ଲକ୍ଷ୍ମଣ ନାଥ ଟୋଲପ୍ଲାଜା ପରିସରରେ ଡକାୟତି ପାଇଁ ପୁଲିସ ଦାଇ କି ?

ଜଳେଶ୍ୱର : (ସଂଜୟ ଦାସ ) ଓଡ଼ିଶାର ପ୍ରବେଶ ଦ୍ଵାର କୁହାଯାଉଥିବା ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣ ନାଥ ରୋଡ଼ରେ ଦିନକୁ ଦିନ ଡକାୟତି ବଢୁଥିବା ବେଳେ ସେଥି ପାଇଁ ପୁଲିସ ଦାଇ ବୋଲି ସାଧାରଣରେ ଚର୍ଚା ହେଉଛି । ଲକ୍ଷ୍ମଣ ନାଥ ରୋଡ଼ ୬୦ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଟୋଲପ୍ଲାଜା ପରିସରରେ ବର୍ଷ ବର୍ଷ ଧରି ଆଖ ପାଖ ଅଞ୍ଚଳର କିଛି ଅସାମାଜିକ ଯୁବକ ଦିନରାତି ନିଜକୁ ଆର ଟି ଓ , ପୋଲିସ ପରିଚୟ ଦେଇ ପ୍ରତେକ ବସ ଓ ଟ୍ରକରୁ ୧୦୦/- ରୁ ୫୦୦୦/-ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ଡକାୟତି କରୁଛନ୍ତି । ଯାହାକି ଏହାର ସତ୍ୟତା ଆଜି ପଦାରେ ପଡିଥିବାବେଳେ ଘଟଣା ସ୍ଥଳରୁ ୫ ଜଣ ନକଲି ଆର ଟି ଓ, ଓ ପୋଲିସ ମାନଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ଘଟଣାରୁ ଜଣାପଡିଛି ଯେ ଆଜି ସକାଳ ସମୟରେ ବିହାର ରାଜ୍ୟର ମିର୍ଜାଫରପୁର ,ଦରଭଙ୍ଗା, ସୀତାମେଡି, ସାହାର୍ଷା ଜିଲ୍ଲାରୁ ୬ ଟି ତୀର୍ଥ ଯାତ୍ରୀବସରେ ପାଖାପାଖି ୧୬୦ ଜଣ ଯାତ୍ରୀଙ୍କୁନେଇ ଆଜି ଲକ୍ଷ୍ମଣ ନାଥ ଟୋଲପ୍ଳାଜା ଦେଇ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ । ତେବେ ବସ ଗୁଡିକ ଟୋଲଗେଟ ପହଁଚିବା ପରେ ୬ ଜଣ ଯୁବକ ବସ ଗୁଡିକୁ ଘେରି ବିଭିନ୍ନ କାଗଜପତ୍ର ମାଗିବା ସହ ନିଜକୁ ଆର ଟି ଓ , ଓ ପୋଲିସ ପରିଚୟ ଦେଇ ୧୦ ହଜାର ଟଙ୍କା ମାଗିଥିଲେ । ବସରେ ଥିବା ଯାତ୍ରୀମାନେ ଏ ଯୁବକ ମାନଙ୍କ କଥାବାର୍ତ୍ତାରେ ସନ୍ଧେହ କରି ନିଜର ପରିଚୟ ପତ୍ର ମାଗିବାପରେ ଆରମ୍ଭ ହୋଇଥିଲା ତୁମଳକାଣ୍ଡ । ଆଉ ପରେ ଜଣାପଡିଥିଲା ସେହି ଯୁବକ ମାନେ ହେଲେ ନକଲି କିନ୍ତୁ ସେମାନଙ୍କ କାମ ଅସଲି । ପରେ ନକଲି ଯୁବକ ମାନେ ତୀର୍ଥ ଯାତ୍ରୀ ମାନଙ୍କୁ ମାଡ଼ମାରିବା ସହ ଟଙ୍କା , ମୋବାଇଲ, ସୁନାହାର ଇତ୍ୟାଦି ଲୁଟି ଚମ୍ପଟ ମାରିବା ବେଳେ ୬ ଜଣଙ୍କ ମଧ୍ୟରୁ ୫ ଜଙ୍କୁ ଯାତ୍ରୀମାନେ କାବୁକରି ଅଟକ ରଖିବା ପରେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଜଳେଶ୍ୱର ପୋଲିସ ପହଞ୍ଚି କାବୁ ହୋଇଥିବା ୫ ଜଣଙ୍କୁ ଗିରଫ କରିବା ସହ ୨ଟି ମୋଟରସାଇକେଲକୁ ଜବତ କରିଛି । ସବୁଠାରୁ ବଡ଼ କଥା ଯେ ଲକ୍ଷ୍ମଣ ନାଥ ଟୋଲଗେଟ ନିକଟରେ ଏଭଳି ଘଟଣା ଆଜି ନୂଆନୁହେଁ , ବର୍ଷ ବର୍ଷ ଧରି ଏଠାକାର କିଛି ଯୁବକ ମାନେ ରାତିଦିନ ଏଭଲ ଡକାୟତି କାମ କରିଚାଲିଛନ୍ତି । ଉକ୍ତ ଘଟଣା ସମ୍ପର୍କରେ ଜଳେଶ୍ୱର ପୋଲିସ ଠାରୁ ଜିଲ୍ଲା ଏସ ପି ପର୍ଯ୍ୟନ୍ତ ସବୁ ଜାଣିବି କାହିଁକି ଏହି ଅସାମାଜିକ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *