ନୀଳଗିରି ବିଧାୟକ ଭଦ୍ର ନା ଅଭଦ୍ର : ମହିଳାଙ୍କୁ ସମ୍ମାନ କଣ ଏମିତି

ନୀଳଗିରି : ନୀଳଗିରି କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁ ମୁହାଁମୁହିଁ ହୋଇଛନ୍ତି ଏହି ପରିସ୍ଥିତି ଉପୁଜିଥିବା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଅନଶନରେ ବସିଛନ୍ତି । ତେବେ ବିଧାୟକ ତହସିଲଦୀରଙ୍କୁ ଦୁରବ୍ୟବହାର କରିଥିବା କହିଛନ୍ତି ତହସିଲଦାର, ବିଧାୟକବି କହୁଛନ୍ତି ତହସିଲଦାର ତାଙ୍କୁ ଦୁରବ୍ୟବହାର କରିଛନ୍ତି  କାହାକଥା ସତ ଯାହା ତଦନ୍ତ ସାପେଖ୍ୟ ା ଏଠି ବଡପ୍ରଶ୍ନ କାହିଁକି ବିଧାୟକ ତହସିଲଦାରଙ୍କ କାମକୁ ଅଟକାଇଲେ ? ଏହା ଆଇନ୍ ନା ବେଆଇନ ? ବିଧାୟକତ ଗୁହାରି କରିନଥିବେ ଗରମ ଖାଇଥିବେ ତାହା ଭଦ୍ରାମି ନା ଅଭଦ୍ରାମି ? ବେଆଇନ କାର୍ଯ୍ୟ ସମସ୍ତଙ୍କ ପାଇଁ ବେଆଇନ ହୋଇଥାଏ ସେ ଗରିବ ହେଉକି ଧନି । ଧନି ପାଇଁ ଆଇନଗତ କାର୍ଯ୍ୟ ବେଆଇନ ହୁଏନିକି ଗରିବ ପାଇଁ ବେଆଇନ କାର୍ଯ୍ୟ ଆଇନ ହୁଏନି । କିନ୍ତୁ ନୀଳଗିରି ତହସିଲଦାର ବେଆଇନ ଜବର ଦଖଲ କାରୀଙ୍କୁ ଉଛେଦ ବେଳେ କାହିଁକି ତହସିଲଦାରଙ୍କୁ ବାଧାଦେଲେ ବିଧାୟକ ? ସେ କଣ ସବୁଗରିବ ଲୋକଙ୍କର ଠିକା ନେଇଛନ୍ତି ନାଁ ରାଜନିତି କରିବା ପାଇଁ ଗରିବ ଲୋକଙ୍କ ନାମରେ ମିଛ ନାଟକ କରୁଛନ୍ତି ? ଜଦି ଗରିବ ମହୁରର ଭାଇ ମାନଙ୍କ ପାଇଁ ହୃଦୟ କମ୍ପୁଥିଲା ତାହାଲେ ୬ବର୍ଷରୁ ଉର୍ଦ୍ଧ ବିଧାୟକ ରହିଥିଲେବି ସେମାନଙ୍କ ପାଇଁ କଣ କରିଛନ୍ତି ତାର ଉତ୍ତର ଦେବେକି । ନାଁ ଏ ପ୍ରଶ୍ନ ପଚାରିଲେ ସେ ଚୁପ୍ ରହିବେ କାରଣ ତାଙ୍କର କେବଳ ଲୋକଙ୍କୁ ନେଇ ରାଜନିତି କରିବାର ଅଛି । ଘନ ଘନ ଦଳ ବଦଳାଇ ଶାଧାରଣ ଲୋକଙ୍କୁ ମୋହରା କରି ଖ୍ୟମତାରେ ରହି ମିଛ ନାଟକ କରିବାର ଅଛି । ବିଧାୟକ ସରକାରୀ ଚାକିରି କରିଥିବା ଲୋକ ସେ କଣ ସରକାରୀ ଅଧିକାରୀଙ୍କୁ କିଭଳି ବ୍ୟବହାର କରାଯାଏ ଯାଣି ନଥିଲେ, କାହିଁକି ସେ ଯାଇ ତହସିଲଦାରଙ୍କ କାର୍ଯ୍ୟରେ ବାଧାଦେଉଥିଲେ ? ତହସିଲଦାର ସରକାରି ଆଇନ ବିଧି ବ୍ୟବସ୍ଥାରେ ବନ୍ଧା ସେ ସ୍ଥାନରୁ ଜବର ଦଖଲ କାରୀ ମାନଙ୍କୁ ଉଛେଦ କରି ସେ ନିଜେ ୧୦ମହଲା ବିଲ୍ଡିଂ କରିବାକୁ ଚାହୁଁ ନଥିଲେ ସେ ନୀଳଗିରି ବାସିଙ୍କ ପାଇଁ ଏ କାମ କରୁଥିଲେ । କିନ୍ତୁ ଜଣେ ବିଧାୟକ ନିଜ କ୍ଷମତା ଦେଖେଇ ଏମିତି କରିବା ଠିକ୍ ହୋଇନି ବୋଲି ସାଧାରଣ ଲୋକ କହୁଛନ୍ତି । ତେବେ ନେତାମାନଙ୍କର ଏଭଳି କିଛି ଘୃର୍ଣ୍ଣ୍ୟ କ ଅନ୍ୟପଟେ ତହସିଲଦାର ମହୋଦୟା ବିଧାୟକଙ୍କ ନାମରେ ନୀଳଗିରି ଥାନାରେ କାହିଁକି ଅଭିଯୋଗ କରୁନାହାନ୍ତି ? ସାଧାରଣ ଲୋକ ଜେତେବେଳେ କିଛି ଦୁରବ୍ୟବହାର କରୁଛନ୍ତି ସେତେବେଳେ ସରକାରୀ କର୍ମଚାରୀ ମାନେ ଜେମିତି ଆଇନର ଆଶ୍ରୟ ନେଉଛନ୍ତି ନେତାଙ୍କ କ୍ଷେତ୍ରରେ କାହିଁକି ସେମିତି କରାଯାଉନି । ଜଦି ଏମିତି ହେବ ତାହାଲେ ନେତାଙ୍କ ଏଭଳି ଘୃର୍ଣ୍ଣ୍ୟ କାର୍ଯ୍ୟବନ୍ଦ ହୋଇଯାଆନ୍ତା । ସବୁଠାରୁ ବଡ କଥା ଏ ସାଧାରଣ ଲୋକ ମାନେ ନେତାଙ୍କ ଚକ୍ରାନ୍ତକୁ ବୁଝିବା ଦରକାର ।

Leave a Reply

Your email address will not be published. Required fields are marked *