ସିଟି ଲାଇଫ ପାଇଁ ହେବକି ସୋରର ଆଉଥରେ ଦଙ୍ଗା

ସୋର : ସୋର ଉତରେଶ୍ବରରେ ଥିବା ସିଟିଲାଇଫ ନାମକ ଏକ ସଂସ୍ଥା ଉତରେଶ୍ବର ରାସ୍ତାକୁ ବେଆଇନ ପାର୍କିଂ ଭାବେ ବ୍ୟବହାର କରୁଥିବା ବେଳେ ଏନେଇ ବହୁଥର ଅଭିଯୋଗ ହୋଇଥିଲା ା ତେବେ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବେଳେ ସିଟି ଲାଇଫର ଅଣଗୁରିଆମି ଦିନକୁ ଦିନ ବଢିବାକୁ ଲାଗିଛି ଯେଉଁଥିପାଇଁ ସ୍ଥାନୀୟ ଲୋକଙ୍କ ସହ ସାଧାରଣ ଲୋକ ମଧ୍ୟ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି ା ଖାଲି ସେତିକି ନୁହଁ ବିଭିନ୍ନ ସମୟରେ ସେଠାରେ ଛୋଟବଡ ଦୁର୍ଘଟଣା ହେବା ସହ ଆମ୍ବୁଲାନ୍ସ ମଧ୍ୟ ଜିବା ଆସିବା କରିବା ବେଳେ ଭିଡ ପାଇଁ ବହୁସମୟ ଛିଡା ହୋଇରହୁଛି ା

ଯାହାକୁ ଦୁଷ୍ଟିରେ ରଖି ସୋରର କିଛି ସଚେତନ ଯୁବକ ଏନେଇ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପୁଣି ସେମିତି ବେଆଇନ ଭାବେ ରାସ୍ତା ଅବରୋଧ କରି ପାର୍କିଂ କରିଥିବା ଦେଖି କିଛି ଯୁବକ ସପିଂ ମଲର ମେନେଜରଙ୍କୁ ରାସ୍ତାରୁ ଗାଡି ଗୁଡିକ ବାହାର କରିବାକୁ କହିବାରୁ ମେନେଜର ଉକ୍ତ ଯୁବକମାନଙ୍କୁ  ଦୁର ବ୍ୟବହାର କରିଥିବା ସେମାନେ କହିଛନ୍ତି ା ଏହିସମୟରେ ସେହି ରାସ୍ତା ସମ୍ପୁର୍ଣ ବନ୍ଦ ହୋଇଯାଇଥିବା ବେଳେ ସେଠାରେ ଅପ୍ରିତିକର ପରିସ୍ତିତି ଦେଖିବାକୁ ମିଳିଛି ା ତେବେ ଝିମିଟି ଖେଳରୁ ମହାଭାରତ ପରି ଏମିତି ଏକ ଛୋଟ ଗଣ୍ଡ ଗୋଳରୁ ସୋରରେ ଦଙ୍ଗା ହୋଇଥିଲା ା ସରକାରଙ୍କର କୋଟି କୋଟି ଟଙ୍କା ବରବାଦ ହେବା ସହ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ା ତେବେ ଆଗାମି ଦିନରେ ସିଟି ଲାଇଫ ପାଇଁ ସେମିତି କିଛି ହେବନି ତ ? ତେଣୁ ପ୍ରସାଶନ ତୁରନ୍ତ ସଚେତନ ହେବା ସହ ସିଟି ଲାଇଫର ଏଭଳି ବେଆଇନ୍ କାର୍ଯ୍ୟଉପରେ ରୋକ ଲଗାଇବା ସହ ଏମିତି ଘଟଣାର ପୁର୍ଣଛେଦ ପକାଇବାକୁ ଦାବି ହେଉଛି ା

Leave a Reply

Your email address will not be published. Required fields are marked *