ସୋର ମିଶ୍ର ନର୍ସିଂହୋମର ମାଲିକ ପୁଣି ଖସିଗଲେକି ? ସମ୍ପୁର୍ଣ୍ଣ ବେଆଇନ ଚାଲିଥିଲା ଅଲଟ୍ରାସାଉଣ୍ଡ

ସୋର : ସୋରରେ ସମ୍ପୁର୍ଣ୍ଣ ବେଆଇନ ଭାବେ ଚାଲିଥିବା ଲିଙ୍ଗପଡା ସ୍ଥିତ ଡ. ପ୍ରଭାକର ମିଶ୍ରଙ୍କ ମିଶ୍ର ନର୍ସିଂହୋମ ଓ ରାଇପୁରରେ ଥିବା ଧିରେଶ ଚନ୍ଦ୍ର ଷଡଙ୍ଗୀଙ୍କର ଷଡଙ୍ଗୀ ନର୍ସିଂ ହୋମର ଅଲଟ୍ରାସାଉଣ୍ଡ ମେସିନକୁ ଜିଲ୍ଲା ପ୍ରଶାସନ ଆଜି ସିଲ୍ କରିଛି । ଷଡଙ୍ଗୀ ନର୍ସିଂ ହୋମକୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଅଭିଙ୍ଗ୍ୟ ଡାକ୍ତର ରମାପତି ପଣ୍ଡାଙ୍କୁ ସ୍ୱିକୃତି ଦିଆଯାଇଥିବା ବେଳେ ଯାଞ୍ଚବେଳେନିଜେ ଧିରେଶ ଷଡଙ୍ଗି ଅଲ୍ଟ୍ରା ସାଉଣ୍ଡ କରୁଥିବାରୁ ତାଙ୍କ ନର୍ସିଂ ହୋମକୁ ୬ମାସ ସିଲ କରାଗଲା । କିନ୍ତୁ ମିଶ୍ର ନର୍ସିଂ ହୋମରେ କେହି ଅଭିଙ୍ଗ୍ୟଡାକ୍ତର ନଥାଇ ମଧ୍ୟ ଦିର୍ଘଦିନ ଧରି ସମ୍ପୁର୍ଣ୍ଣ ବେଆଇନ ଭାବେ ଡ.ପ୍ରଭାକର ମିଶ୍ର ଅଲ୍ଟ୍ରାସାଉଣ୍ଡ କରୁଥିଲେ ଜେଉଁଥିପାଇଁ ତାଙ୍କର ୧ବର୍ଷ ପାଇଁ ସିଲ୍ କରାଗଲା ବୋଲି କହିଛନ୍ତି ଜିଲ୍ଲା ସ୍ୱସ୍ଥ୍ୟଅଧିକାରୀ । ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଭାକର ମିଶ୍ର ସମ୍ପୁର୍ଣ୍ଣ ବେଆଇନ ଭାବେ ଏଭଳି କାର୍ଯ୍ୟ କରୁଥିଲାବେଳେ ତାଙ୍କ ବିରୁଦ୍ଧରେ କାହିଁକି ପି.ଏନ.ଡି.ଟି ନିୟମ ମୂଳେ ମକଦମା ହେଲାନି ? ଅବଶ୍ୟ ଅଲ୍ଟ୍ରା ସାଉଣ୍ଡ ମେସିନିରେ ପେଟ ଭିତରର ସମସ୍ତ ଅଙ୍ଗର ପରିକ୍ଷା କରାଯାଏ କିନ୍ତୁ ଡ.ମିଶ୍ର ଜଣେ ଗାଇନିଂ ଡକ୍ଟର ସେ ଲିଭର ଟେଷ୍ଟ କରୁନଥିବେ ସେ କେବଳ ଗର୍ଭବତି ମହିଳାଙ୍କ ପେଟରେ ଥିବା ପିଲାର ଅବସ୍ଥା ଦେଖୁଥିବେ, ସେତେବେଳେ କଣ ସେ ପେଟଭିତରେ ଥିବା ପିଲାର ଲିଙ୍ଗ ନିରୁପଣ କରିନାହାନ୍ତି ? ଜଦି କରିଛନ୍ତି କାହିଁକି ତାଙ୍କନାମରେ ମାମଲା ହେଲାନି ? କାହିଁକି ପ୍ରଶାସନ ତାଙ୍କୁ ଧରମ ଭାଇ ପରି ଛାଡିଲା ? ଜଦି ସେ ଲିଙ୍ଗ ନିରୁପଣ କରୁନଥିଲେ ସେ ଉକ୍ତ ମେସିନ ବେଆଇନ ଭାବେ ରଖିଥିଲେ କାହିଁକି ? ସ୍ୱାସ୍ଥ୍ୟ ବିଭାଗ ପ୍ରିଆ ପ୍ରିତି ଦେଖେଇଲାକି ? ମିଶ୍ର ବାବୁଙ୍କପାଇଁ ଥିବା ସହାନୁଭତି ପଛର ରହଶ୍ୟ କିଛି ଅଛି କି ? ଯାହା ତଦନ୍ତ ସାପେକ୍ଷ ତେବେ ଜିଲ୍ଲାପାଳ ଏ ବାବଦରେ ଦୃଷ୍ଟି ଦେଲେ ଅସଲ କଥା ସାମ୍ନାକୁ ଆସି ପାରନ୍ତା ।

Leave a Reply

Your email address will not be published. Required fields are marked *