀତା ଗିରି- ନଂ ୪୫ ତା ୨୫/୧୨/୧୮,ଲକ୍ଷ୍ମୀନାରାୟଣ ପାତ୍ର -ନଂ ୩ ତା ୦୬/୧୨/୧୮, ରାଖାଲ ଚନ୍ଦ୍ର ପ୍ରଧାନ – ନଂ ୮୧ ତା ୩୧/୦୧ ୧୮, ରବୀନ୍ଦ୍ର ସେନାପତି-ନଂ ୨୫ ତା ୦୮/୧୨/୧୮ ପ୍ରମୁଖ ନେଇଛନ୍ତି ସରକାରଙ୍କ ଟଙ୍କା । ତେବେ ସତରେ ଏହି ଭୂତ ସବୁ ନେଇଛନ୍ତି ଭତ୍ତା ନା ଭତ୍ତା ବଣ୍ଟନ ଦାଇତ୍ଵରେ ଥିବା ଅଧିକାରୀ ଭୂତ ନାମରେ ସରକାରଙ୍କ ଅର୍ଥକୁ କରିଛନ୍ତି ବାଟମାରଣା । ଆଉ ଏସବୁର ଚଞ୍ଚକତାକୁ ସଠିକ ଭାବେ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସିବା ସହିତ ଧରାପଡ଼ିବ କିଏ ସେ ଭତ୍ତା ଟଙ୍କା ଆତ୍ମସାତ କରିଥିବାର ମୁଖ୍ୟ ଅଭିଯୁକ୍ତ । ଏପଟେ ଖୋଦ ରାଜ୍ୟର ମୁଖିଆ ରାଜ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି ଆରମ୍ଭ କରିଥିଲେ ବି ଜଳେଶ୍ବରରେ ତାହା ଫେଲ ବୋଲି ପ୍ରମାଣିତ ହୋଇଛି ା ତେବେ ସରକାରୀ ବାବୁମାନେ ଏ ଲୂତ ମାନଙ୍କୁ ଭତ୍ତା ଦେବା ପାଇଁ ବିଭିନ୍ନ ଜାଲିଆତି କରିଛନ୍ତି ଯାହା ଢୁଲୋ ଭିତରେ ମୂଷା ସଦ୍ରୁଶ। ତେବେ ଖାଲି ଦେଖିବାକୁ ବାକି ରହିଲା କେବେ ମୂଷା ଦଣ୍ଡ ପାଉଛି ।

Leave a Reply

Your email address will not be published. Required fields are marked *