ବାଲେଶ୍ୱର : ଓଡିଆ ଯାତ୍ରା ଦିନକୁ ଦିନ ଉଶୃଙ୍ଖଳିତ ହେବାରେ ଲାଗିପଡିଥିବା ବେଳେ ବିଭିନ୍ନ ସମୟରେ ଯାତ୍ରାପାର୍ଟୀ ମାଲିକଙ୍କ ଲାଭଖୁର ମନବୃତି ଓଡିଆ ସଂସ୍କୃତି ପରମ୍ପରାକୁ ଦଳି ମଗଚି ନଷ୍ଟ କରି ଦେଉଛି । ଯାହାକୁ ନେଇ ବିଭିନ୍ନ ସମୟରେ ବାଦାନୁବାଦ ଦେଖା ଦେଉଥିବା ବେଳେ କିଛି ନାଟ୍ୟକାର ନିଜ ନାଟକର ଚାହିଦା ପାଇଁ ନାଟକ ମଧ୍ୟରେ ନଗ୍ନତାକୁ ପ୍ରଶ୍ରୟ ଦେବା ଓ ଅଶ୍ଳୀଳ ଅର୍ଥ ବୋଧକ ଶବ୍ଦ ବ୍ୟବହାର କରି ଯାତ୍ରା ଭଳି ଏକ ଲୋକ କଳାକୁ ନଷ୍ଟ କରିଦେଉଛନ୍ତି । ଅଭିଯୋଗ ମୁଳେ ଓଡିଶାର ସୁନାମଧନ୍ୟ କବି, କବିବର ରାଧାନାଥ ରାୟ ଓ ଡକ୍ଟର ମାୟାଧର ମାନସିଂଙ୍କ କବିତାର କିଛି ଧାଡିକୁ ଖଳନାୟକ ଖରାପ କାମ କରିବା ପୁର୍ବରୁ ବ୍ୟବହାର କରି କବିଙ୍କୁ ଖଳନାୟକ ସଯାଇଦେଇଛନ୍ତି ।
ନାଟ୍ୟକାର ହରବାରିକିଙ୍କ ରଚିତ ନାଟକ “ପ୍ରେମିକାର ନାଁ ଚନ୍ଦ୍ରଭାଗା” ନାଟକରେ ଏଭଳି କରିବା ନିନ୍ଦନିୟ ବୋଲି ଅଭିଯୋଗ ହୋଇଛି । ଏହି ନାଟକ ସୂର୍ଯ୍ୟମନ୍ଦିର ନାମକ ଏକ ଯାତ୍ରା ପାର୍ଟୀ ପରିବେଷଣ କରିଥିବା ବେଳେ ଏଥିରେ କବିବର ରାଧାନାଥ ରାୟଙ୍କ ଲିଖିତ ଚନ୍ଦ୍ରଭାଗା କାବ୍ୟର
“ଦାରୁ ଭେଦକ୍ଷମ ଭ୍ରମର ପଶି କମଳ କୋଳେ
ପାସୋରେ ଆପଣା ବିକ୍ରମ ପ୍ରେମ ପ୍ରମତ୍ତ ଭୋଳେ”
ଉକ୍ତ ଧାଡି ଏବଂ ଡକ୍ଟର ମାୟାଧର ମାନସିଂଙ୍କ ଲିଖିତ ହେ
କୋଣାର୍କ , ବିଗତ ଯୈାବନା
ମୈାନ ଦୁଃଖେ ସଇକତ ଶୟନା
ତୋର ଜୀର୍ଣ୍ଣ ଦେହେ ଅଦ୍ୟପି ଗୋ ବିମୁଗ୍ଧ ନୟନେ
ଚାହେଁ ବିଶ୍ୱ କରୁଣାରେ ତେଜି ଅଶ୍ରୁ ତୋ ସିକ୍ତ ଶୟନେ
ଅଙ୍ଗେ ଅଙ୍ଗେ ଚୁମ୍ବିବାକୁ ନିରବଧି କରଇ ଭାବନା
ତୋହରେ ଗୋ ଯୈବନା”
ତେବେ ଏହାକୁ ନେଇ ଅଶନ୍ତୋଶ ତିବ୍ର ହୋଇଥିବା ବେଳେ ଏହା କରିବା କବି ଦ୍ୱୟଙ୍କ ପ୍ରତି ଅପମାନ । ରାଧାନାଥଙ୍କ ଭଳି ଓଡିଆ ସାହିତ୍ୟର ହିରୋଙ୍କୁ ଭିଲ୍ୟାନ କରିବା ଠିକ୍ ନୁହଁ ବୋଲି ମତରଖିଛନ୍ତି ରାଧାନାଥ ପ୍ରେମି ମାନେ । ଆଜି ସୋର ରାଧାନାଥ ପାଠାଗାର ଠାରେ ସୋର ବିଧାୟକ ତଥା ରାଧାନାଥ ପାଠାଗାରର ସଭାପତି ପର୍ଶୁରାମ ଧଡାଙ୍କ ଆବାହକତ୍ୱରେ ହୋଇଥିବା ଏକ ସାମ୍ବାଦିକସମ୍ମିଳନିରେ ଅଭିଯୋଗ ହୋଇଛି । ଆଗାମି ଦିନରେ ଏ ଦିଗରେ ଧ୍ୟାନଦେବାସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଜିବ ବୋଲି ବିଧାୟକ କହିଛନ୍ତି ା ଏଥିସହ ସେ କହିଛନ୍ତି ରାଧାନାଥ ଆମର ଗୈାରବ ତାଙ୍କୁ ବଦନାମ କରିବାକୁ ଦିଆଜିବନି ।
