ସୋର : ଚାଷୀଙ୍କ ପାଇଁ ପ୍ରଥମ ଥର ପାଇଁ ସୋରରେ ଆନ୍ଦୋଳନ କରିବ ଅଖିଳ ଭାରତ କୃଷକ ସଭା । ଦେଶକୁ ଆହାର ଯୋଗାଉଥିବା ଚାଷୀଜେ ଆଜି ଗମ୍ଭିର ସମସ୍ୟା ଦେଇ ଗତି କରୁଛି ଏଥିରେ କିଛି ଦ୍ୱୀଧା ନାହିଁ । କେନ୍ଦ୍ର ତଥା ରାଜ୍ୟ ସରକାର ଉଭୟ ବଡ ବଡ ବେସରକାରୀ ସଂସ୍ଥାଙ୍କ ଗେହ୍ଲାପୁଅ ସଜାଇ ଚାଷୀ କୂଳକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛନ୍ତି । ଏଭଳି ଏକ ସମୟରେ ଜେତେବେଳେ ବୁଲ୍ ବୁଲ୍ ଭଳି ଏକ ବାତ୍ୟା ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିରୁଜି ଛାର ଖାର କରିଛି ସେତେବେଳେ ସରକାର ଜେଉଁ ପଦ୍ଧତିରେ କ୍ଷତିପୁରଣ ନିରୁପଣର ନିସ୍ପତି ନେଇଛନ୍ତି ସେଥିରେ ଗ୍ରାମାଞ୍ଚଳରେ ଦଳିୟ ଦଲାଲଙ୍କର ସିନା ଉନ୍ନତି ହେବ କିନ୍ତୁ ଚାଷୀ ତାର କ୍ଷତିପୁରଣ ପାଇ ପାରିବ ନାହିଁ । ତେଣୁ ଚାଷରକ୍ଷତି ନିରୁପଣ ପଦ୍ଧତିରେ ସରକାର ଚାଷୀଙ୍କୁ ସାମିଲ କରାଇ ନିରୁପଣର ପରିମାଣ ସ୍ଥିର କଲେ ଗ୍ରାମାଞ୍ଚଳ ଚାଷୀ ଉପକୃତ ହୋଇପାରିବେ ବୋଲି ମତଦେଇଛନ୍ତି ଅଖିଳ ଭାରତ କୃଷକ ସଭାର ସୋର ,ବାହାନଗା ଅଞ୍ଚଳ କମିଟିର ସଭ୍ୟମାନେ । ଏଥିସହ ସେମାନେ ଆଗାମି ୨୧ ତାରିଖ ଏକ ବଡ ଆନ୍ଦୋଳନର ଚେତାବନି ଦେଇଛନ୍ତି । ଏଥିରେ ବରିଷ୍ଟ କୃଷକ ନେତା ରମାକାନ୍ତ ନାୟକ,ପ୍ରଦିପ କୁମାର ଦାସ, ସତ୍ୟ ପାଣିଗ୍ରାହି,ରବିନ୍ଦ୍ର ପଣ୍ଡା,ଶୀତାରମ ସାହୁ, କୈଳାସ ମହାରଣା, ପାକନ ମହାରଣା,ସୁରେନ୍ଦ୍ର ଜେନା,ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
