ସୋର : ଅଂହିସା, ସତ୍ୟାଗ୍ରହ ଓ ନ୍ୟାସୀତତ୍ତ୍ବର ସେ ଆଦ୍ୟ ପ୍ରବର୍ତ୍ତକ। ସମୟାନୁବର୍ତ୍ତିତା, ସ୍ବଚ୍ଛତାର ପକ୍ଷଧର। ଏକ ‘ସମାବେଶୀ ସମାଜ’ ଗଠନର ମନ୍ତ୍ରଦାତା। ଜାତି, ବର୍ଣ୍ଣ, ଧର୍ମ ଓ ଭାଷାକୁ ନେଇ ସୃଷ୍ଟ ଅସହିଷ୍ଣୁତାର କଠୋର ସମାଲୋଚକ। କେବଳ ଭାରତ ନୁହେଁ ସେ ପୃଥିବୀବାସୀଙ୍କର ସିଏ ଆଜି ବି ହୃଦୟ ସମ୍ରାଟ। ମାର୍ଟିନ୍ ଲୁଥର କିଙ୍ଗ, ନେଲ୍ସନ୍ ମଣ୍ଡେଲାଙ୍କଠାରୁ ବିଖ୍ୟାତ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ଙ୍କ ଦୃଷ୍ଟିରେ ସେ ଅବିଶ୍ବସନୀୟ ପ୍ରତିଭୂ। ସେଇଥି ପାଇଁ ବୋଧେ ଆଇନଷ୍ଟାଇନ୍ କହିଥିଲେ- ‘‘ଆଗାମୀ ପିଢି ଗାନ୍ଧୀ ବିଚାର ଶୁଣିବାବେଳେ ବିସ୍ମିତ ହୋଇ ପ୍ରଶ୍ନ କରିବ, ସତରେ କ’ଣ ରକ୍ତ ମାଂସଧାରୀ ଏଭଳି ମଣିଷଟିଏ ପୃଥିବୀରେ ଜନ୍ମ ନେଇଥିଲେ ! ସେ ଆଉ କେହି ନୁହଁ ସେ ଜାତିର ପିତା, ମହାମାନବ, କୋଟି ଭାରତୀୟଙ୍କ ପ୍ରିୟ ବାପୁଜୀ ତଥା ମହାତ୍ମା, ମୋହନ ଦାସ କରମଚାନ୍ଦ ଗାନ୍ଧୀ ଯାହାଙ୍କର ଆଜି ୧୫୦ ତମ ଜନ୍ମଜୟନ୍ତି ସୋରର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଯାଇଛି । ସୋରରେ ଗାନ୍ଧି ୧୫୦ ନାମକ ଏକ ସଂଗଠନ ତରଫରୁ ପୁରୁବାଇ କନ୍ୟାଶ୍ରମର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପ୍ରଭାତ ଫେରି ସୋର ବଜାର ମଧ୍ୟଦେଇ କରାଯାଇଥିଲା ପରେ ଏକ ସଭାର ଆୟୋଜନ ଏବଂ ଗାନ୍ଧିଙ୍କ ଜୀବନିକୁ ନେଇ ଏକ ଫଟଚିତ୍ର ପ୍ରଦର୍ଶୀତ ହୋଇଥିଲା ା ସେହିପରି ଉତ୍ତରେଶ୍ବର ସେଣ୍ଟ ଜାଭିୟର ହାଇସ୍କୁଲ ତରଫରୁ ସୋର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ କରାଯାଇଥିଲା । ସୋର ରାଧାନାଥ ଏମ.ଇ ସ୍କୁଲ ଓ ୟୁ ଏନ କଲେଜରେ ମଧ୍ୟ ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇଛି । ଅନ୍ୟପଟେ ରାମଚନ୍ଦ୍ର ଫାଉଣ୍ଡେସନ ତରଫରୁ ବିଭିନ୍ନ ସ୍ଥାନରେ ବ୍ରୁଖ୍ୟରୋପଣ କରାଯାଇଛି ା ତେବେ ଏହି ଅବସରରେ କେତେକ ସ୍ଥାନରେ ହେଉଥିବା ସଭାରେ ଯୋଗଦେଇ ବକ୍ତା ମାନେ ଗାନ୍ଧିଙ୍କ ମହାନତା ତଥା ଗାନ୍ଧିଙ୍କ ଅହିଂଶା ମନ୍ତ୍ର ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ ା କିଛି ବକ୍ତାଙ୍କ କହିବା ମୁଳେ ସେଦିନର ନାଥୁରାମ ସିନା ମରିଯାଇଛି ଆଜି ଜେଉଁ ଦେଶ ଭକ୍ତିର ସାର୍ଟିଫିକେଟ ବାଣ୍ଟୁଥିବା କିଛି ଦଲାଲ ନାଥୁରାମ ଅଛନ୍ତି ଏମାନଙ୍କୁ ଗୁଳି ଦରକାର ଏମାନଙ୍କ ପାଇଁ ଅହିଂଶା ଆଉ କାମ ଦେବନି ା ସେଥି ପାଇଁ ଆଉଥରେ ତମେ ଫେରି ଆସ ଗାନ୍ଧି ଆମେ ଆଉଥରେ ଶୁଣି ବାକୁ ଚାହୁଁ ” ଡୁ ଅର ଡାଏ ” ା ଫିରିଙ୍ଗିର ଏ ବଂସଜ ଆଜିବି ଜିବିତ ଶହ ଶହ ବର୍ଷପରେ ଏମାନେ ଜେମିତି ପୁଣି ସତେଜ ହୋଇପଡିଛନ୍ତି ା ତେବେ ଗାନ୍ଧିଙ୍କୁ ଏ ଯାତି ଏ ସମାଜ ମନେରଖିବ ନାଥୁରାମ ଭଳି ଆତଙ୍କ ବାଦିକୁ ନୁହଁ ବୋଲି ବକ୍ତାଙ୍କ ବକ୍ତବ୍ୟ ଜେମିତି ଗାନ୍ଧି ପ୍ରେମିକୁ ବିମୁହିତ କରୁଥିଲା ତାହା ଦେଖିବାକୁ ମିଳିଛି ା
