ରାୟ: ବିବାଦୀୟ ଜମିରେ ନିର୍ମାଣ ହେବ ରାମମନ୍ଦିର

ନୂଆଦିଲ୍ଲୀ: ଆସିଲା ଦେଶର ଆଉ ଏକ ବଡ଼ ରାୟ । ବିବାଦୀୟ ଜମି ଏବେ ହିନ୍ଦୁଙ୍କର ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ସେଠାରେ ହିଁ ନିର୍ମାଣ ହେବ ରାମ ମନ୍ଦିର । ଅଯୋଧ୍ୟା ବିବାଦ ଉପରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନିଷ୍ପତ୍ତି ପଢିବା ଆରମ୍ଭ କରିଦେଇଛନ୍ତି । ସର୍ବ ପ୍ରଥମେ ମୁଖ୍ୟ ବିଚାରପତି ଶିୟା ଓ୍ୱାକଫ ବୋର୍ଡର ଯାଚିକା ଖାରଜ୍‌ କରିଥିଲେ । ଏହାପରେ ନିର୍ମୋହି ଆଖଡାର ମଧ୍ୟୟାଚିକା ଖାରଜ୍‌ କରିଛନ୍ତି ମୁଖ୍ୟ ବିଚାରପତି ।  ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ 5 ଜଣିଆ ଖଣ୍ଡପିଠରେ ଏହି ନିଷ୍ପତ୍ତିରେ ଶୁଣାଯାଉଛି । କୋର୍ଟ କହିଛନ୍ତି ଯେ, ଏଏସଆଇର ରିପୋର୍ଟ ଅନୂଯାୟୀ ମସଜିଦ୍‌ ଖାଲି ଯାଗା ଉପରେ ଗଢାଯାଇନଥିଲା । ଏଥିସହିତ କୋର୍ଟ କହିଛନ୍ତି ଯେ, ଏଏସଆଇ ରିପୋର୍ଟ ଅନୁସାରେ ମନ୍ଦିର ଭାଙ୍ଗି ମସଜିଦ୍‌ ଗଢିବାର କିଛି ଦୃଢ ପ୍ରମାଣ ନାହିଁ । କିନ୍ତୁ ସେଠାରେ ମାତା ସୀତାଙ୍କର ରୋଷେଇ ଘଣ ଥିବା ପ୍ରମାଣ ଦେଇଛି ଏଏସ୍‌ଆଇ । ଏହା ସହ ହିନ୍ଦୁ ଷ୍ଟ୍ରକ୍ଚର ଭାଙ୍ଗି ସେଠାରେ ମସ୍‌ଜିଦ୍‌ ନିର୍ମାଣ ହୋଇଛି ବୋଲି ଏଏସ୍‌ଆଇ ଦେଇଥିବା ତଥ୍ୟରୁ ପ୍ରମାଣ ମିଳିଛି ।

ବହୁ ପ୍ରତିକ୍ଷିତ ଅଯୋଧ୍ୟା ଜମି ବିବାଦର ଆଜି ପ୍ରକାଶ ପାଇଛି ରାୟ ।  ଦୀର୍ଘ 70 ବର୍ଷର ପୁରୁଣା ମାମଲା ଅଯୋଧ୍ୟା ଜମି ବିବାଦର ରାୟ ପ୍ରକାଶ ପାଇଛି । ମୁଖ୍ୟ ନ୍ୟାୟଧିଶ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ 5 ଜଣିଆ ଖଣ୍ଡପୀଠ ଏହି ଐତିହାସିକ  ରାୟ ପ୍ରକାଶ କରିଛନ୍ତି । ପୁରା ଦେଶବାସୀ ଏହି ରାୟ ଉପରେ ତିକ୍ଷ୍ଣ ନଜର ରଖିଥିଲେ । ଏହି ରାୟକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରୀମାନଙ୍କୁ ଅଯୋଧ୍ୟା ନିଷ୍ପତ୍ତି ଆସିବା ଉପରେ କୌଣସି ପ୍ରକାର ଅନାବଶ୍ୟକ ବୟାନ ନଦେବା ଓ ଏହି ରାୟ ଯାହା ବି ଆସୁ ବିଚଳିତ ନହୋଇ ସମ୍ମାନର ସହ ଗ୍ରହଣ କରିବାକୁ ଦେଶବାସୀଙ୍କୁ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି ।

ଏହି ଐତିହାସିକ ରାୟ ପରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଅଯୋଧ୍ୟରେ ଧାରା 144 ଲାଗୁ କରାଯାଇଛି । ଏଥିସହିତ ସୁରକ୍ଷା  ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଯୋଧ୍ୟାରେ ସିଆରପିଏଫର 4000 ଯବାନଙ୍କୁ ମୁତୟନ କରାଯାଇଛି । ରାଜ୍ୟର ସମସ୍ତ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ଏବଂ ଏହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ଯେ, ଦେଶରେ କେଉଁଠି ବି ଅପ୍ରିତିକର ଘଟଣା ନ ଘଟୁ ସେଥିପ୍ରତି କଡା ନଜର ରଖାଯାଇଛି । ଡ୍ରୋନ ମାଧ୍ୟମରେ ଅଯୋଧ୍ୟା ସହର ଉପରେ ତିକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଅଯୋଧ୍ୟାକୁ ନେଇ ସ୍ଥାନୀୟ ପ୍ରାଶାସନ ଦ୍ୱାରା କିଛି କିମିଟି ଗଠନ କରାଯାଇଛି । ଏହି କମିଟିରେ ସାମିଲ୍‌ ହୋଇଥିବା ଲୋକମାନେ ଜିଲ୍ଳାର ଗାଁ ଗୁଡ଼ିକୁ ଯାଇ ଶାନ୍ତି ଓ ପ୍ରେମ ବଜାୟ ରଖିବା ପାଇଁ  ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *