କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି, ଜିଆରଏସଙ୍କ ଉପରେ ସରକାରଙ୍କ ଶକ୍ତ ପାହାର।

ଜଳେଶ୍ବର : ( ସଂଜୟ ଦାସ ) ଦେଖିବାକୁ ଗଲେ ବର୍ଷ ବର୍ଷ ଧରି ପଞ୍ଚାୟତରାଜ ବିଭାଗ ଅଫିସରେ ଅଫିସରଙ୍କ ମରୁଡି ପଡିଥିବା ବେଳେ ରାଜ୍ୟସରକାରଙ୍କ ପାରିବାପଣିଆ ତତ୍ପରତା ଉପରେ ପ୍ରଶ୍ନବାଚୀ ଉଙ୍କିମାରି ଥିବା ବେଳେ, ସେପଟେ ପୁଣି ଜିଆରଏସ ( ଗ୍ରାମ ରୋଜଗାର ସେବକ)ଙ୍କ ଉପରେ ରାଜ୍ୟ ସରକାରଙ୍କ ଶକ୍ତ ପାହାର ପଡିଛି। ଚଳିତ ଅକ୍ଟୋବର ୧୭/୨୦୧୯ ଗୁରୁବାର ଚିଠି ନଂ ୦୦୧୨/୧୯ ଅଫିସ ଅଡର ନଂ -୧୮୪୩୧ ମୂଳେ ରାଜ୍ୟର ସବୁ ଜିଲ୍ଲା ପାଳଙ୍କୁ ପ୍ରଥମ ଥରକରି ଜିଆରଏସ ମାନଙ୍କ ବଦଳି ପାଇଁ ଚିଠ ଲାଗୁ କରିଛନ୍ତି ପଞ୍ଚାୟତରାଜ ବିଭାଗ । କେନ୍ଦ୍ରସରକାରଙ୍କ ଏନ.ଆର.ଇ.ଜି.ଏସ.କାର୍ଯ୍ୟପାଇଁ ୧୧- ୧୨ ବର୍ଷତଳେ ଅର୍ଥାତ ୨୦୦୮ ମସିହାରେପ୍ରତ୍ୟେକ ପଞ୍ଚାୟତ ଅଫିସରେ ମାସକୁ ୨୦୦୦ ଟଙ୍କା ଦରମାରେ ଜିଆରଏସ ଭାବେ ଚୁକ୍ତି ଭିତିକ ଆଧାରରେ ନିଯୁକ୍ତି ପାଇଥିଲେ । ତେବେ କଥା ଉଠୁଛି ଯେ ନିର୍ଦ୍ଧିଷ୍ଟ ଏନ. ଆର.ଇ.ଜି.ଏସ.କାର୍ଯ୍ୟପାଇଁ ନିଯୁକ୍ତି ପାଇଥିବା ଜି.ଆର.ଏସ ମାନଙ୍କୁ ରାଜ୍ୟସରକାର ନିଜର ବହୁଳ କାର୍ଯ୍ୟରେ ସମ୍ପୃକ୍ତି କରାଇ ଫାଇଦା ଉଠାଉଛନ୍ତି । ଯାହାକି ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାର ବହୁ ଜିଲ୍ଲା ଏନ.ଆର.ଇ.ଜି.ଏସ.କାର୍ଯ୍ୟ ପଛରେ ପଡ଼ିଛି। ଅଭିଯୋଗ ଆସିଛି ଯେ ଦୀର୍ଘ ୧୧-୧୨ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ସରକାର କାହିଁକି ଜି.ଆର. ଏସ. ମାନଙ୍କ ଉପରେ ସ୍ଥାନୀ ନିଯୁକ୍ତିର ମହୋର ମାରୁନାହାନ୍ତି । ପରନ୍ତୁ ଅନ୍ୟତ୍ର ବଦଳି ପ୍ରକ୍ରିୟା ଉପରେ ରାଜ୍ୟ ସରକାର ତତ୍ପର ଦେଖାଇଛନ୍ତି । ହେଲେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ପ୍ରଶ୍ନ ଯେ ଦିନକୁ ୨୩୩ ଟଙ୍କାରେ କିପରି ନିଜ ଓ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ପୁଣି ଅନ୍ୟତ୍ର ବଦଳି ହୋଇ କିପରି କାର୍ଯ୍ୟକରିବେ ତାହିଁ ଜି.ଆର.ଏସ. ମଧ୍ୟରେ ଯୁକ୍ତି ବଢିଛି । ଜି.ଆର.ଏସ. ନିଯୁକ୍ତି ସମୟରେ ନିଜ ନିଜ ପଞ୍ଚାୟତରେ ରହି କାର୍ଯ୍ୟକରିବେ, କିନ୍ତୁ ଦୀର୍ଘବର୍ଷ ପରେ ସରକାର ଚେଇଁ ଉଠିବାର ଉଦ୍ୟଶ କଣ…?। ମୋ ସରକାର ଓ ୫ଟି ନୀତିନିୟମ ସରକାର କଥା କୁହାଯାଏ ତେବେ ଖୋଦ ପଞ୍ଚାୟତରାଜ ବିଭାଗର ସଚିବ ଭାବେ ୨୦୧୩ ମସିହା ଠାରୁ ନିଯୁକ୍ତି ନେଇ କିପରି ଓ କାହିଁକି ଦୀର୍ଘବର୍ଷ କାର୍ଯ୍ୟକରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦି ତିନିମହଲା ପାଇଁ ନାଁ ତଳ ମହଲାଙ୍କ ପାଇଁ ହଁ କାହିଁକି…? । କଥା ରେ ଅଛିକି-ଗରିବର ସ୍ତ୍ରୀ ସମସ୍ତଙ୍କ ଡେଏସ ଅର୍ଥାତ ତଳତଳିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ।

Leave a Reply

Your email address will not be published. Required fields are marked *