ନିଳଗୀରି: ବେସରକାରୀ କଲେଜରେ ଡକାୟତି ତାଲିକାରେ ଯୋଡିହାଲା ବାଲେଶ୍ବର ଖନ୍ତାପଡା ସ୍ଥିତ ବିଜୟାଞ୍ଜଳି ଇଂଜିନିୟରିଂ କଲେଜ ା ଏହି ଡକାୟତି କରିବା ପାଇଁ କଲେଜ ତରଫରୁ ଦଲାଲି କରୁଛନ୍ତି ପ୍ରତାପ ଜେନା ନାମକ ଜଣେ ଡକାୟତ ଅଧ୍ୟାପକ ା ଏଭଳି କିଛି ଅଭିଯୋଗ ଆଣିଛନ୍ତି ଉକ୍ତକଲେଜର ଜଣେ ଛାତ୍ର ା ତେବେ ହୋଇଥିବା ଅଭିଯୋଗ ମୁଳେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଶିକ୍ଷା ବୃତ୍ତିକୁ ଲୁଟ କରୁଛନ୍ତି ବିଜୟାଞ୍ଜଳି ଇଂଜିନିୟରିଂ କଲେଜର ଅଧ୍ୟାପକ । ହରିଜନ ତଥା ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ବୃତ୍ତି ସରକାର ପ୍ରଦାନ କରୁଥିଲା ବେଳେ କିଛି ବେସରକାରୀ ଇଂଜିନିୟରିଂ କଲେଜର ଅସାଧୁ ଅଧ୍ୟାପକ ମାନେ ଛାତ୍ରଛାତ୍ରୀ ମାନଙ୍କ ଏହି ବୃତ୍ତିକୁ ଲୁଟ କରିବାରେ ଲାଗିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଖନ୍ତାପଡା ସ୍ଥିତ ବିଜୟାଞ୍ଜଳି ଇଂଜିନିୟରିଇଂ କଲେଜରେ । ୨୦୧୮ ମସିହାରେ ନୀଳଗିରି ଅଞ୍ଚଳର ବାଉଁଶବଣିଆ ଗ୍ରାମର ମହେଶ୍ୱର ପଣ୍ଡିତଙ୍କ ପୁଅ ଜୟଦେବ ପଣ୍ଡିତ ମେକାନିକାଲ ବିଭାଗରେ ନାମ ଲେଖାଇ ଅଧ୍ୟନ କରୁଥିଲେ । ଛାତ୍ର ଜୟଦେବ ତଫସିଲ ଭୁକ୍ତ ଜାତି ଅର୍ନ୍ତଭୁକ୍ତ ହୋଇଥିବାରୁ ସରକାରଙ୍କ ଠାରୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରସାହନ ବୃତ୍ତି ପାଇବା ପାଇଁ କଲେଜରେ ଅବେଦନ କରିଥିଲେ । ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଜୟଦେବ ବୃତ୍ତି ପାଇବାରୁ ବଞ୍ଚିତ ହେବାରୁ ଏ ବାବଦରେ କଲେଜର ଅଧ୍ୟାପକ ପ୍ରଭାତ କୁମାର ଜେନାଙ୍କୁ ଜଣାଇଥିଲେ ମଧ୍ୟ ସେ ଟଙ୍କା ନଦେଇ ଦିନକୁ ଦିନ ଗଡାଇ ଚାଲିଥିଲେ । ମଙ୍ଗଳବାର ସକାଳେ ଜୟଦେବ କଲେଜରେ ପହଁଚି ପ୍ରଭାତଙ୍କୁ ତାଙ୍କର ୨ବର୍ଷର ୧ଲକ୍ଷ ୬୦ହଜାର ବୃତ୍ତିଟଙ୍କା(ସ୍ଟାଇପେଣ୍ଟ) ଦେବା ପାଇଁ କହିବା ମାତ୍ରେ ପ୍ରଭାତ ଜେନା ଜାତିଆଣ ଅକ୍ଷେପ କରି ନାନାଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଆରମ୍ଭ କରିଥିଲେ । ଏବଂ ପରୀକ୍ଷାରେ ଫେଲ କରିବା ସହ ଜୀବନରୁ ମାରିବକୁ ମଧ୍ୟ ଧମକ ଦେଇଥିଲେ । ଜୟଦେବଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ନୀଳଗିରୀ ଥାନାରେ ଅଭିଯାଗ କରିଛନ୍ତି । ତେବେ ୧୫ତାରିଖରୁ ଅଭିଯୋଗ ପାଇ ମଧ୍ୟ ନିରବ ବସଛି ନୀଳଗିରି ପୋଲିସ । ଏ ସମ୍ପର୍କରେ ନୀଳଗିରିଥାନାର ଥାନାଅଧିକାରୀଣିଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ତଦନ୍ତ ହେଉଛି ପରେ କେସ ହେବ । ସରକାରଙ୍କ ନିୟମ ଅନୁସାରେ ୨୪ଘଣ୍ଟା ମଧ୍ୟରେ ମାମଲା ହେବା କଥା କିନ୍ତୁ ତାହା ନକରି କାହିଁକି ହାତବାନ୍ଧି ବସିଛି ପୋଲିସ ? ତେବେ ଛାତ୍ର ଜଣକ କଣ ନ୍ୟାୟ ପାଇବାରୁ ବଞ୍ଚିତ ହେବେ କି ? ମୋ ସରକାରର ବଡ ବଡ ଫଳକ ଏବେ ଥାନାରେ ଲାଗୁଛି ସେ ଫଳକ ଜେ କାମରେ ଲାଗୁନି ତାର ବଡ ଉଦାହରଣ ଏବେ ନୀଳଗିରିରେ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ବାଲେଶ୍ୱର ଏସ.ପି ଦୃଷ୍ଟି ଦେବା ଜରୁରି ନହେଲେ କାଲିଜଦି ସେ ଛାତ୍ର ଜଣକର କିଛି ଅଘଟଣ ଘଟେ ଏଥିପାଇଁ ପୁଲିସ ସମ୍ପୁର୍ଣ୍ଣ ଭାବେ ଦାଇରହିପାରେ ।ତେବେ ଏ ସମ୍ପର୍କରେ ବିଜୟାଞ୍ଜଳି ଇଂଜିନିୟରିଂ କଲେଜର ମାଲିକ ବିଦ୍ବବିନ୍ଦୁ ପାତ୍ରଙ୍କ ସହ ଯୋଗା ଯୋଗ କରିଥିଲେବି ସେ ଫୋନଉଠାଇ ନଥିଲେ ଯାହା କଉଠି ନା କଉଠି ଏଭଳି ବେଆଇନ କାର୍ଯ୍ୟରେ ତାଙ୍କ ସମ୍ପ୍ରୁତିକୁ ସ୍ପଷ୍ଟ କରୁଛି ା
