ଜଳେଶ୍ବର : ( ସଂଜୟ ଦାସ ) ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରପୃଷ୍ଟରେ ପହଞ୍ଚିବା ସମ୍ଭବ ହୋଇଥିଲେ ବି ଏବେବି ସମାଜରୁ ଦୁର ହୋଇନାହିଁ ଅନ୍ଧବିଶ୍ୱାସ । ଆଉ ମଣିଷ ମନରୁ ଛାଡିଯାଇନାହିଁ ଗୁଣିଗାରେଡିଙ୍କ ଫୁଙ୍କା ଝଡାର ନିଶା । ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ ରାଣୀଗୁଡା ଗାଁରେ । ଜଣେ ୧୦ ବର୍ଷର ପିଲାକୁ ଭୂତ ଲାଗିଥିବା କହି ଭୂତ ଛଡ଼ାଇବା ନାଁରେ ଗୁଣିଆ ସ୍ୱାମୀ ଓ ସ୍ତ୍ରୀ ମିଶି ପିଲାଟିକୁ ବାଡ଼ିରେ ନିର୍ଧୁମ ପିଟିଲେ ଓ ଜୋତା ଖୁଆଇଲେ । ସୂଚନାରୁ ଜଣାପଡିଛି କି ଭୋଗରାଇ ବ୍ଳକ ମହାଗବ ଗାଁ ସାମଲ ଘରର ଜଣେ ୭ ବର୍ଷ ପିଲାକୁ ଭୂତ ଲାଗିଥିବା ଅନୁମାନ କରି ପିଲାର ବାପା ଓ କାକା ସେହି ବ୍ଳକ ଅନ୍ତର୍ଗତ ରାଣୀଗୁଡା ଗ୍ରାମର “ଗୁଣିଆ” ଅଜୟ ରାଉଳ ( ଚୁଣ୍ଟିଆ ) ପାଖକୁ ଆଣିଥିଲେ । “ଗୁଣିଆ” ଅଜୟ ରାଉଳ (ଚୁଣ୍ଟିଆ) ଓ ସ୍ତ୍ରୀ ଦୁହେଁ ପିଲାକୁ ଦେଖି ଭୂତ ଲାଗିଛି କହି ନିଜ ରାଣୀଗୁଡା ଗାଁ ରାସ୍ତାଉପରେ ସର୍ବସମ୍ମୁଖରେ ପିଲାଟିକୁ ବାଡ଼ିରେ ନିର୍ଧୁମ ମାଡ଼ ମାରିବା ଓ ଜବରଦସ୍ତ ଜୋତା ଖୁଆଇବା ପରେ ପିଲାଟି ଘଟଣା ସ୍ଥଳରେ ଅସୁସ୍ତ ହୋଇପଡିଥିଲେବି ଗୁଣିଆ ସ୍ୱାମୀ-ସ୍ତ୍ରୀ ମାଡ଼ମାରିବାରୁ ପଛାଉ ନଥିଲେ । ପିଲାଟିର ଅବସ୍ଥା ସଙ୍ଗିନ ହେବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ପରେ ଘଟଣା ସମ୍ପର୍କରେ ଖବର ପାଇ କମରଦା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । କଥାହେଉଛି ଶିକ୍ଷିତ ସମାଜରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କେତେ ତଳକୁ ମଣିଷ ଖସି ଯାଇପାରେ । ତେବେ ଏଭଳି ଦୋଶିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନିହାତି ଆବଶ୍ୟକ ା
