ଜଳେଶ୍ୱର : ( ସଂଜୟ ଦାସ ) ଜୀବିତ ପିଲାକୁ ଡାକ୍ତରଙ୍କ ମୃତ ଘୋଷଣା ପରେ ଜଳେଶ୍ବର ହସ୍ପିଟାଲରେରେ ଲଂକାକାଣ୍ଡ । ହସ୍ପିଟାଲରେ ଭଙ୍ଗାରୁଜା, ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅବରୋଧ। ଘଟଣା ରୁ ଜଣାପଡିଛି ଯେ ଜଳେଶ୍ୱର ରାଜପୁର ବସ୍ତିର ଇଂତାଜ ଖାଁଙ୍କ ପୁଅ ହଲିମ (୧୨) ସକାଳେ ୯ ଟାରେ ସ୍କୁଲ ରୁ ଘରକୁ ଫେରିବା ପରେ ପିଲାଟି ଅଚାକନ ଅସୁସ୍ଥ ହେବାପରେ ଘରଲୋକେ ପିଲାକୁ ଜଳେଶ୍ୱର ଜି.କେ ଭୋଟ୍ଟର ହସ୍ପିଟାଲକୁ ନେଇଥିଲେ । ଚିକିତ୍ସାର କିଛି ସମୟପରେ ଡାକ୍ତର ପିଲାକୁ ମୃତ ବୋଲି ଘୋଷଣା କରିଥିଲେ । ସେଠାରୁ ପିଲାକୁ ଘରକୁ ଆଣିବା ପରେ ପିଲାଟି ନିଶ୍ୱାସ ପ୍ରଶ୍ୱାସ ଚାଲିବା ଦେଖି ପିଲାକୁ ଧରି ହସ୍ପିଟାଲ ଫେରିଥିଲେ । ସେଠାରୁ ପିଲାକୁ ବାଲେଶ୍ଵର ନେଇଯିବା ପରେ ପିଲାର ସଂପର୍କୀୟ ଓ ସ୍ଥାନୀୟ ଲୋକ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ଉତ୍ୟକ୍ତ ହୋଇ ହସ୍ପିଟାଲ ଭିତରେ ଭଙ୍ଗାରୁଜା କରିବା ସହ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ଅବରୋଧ କରିଛନ୍ତି । ଡାକ୍ତରଖାନାରେ ଇଂଚାର୍ଜ ଡାକ୍ତର ଗଣେଶ ଚନ୍ଦ୍ର ପାଳ କିମ୍ବା ଅନ୍ୟ କୌଣସି ଡାକ୍ତରଙ୍କ ଏହି ଲଙ୍କାକାଣ୍ଡ ସମୟରେ ଭୟରେ ଲୁଛିପଡିଥିବା ଦେଖିବାକୁ ମିଳିଥିଲା।ପରେ ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତେବେ ଏଭଳି ଅଣଅଭିଜ୍ଞତା ଡାକ୍ତର ଓ ମେଡିକାଲ ଇଂଚାର୍ଜ ଡାକ୍ତର ଗଣେଶଚନ୍ଦ୍ର ପାଲଙ୍କୁ ଯଥାଶୀଘ୍ର ଚାକିରୀ ରୁ ବହିଷ୍କାର କରାଯାଉ ବୋଲି ଉତ୍ୟକ୍ତ ଲୋକେ ଅଡ଼ି ବସିଛନ୍ତି। ତେବେ ଏଭଳି କାଣ୍ଡ ପରିସ୍ଥିତିକୁ ଯୋଗୁ ହସ୍ପିଟାଲର ମୁଖ୍ୟ ଫାଟକକୁ ପରିବାର ଲୋକେ ତାଲାପକାଇଦେଇଛି । ଅନ୍ୟପଟେ ଦେଖିବାକୁଗଲେ ହସ୍ପିଟାଲରେ ଥିବା ରୋଗୀଙ୍କ ଚିକିତ୍ସାରେ ବାଧାପ୍ରାପ୍ତ ଘଟିଛି ।ସେପଟେ ପିଲାଟିକୁ ବାଲେଶ୍ଵର ନେବାପରେ ସେଠାରେ ବି ପିଲା ପିଲା ମୃତୁ ବୋଲି ଡାକ୍ତର କହିବାପରେ ଜଳେଶ୍ୱର ଫେରିଆସି ହସ୍ପିଟାଲ ସମ୍ନାରେ ଶବ ରଖି ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।
