ଭୁବନେଶ୍ବର ବ୍ୟୁର: ଗାୟକ ମଣ୍ଟୁ ଛୁରିଆ ଙ୍କ ପାଇଁ ଶୁଭମ ପ୍ରଧାନ ହାର୍ଡ ପି ‘ ଗଡିଲେ । କଥାଟା ଶୁଣି ଅଜବ ଲାଗୁଥିବ ନିହାତି ଭାବରେ । କିନ୍ତୁ, ଏକଥା ସମ୍ପୁର୍ଣ୍ଣ ସତ । କିନ୍ତୁ, ରିଏଲ ଲାଇଫ ରେ ନୁହେଁ, ରିଲ ଲାଇଫ ରେ । ଲଭର୍ସ ମ୍ୟୁଜିକ୍ ବେନର ରେ ନିର୍ମିତ ମ୍ୟୁଜିକ୍ ଭିଡିଓ ” ତୋ ପାଇଁ ପିଉଛି ହାର୍ଡ ” ରେ ଓଡିଶାର ବହୁ ଚର୍ଚ୍ଚିତ ଗାୟକ ମଣ୍ଟୁ ଛୁରିଆ ଏବଂ ଭାରତୀ ମହାରଣା କଣ୍ଠଦାନ କରିଛନ୍ତି । ଗିତର ପ୍ରତ୍ୟେକ ଟି ଧାଡି, ଶୁଣିଲେ ଆପଣ ହସି ହସି ଗଡିଯିବେ । ଗୋଟେ ଝିଅ ପ୍ରେମ ଜାଲରେ ଫସେଇ, ଟଙ୍କା ଖିଆ ରାକ୍ଖାସୁଣି ସାଜି, ଗୋଟେ ପୁଅକୁ ଭିକାରୀ କରେଇ ଶେଷରେ ବିଦେଶିଆ ଅଟୋ ବାଲା ସାଙ୍ଗରେ କେମିତି ନାରେ ନାରେ ହେଉଛି, ତାହା ଏ ଭିଡିଓରେ ଅଛି । ଆଉ ଏ ଭିଡିଓରେ ଶୁଭମ ପ୍ରଧାନ ମଣ୍ଟୁ ଛୁରିଆଙ୍କ କଣ୍ଠରୁ ବାହାରିଥିବା ପ୍ରତ୍ୟେକ ଟି ଧାଡି କୁ ଅଭିନୟ ମାଧ୍ୟମରେ କେମିତି ନିଭେଇଛନ୍ତି, ସେଇଟା ଦେଖିବାର କଥା । ୟୁଟୁବ୍ ରେ ଏ ଭିଡିଓ ଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଯାହାକୁ ସଙ୍ଗିତରେ ସଜେଇଛନ୍ତି ମାନସ୍ କୁମାର ଏବଂ ଗୀତିକାର ଅଛନ୍ତି ମିଲନ କୁମାର ମହାପାତ୍ର ।
