ଜ୍ୟୋତିଙ୍କ ଜ୍ୟୋତି ଖସିବକି ? ସିମୁଳିଆ ମହାବିଦ୍ୟାଳୟର ମହାଦୁର୍ନିତୀ, ମନ୍ତ୍ରୀଙ୍କ ଭାଗ କେତେ ?

ସିମୁଳିଆ : ସିମୁଳିଆ ମହାବିଦ୍ୟାଳୟ ମାର୍କୋଣାରେ ୨୦୧୬ରୁ ୨୦୧୯ମସିହା ମଧ୍ୟରେ କୋଟି କୋଟି ଟଙ୍କାର ମହା ଦୁର୍ନିତୀ ହୋଇଥିବାର ସୂଚନା ଅଧିକାର ଆଇନ ଅନୁଯାୟୀ ଜଣାପଡିଛି । ମିଳିଥିବା ତଥ୍ୟ ଅନୁସାରେ କଲେଜର ୧କୋଟି ୨୫ଲକ୍ଷ ୬୪ହଜାର ୫୩୬ଟଙ୍କା ଓ ବ୍ୟାଙ୍କ ଖାତାରୁ ୪୫ଲକ୍ଷ ୫୮ହଜାର ୭୧୨ଟଙ୍କା ସମୁଦାୟ ୨କୋଟି ୨୭ଲକ୍ଷ ୬୦ହଜାର ୯୪୧ଟଙ୍କାର କୈାଣସି ସନ୍ତୋଶ ଜନକ ହିସାବ ଦିଆଯାଇପାରି ନାହିଁ । ତେବେ ଅଭିଯୋଗ ମୂଳେ ଉକ୍ତ ଅର୍ଥଆତ୍ମସାତ କରାଯାଇଥିବା ଜଣାଯାଇଛି ।
କଳଙ୍କର କାଳିରେ କଳାପଡିଜିବେକି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି ! ଦୁର୍ନୀତିର ଅନ୍ଧାରି ମୁଲକରେ ବାନ୍ଧି ହେବେକି ପାଣିଗ୍ରାହି ! ମନ୍ତ୍ରୀଙ୍କ ମନ୍ତ୍ରୀ ପଦ ଛଡାଇନେବକି ମହାନିଦ୍ୟାଳୟ ଦୁର୍ନୀତି ! ସରକାରଙ୍କ ୫ଟି କଣ ଶକ୍ରୀୟ ହେବ ମନ୍ତ୍ରୀଙ୍କ ପାଖରେ ! ଆଜିର ମନ୍ତ୍ରୀ ବା ସତେବେଳର ବିଧାୟକ ଥିଲେ ଉକ୍ତ ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସେ କେମିତି ଯାଣି ପାରି ନଥିଲେ ଏତେବଡ ଦୁର୍ନୀତି ସମ୍ପର୍କରେ ? ତାହାଲେ କଣ ସେ ଯୋଗ୍ୟ ନଥିଲେ ଉପରୋକ୍ତ ପଦବି ପାଇଁ ? ଜଦି ଯୋଗ୍ୟଥିଲେ ଏବଂ ତାଙ୍କ ଜାଣତରେ ଏ ଦୁର୍ନୀତି ହୋଇଛି କାହିଁକି ତାଙ୍କୁ ଏ ମହାଦୁର୍ନିତିରେ ସମ୍ପୃକ୍ତ କରାଯାଉନି ? କେହିଁକି ଖସିଯାଉଛନ୍ତି ସିମୁଳିଆ ବିଧାୟକ ବା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି । ସରକାର ମହାବିଦ୍ବେୟାଳୟ ମାନଙ୍କରେ ବିଧାୟକ ମାନଙ୍କୁ ତଦାରଖର ଦାଇତ୍ବ ଦେବାର ପରିଣାମ କଣ ଏମିତି ା କଣ ମୁଖ୍ୟମନ୍ତ୍ରୀ କହିବେ ଆଇନ ତା ବାଟରେ ଯାଉଛି , କୁଆଡେ ଗଲା ଆଇନ ? ଏଭଳି ମହାଦୁର୍ନୀତିରେ ଆଇନ ତା ବାଟରେ ଜିବତ ? ଏହିଦୁର୍ନୀତିରେ ମନ୍ତ୍ରୀଙ୍କ ଭାଗ ଅଛି କି ନାହିଁ ଜଦି ନାହିଁ ସେ ସ୍ପଷ୍ଟି କରଣ ଦିଅନ୍ତୁ ଜଦି ଅଛି କେତେ ସ୍ପଷ୍ଟ କରନ୍ତୁ । ଜିବି ବୈଠକର ବିନା ନିସ୍ପତିରେ କେମିତି ଟଙ୍କା ଉଠାଗଲା ? କାହିଁକି ନିରବ ଥିଲେ ମନ୍ତ୍ରୀ ? ଇଏ ସଚୋଟ ନା ଦୁର୍ନୀତି ଖୋର ?
ସିମୁଳିଆ ମହାବିଦ୍ୟାଳୟ ମାର୍କୋଣାରେ ୨୦୧୬ରୁ ୨୦୧୯ମସିହା ମଧ୍ୟରେ କୋଟି କୋଟି ଟଙ୍କାର ମହା ଦୁର୍ନିତୀ ହୋଇଥିବାର ସୂଚନା ଅଧିକାର ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଆଧାରରେ ମାନ୍ୟବର ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥମାମଲା ରୁଜୁ ହୋଇଛିି । ମାତ୍ର ୨୦୧୬ମସିହା ଜୁନ ୨୯ତାରିଖରୁ ୨୦୧୯ମସିହା ଜୁଲାଇ ମାସ ୩୧ତାରିଖ ମଧ୍ୟରେ ଅଧ୍ୟକ୍ଷରୂପେ କାର୍ଯ୍ୟ କରିଥିବା ଅଜୟ କୁମାର ପଣ୍ଡାଙ୍କ ସମୟରେ କୋଟି କୋଟି ଟଙ୍କା ମହାଦୁର୍ନିତୀ ହୋଇଥିବା ଘଟଣା ପଦାକୁ ଆସିଛି । ଅଜୟ କୁମାର ପଣ୍ଡା ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେଇଥିବା ସମୟରେ ବହୁ ବିବାଦରେ ଛନ୍ଦି ହୋଇ ଗତ ତା ୩୧.୦୭.୧୯ରିଖରେ ସୋରସ୍ଥିତ ଉପେନ୍ଦ୍ର ନାଥ ମହାବିଦ୍ୟାଳୟକୁ ବଦଳି ହୋଇଥିଲେ । ପରବର୍ତ୍ତି ସମୟରେ ଡ.ଚିନ୍ମୟୀ ସେନାପତି କଲେଜର ଅଧ୍ୟକ୍ଷାରୂପେ ଦାୟିତ୍ୱ ଗ୍ରହଣ ପରେ ଏହି ଦୁର୍ନିତୀର ତଦନ୍ତ ନିମନ୍ତେ ବାଲେଶ୍ୱରସ୍ଥିତ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିବେଦନ କରିଥିଲେ । ୨୦୧୬ରୁ ୨୦୧୯ମସିହା ମଧ୍ୟରେ କଲେଜର ସମସ୍ତ ଆୟ-ବ୍ୟୟ,ନୂତନ ନିଯୁକ୍ତି,ଗୃହ ନିର୍ମାଣ,ପୋଖରୀ ଖନନ,ବଗିଚା କାର୍ଯ୍ୟ, ଓ ସମସ୍ତ ଜିନିଷପତ୍ର କ୍ରୟ ସମନ୍ଧରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ କର୍ମୀ ତଥା ସାମ୍ବାଦିକ ହରିଶ ଚନ୍ଦ୍ର ସ,ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ନିମନ୍ତେ ଆବେଦନ କରିଥିଲେ । ଏହି ଆଇନ ଅନୁଯାୟୀ ମିଳିଥିବା ତଥ୍ୟ ଅନୁସାରେ କଲେଜର । ୧କୋଟି୨୫ଲକ୍ଷ୬୪ହଜାର୫୩୬ଟଙ୍କା ଓ ବ୍ୟାଙ୍କ ଖାତାରୁ ୪୫ଲକ୍ଷ୫୮ହଜାର୭୧୨ଟଙ୍କା ସମୁଦାୟ ୨କୋଟି୨୭ଲକ୍ଷ୬୦ହଜାର ୯୪୧ଟଙ୍କା ର କୈ÷ାଣସି ସନ୍ତୋଶ ଜନକ ହିସାବ ଦେଇପାରି ନଥିବା ବେଳେ ଅଭିଯୋଗ ମୂଳେ ଉକ୍ତ ଅର୍ଥଆତ୍ମସାତ କରାଯାଇଥିବା ଜଣାଯାଇଛି । ଏହି ମହାଦୁର୍ନିତୀର ଉପଯୁକ୍ତ ତଦନ୍ତ ଦାବୀ କରିବା ସହିତ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ଆବେଦନକାରୀ ହରିଶ ଚନ୍ଦ୍ର ସ ମାନ୍ୟବାର ଓଡିଶା ହାଇକୋର୍ଟରେ ଡ୍ଲୁପି(ସି)୧୮୯୭୪/୧୯ମୂଳେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି ।
ତେବେ ଏଭଳି ଏକ କୋଟି କୋଟି ଟଙ୍କା ଆତ୍ମସାତ ଘଟଣାରେ ବିରୋଧି କାହିଁକି ନିରବ ବସିଛନ୍ତି ? କୁଆଡେ ଗଲେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଏଣ୍ଡ ସନ ? କାହିଁକି ନିରବି ଯାଇଛି ତାଙ୍କ ସ୍ୱର ? ବିଜେପି ବିଜେଡିର ଆପୋଶ ବୁଝାମଣା କଣ ତାଙ୍କୁ ନିରବ କରିଦେଇଛିକି । ତେବେ ସିମୁଳିଆ ବାଶୀ ଏଭଳି ଦୁର୍ନୀତିର ପର୍ଦାଫାସ ନହେଲା ଯାଏଁ କ୍ଷମାଦେବେନି ତାହା ସ୍ପଷ୍ଟ ହୋଇସାରିଛି ।

Leave a Reply

Your email address will not be published. Required fields are marked *