ସନ୍ଦେହ ଘେରରେ ଖଇରା ପୁଲିସ : ହାଜତ ଭିତରୁ ଚୋର ଖସିଯାଇଥିଲା ନାଁ ଖସାଇ ଦିଆଯାଇଥିଲା..?

ଖଇରା: ଚୋର ଖସିଲା ନା ଖସାଇ ଦିଆଗଲା ଯାହାକୁ ଖଇରା ପୁଲିସ ଏବେ ସନ୍ଦେହ ଘରରେ ତେବେ ସୂଚନା ଅନୁଶାରେ ହରିଆଣାରୁ ଚୋରୀ କରି ଚୋର ଗିରଫ ଓ ସୁନା ଓ ୧ଲକ୍ଷ ଟଙ୍କା ଜବତ ଘଟଣାକୁ ନେଇ ଖଇରା ଅଞ୍ଚଳରେ ଆଲୋଡନ ସୁଷ୍ଠି କରିଛି। ଜଣେ ଅଭିଯୁକ୍ତକୁ ଚୋରୀ ଅଭିଯୋଗରେ ହରିଆଣା ପୁଲିସ ସହାୟତାରେ ଖଇରା ପୁଲିସକୁ ତାର ଘରୁ ଚଢଉ କରି ଧରିବା ସେହି ଚୋର କିଛି ଘଣ୍ଟା ପରେ ଖଇରା ଥାନାରୁ ଖସିଗଲା ନା ଖସାଇ ଦିଆଗଲା ସାଧାରଣରେ ପ୍ରଶ୍ନ ଉଠିଛି। ଚଳିତ ମାସ ୧ ତାରିଖରେ ହରିୟାନା ଗୁଡଗାଓଁ ସେକ୍ଟର ୫ରୁ ୩00 ଗ୍ରାମ ସୁନା ଅଢେଇ ଲକ୍ଷ ଟଙ୍କା ଚୋରୀ କରି ଖଇରା ଥାନା ମଛଦା ଗ୍ରାମର ଜଣେ ଯୁବକ ଓ ତାର ସ୍ତ୍ରୀ ଓଡିଶା ଖସି ଆସିଥିଲେ। ତୁଡିଗଡିଆ ମଛଦା ଗ୍ରାମର ମଦନ ଦାସ ଓ ତାର ସ୍ତ୍ରୀ ଗୁଡଗାଓଁର ସେକ୍ଟର ୫ରେ ଭାରତୀ ନାମକ ମହିଳାଙ୍କ ଘରେ କାର୍ଯ୍ଯ କରୁଥିଲେ। ଗତ ୧ ତାରିଖ ଭାରତୀଙ୍କ ଘରେ କେହି ନଥିବା ବେଳେ ମଦନ ଦାସ ଓ ତାର ସ୍ତ୍ରୀ ଭାରତୀ ଘରୁ ୩ଶହ ଗ୍ରାମର ସୁନା ଯାହାର ଆନୁମାନିକ ମୁଲ୍ଯ ୧୩ ଲକ୍ଷ ଟଙ୍କା ସୁନା ଗହଣା ଚୋରୀ କରି ନିଜ ଗ୍ରାମ ଖଇରା ମଛଦାକୁ ପଳାଇ ଆସିଥିଲେ। ଚୋରୀ ସୁନା ଗହଣାରୁ ସୋର ମୁଥୁଟ ବ୍ୟାଙ୍କରୁ ୫୦ ଗ୍ରାମ ସୁନା ପୁଲିସ ଜବତ କରିଥିଲା। ଖଇରା ଓ ହରିୟାଣା ପୁଲିସ ଅଭିଯୁକ୍ତ ଠାରୁ 1 ଲକ୍ଷ ଟଙ୍କା ଜବତ କରି ମଦନ ଦାସକୁ ଗିରଫ କରି ଖଇରା ଥାନାରେ ଅଟକ ରଖିଥିଲା। ଗତ ଶନିବାର ଦିନ ଚାରିଟାରେ ମଦନ ଥାନାରୁ ଖସି ଯାଇଥିଲା ନା ତାକୁ ଖସାଇ ଦିଆଯିବାରୁ ସେ ବିଲରେ ଏକ ଭରପୁର ପାଣି ନାଳରେ ପଡି ଦୌଡି ପାଉଥିବା ବେଳେ ଥାନା ଠାରୁ ଦେଢ କିଲୋମିଟର ଦୂର ସୁନ୍ଦରପୁର ଅଳଦାଛକରୁ ଲୋକମାନେ ମଦନକୁ ଧରି ପୁଲିସ ଜିମା ଦେଇଥିଲେ। ମଦନକୁ ଧରିବା ବେଳେ ଲୋକେ ମାଡ ଦେଇଥିବାର ଆଲୋଚନା ହେଉଛି। ଥାନାରେ ଦିନରେ କର୍ମଚାରୀମାନେ ଡ୍ଯୁଟି କରୁଥିବା ବେଳେ ଜଣେ ଚୋର କିପରି ସମସ୍ତ ପୁଲିସ କର୍ମଚାରୀଙ୍କୁ ଚକମା ଦେଇ ଖସିଗଲା ସାଧାରଣରେ ପ୍ରଶ୍ନ ଉଠିଛି। ମଦନ ଖସିଗଲା ନା କୌଣସି ପୁଲିସ କର୍ମଚାରୀ ମଦନକୁ ଖସାଇ ଦେଇଛି ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳର ଦାବି ହେଉଛି। ମଦନ ଥାନାରୁ ଖସିବା ପରେ ଖଇରା ଥାନା ପକ୍ଷରୁ ତାକୁ ସୋର ଥାନାରେ ଅସ୍ଥାୟୀ ଭାବେ ରଖାଯାଇ ସୋମବାର ହରିଆଣା ପୁଲିସକୁ ହସ୍ତାନ୍ତର କରିଥିଲା। ଘଟଣାର ଗୁରୁତ୍ବ ଯୋଗୁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

Leave a Reply

Your email address will not be published. Required fields are marked *