ସୋର : ବାଗୁଡି ବୋଇତା ପାହାଡରେ ଥିବା ସରକାରୀ ପଥର ଖାଦାନ ଗୁଡିକ ସରକାରଙ୍କ ପାଖରୁ ଟେଣ୍ଡର ନେଇ କୋଟି କୋଟି ଟଙ୍କା ଖର୍ଚ୍ଚକରି ପଥର ବିକୁଛନ୍ତି ା ଅନ୍ୟପଟେ ସରକାରଙ୍କୁ ଟଙ୍କାଟିଏବି ନଦେଇ ଗୁଣ୍ଡା ରାଜ ଚଳାଇ ପଥର ଚୋରି କରି କିଛିଲୋକ କୋଟି ପତି ହେଉଥିବା ଅଭିଯୋଗ ରହିଛି ା ନିର୍ବାଚନପୂର୍ବରୁ ହେମନ୍ତ ନାମକ ଜଣେ ବ୍ୟକ୍ତି ଦିର୍ଘଦିନଧରି ୬୯ ନମ୍ବର ଏକ ଖାଦାନକୁ ଜବର ଦଖଲକରି ପଥର ଚୋରି କରୁଥିବା ବେଳେ ତାର ହିଟାଜିକୁ ସୋର ତହସିଲଦାର ଜବଦ କରି ୧ଲଖ୍ୟଟଙ୍କାର ଫାଇନ୍ କରିଥିଲେ ା ମାତ୍ର ତାହାକୁ ଖାତିର ନକରି ହେମନ୍ତ ତାର ପଥର ଚୋରି ଯାରିରଖିଥିଲା ା ନିୟମ ଅନୂସାରେ ଉକ୍ତ ୬୯ନମ୍ବର ଖାଦାନଟି କୁଲଡିହା ଅଭୟାରର୍ଣ୍ଣ୍ୟର ସିମା ମଧ୍ୟରେ ରହିଥିବା ବେଳେ ସରକାର ଉକ୍ତ ଖାଦାନକୁ ଖନନ ନକରିବା ପାଇଁ ନିର୍ଦେଶ ଦେଇଛନ୍ତି ା ହେଲେ ହେମନ୍ତ ସେ ନିର୍ଦେଶକୁ ଖାତିର ନକରି ଦିର୍ଘଦିନଧରି ଉକ୍ତଖାଦାନକୁ ଡିନାମାଇଟ ଦେଇ ପଥର ପଠେଇ ପଥର ଖନନ କରି ବିକିଆସୁଥିବା ବେଳେ ମାତ୍ର ୨ମାସ ପୂର୍ବରୁ ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦେଶରେ ସୋର ତହସିଲଦାର ଉକ୍ତ ସ୍ଥାନରେ ପହଞ୍ଚି ରାତ୍ର ୧ଟା୨ଟା ପର୍ଯ୍ୟନ୍ତ ଅପେଖ୍ୟା କରି ମଧ୍ୟ ହେମନ୍ତକୁ ନପାଇ ୬୦ଟ୍ରିପ୍ ରୁ ଉର୍ଦ୍ଧ ଅକ୍ସନକରି ବିକ୍ରି କରାଯାଇଥିଲେବି ସେଠାରେ ଆହୁରି ଥିବା ୫୦୦ରୁ୬୦୦ଟ୍ରିପ୍ ପଥର ରହିଥିବା ବେଳେ ଉକ୍ତ ପଥରକୁ ଆଜିବି ଚୋରି କରୁଛି ହେମନ୍ତ ା ଏପଟେ ନିରବି ଯାଇଛନ୍ତି ଚହସିଲ ଦାର ହେମନ୍ତ ମସଗୁଲ ହୋଇ ବେପାର ଚଳାଇଛି ା ଏଠି ପ୍ରଶ୍ନ ଉଠୁଛି ଜଦି ହେମନ୍ତ ଚୋରି କରୁଛି ତା ନାମରେ କାହିଁକି ସୋରଥାନାରେ ଚୋରି ଅଭିଯୋଗ କରୁନାହାନ୍ତି ତହସିଲଦାର ? ହେମନ୍ତକୁ ଏଭଳି ସାହସ କେଉଁ ସରକାରୀ ବାବୁ ଦେଉଛନ୍ତି ? ଜଦି ତାଙ୍କୁ ତହସିଲ ଦାର ଧରିଲେ ଫାଇନ କଲେ କାହିଁକି ସୋର ଥାନାରେ ତାଙ୍କ ନାମରେ ଅଭିଯୋଗ କରୁନାହାନ୍ତି ? ତାହାଲେ କଣ ବୁଝିବାକୁ ହେବକି ଫାଇନ ଦେଇ ସବୁ ବେଆଇନ କାମ କରୀହେବ କି ? ଯଦି ନାଁ ତାହାଲେ କଣ ତହସିଲଦାର ମୁଟାଅଙ୍କର ଅର୍ଥ ବିନିମୟରେ ଏଭଳି କାର୍ଯ୍ୟ କରାଉଛନ୍ତି ? ଯଦି ନଁା ତାହାଲେ କେବେ ପୁଣି କାର୍ଯ୍ୟାନୁଷ୍ଠାନ ହେବ ହେମନ୍ତଙ୍କ ଉପରେ ? ଯାହା ସମୟ କହିବ ା ଅନ୍ୟପଟେ ହେମନ୍ତ ଏଭଳି କାର୍ଯ୍ୟ ରାଜନୈତିକ ଛତ୍ର ଛାୟା ତଳେ ରହି କରୁନାହାନ୍ତି ତ ! ତେବେ କିଏ ସେହି ନେତା ? କାହାର ଚାପରେ ଚାପି ହେଉଛି ପ୍ରଶାସନ ା ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି ା
