ଜଳେଶ୍ୱର : ( ସଂଜୟ ଦାସ ) ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ପାଚେରୀ ଡେଇଁ ବିଜେପିରେ ପଶି ଗେରୁଆ ଟୋପିପିନ୍ଧି ବୟସର ଅପରାହ୍ନରେ ବିଧାନସଭା ଯିବାର ଆଶାକରି ଜଳେଶ୍ବର ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଟିକେଟ ପାଇ ଥିଲେ ଜୟନାରାୟଣ ମହାନ୍ତି। ତେବେ ଜଳେଶ୍ୱର ବାସୀ ସହଜରେ ଗ୍ରହଣ କରି ନପାରି ପୁନର୍ବାର ବିଜେଡି ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇ ଥିଲେ । ନିର୍ବାଚନରେ ବାପର ଶୋଚନୀୟ ପରାଜୟ ପରେ ପୁଅ ଏବେ ମାଛ ଚୋରି କରୁଥିବା ଅଭିଯୋଗ ହୋଇଛି । ଆଉ ଏପରି ଘଟଣା ଭିଆଇଛନ୍ତି ଖୁଦ ଜଳେଶ୍ବରର ପରାଜୟ ବିଜେପି ପ୍ରାର୍ଥୀ ଜୟନାରାୟଣ ମାହାନ୍ତିଙ୍କ ପୁଅ ଜିତୁନ । ସୂଚନାରୁ ପ୍ରକାଶ ଯେ ଗତ ତା : ୦୮/୦୮/୨୦୧୯ ରିଖ ରାତିରେ କେନ୍ଦ୍ରାପଡା ଅଞ୍ଚଳର ରାମକୃଷ୍ଣ ସାମନ୍ତ ଏକ ପିକପଭେନ ଯାହାର ନମ୍ବର ଓଡି ୦୧ଟି ୧୭୫୧ ଗାଡ଼ିରେ ମାଛ ଲୁଡିଂକରି ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ବର ଦେଇ କଲିକତା ଯାଉଥିଲେ । ଆଉ ଅନ୍ଧାରି ରାସ୍ତାର ସୁଯୋଗ ନେଇ ଜଳେଶ୍ବର ଏନ.ଏଚ ୬୦ ଉପରେ ଥିବା ଗାୟତ୍ରୀ ପେଟ୍ରୋଲ ପଂମ୍ପର କିଛି ଦୂର ଆଗରେ ଜିତୁନ ଓ ତାଙ୍କର କିଛି ସମର୍ଥକ ଉକ୍ତ ମାଛ ବୋଝେଇ ପିକପ ଭେନକୁ ଅଟକାଇ ଦାଦାଚାନ୍ଦା ମାଗିଥିଲେ । ତେବେ ଡ୍ରାଇଭର ସେମାନଙ୍କ କଥାକୁ ନଶୁଣି ଗାଡି ଆଗକୁ ଗଡାଇ ଥିଲା । ପରେ ଚାନ୍ଦ ଆଦାୟ କାରି ଯୁବକ ମାନେ ନିଜର ଏକ କାର ଓଡି ୦୧ଏବି ୧୭୬୯ କାର ଯୋଗେ ପିକାଵ ଭେନ ପିଛାକରି ମାରଣା ଅସ୍ତ୍ର ଦେଖାଇ ଡ୍ରାଇଭରକୁ ଅଟକାଇ ବାକୁ ଚେଷ୍ଟା କରିଥିବା ବେଳେ ମାଛ ଗାଡିର ଡ୍ରାଇଭର ଓ ହେଲ୍ପର ଜୀବନ ଭୟରେ ଗାଡିକୁ ଛାଡି ପାଖ ଗାଁକୁ ଦଉଡି ପଳାଇ ଥିଲେ । ଏହାର ସୁଯୋଗ ନେଇ ସେହି ଅସାମାଜିକ ଯୁବକ ମାନେ ମାଛ କାଢ଼ିବା ସହ ଗାଡିର ଚକାକୁ ଧାରୁଆ ଅସ୍ତ୍ରରେ ହାଣୀ ଗାଡ଼ିରେଥିବା ୩୦୦୦/-ଟଙ୍କା ନେଇଯାଇଥିଲେ । ମାତ୍ର ଘଟଣାର କିଛି ସମୟ ପରେ ଗାଡି ମାଲିକ ହେଲ୍ପର ଠାରୁ ସମସ୍ତ କଥା ଶୁଣିବା ପରେ ଜଳେଶ୍ବରର ନିଜ ବନ୍ଧୁ ଲାଲନ ସାହାଙ୍କୁ ଫୋନରେ ଯୋଗାଯୋଗ କରିବା ପରେ ବନ୍ଧୁ ଲାଲନ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଉଦ୍ଧାର କରବା ବେଳେ ବିଧାୟକ ପ୍ରାର୍ଥୀଙ୍କ ପୁଅ ଜିତୁନ ଓ କେତେକ ଯୁବକ ମାଛ ଭାଗବଣ୍ଟା କରୁଥିବା ଦେଖିଥିଲେ । ଆଉ ଲାଲନ ସେମାନଙ୍କୁ ମାଛ ଏତେ ରାତିରେ କେଉଁଠୁ ଆଣିଲ ପଚାରିବାରୁ ଉକ୍ତ ଗାଡିରୁ କାଢିଥିବାର ଲାଲନ ଆଗରେ ସ୍ୱକାର କରିଥିଲେ ଜିତୁନ ଓ ତାଙ୍କ ସହକର୍ମୀ । ତେବେ ଏ ଘଟଣାକୁ ନେଇ ପିକପ ଭେନ ମାଲିକଙ୍କ ପକ୍ଷରୁ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ା ତେବେ ପୁଅର ଏତାଦ୍ରୁଷ କାର୍ଯ୍ୟ ବାପ ଜୟନାରାୟଣ ଙ୍କୁ ବଦନାମ କରୁଥିବା ସାଧାରଣ କହୁଛନ୍ତି । ଅନ୍ୟପଟେ ଦୀର୍ଘ କିଛି ବର୍ଷ ତଳେ ଜୟନାରାୟଣଙ୍କ ଅନ୍ୟ ଏକ ପୁଅ ନାମରେ ବାଲିଆପାଳ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜୁ ପରେ ପୁଅ ଭିଟାମାଟି ଛାଡିଛନ୍ତି । ଆଉ ଆଗକୁ ଦେଖିବା ପାଇଁ ବାକିରହିଲା ସାନ ପୁଅ ଜିତୁନ କୁ କେବେ ଜଳେଶ୍ବର ପୋଲିସ ଗିରଫ କରୁଛି ନା ଅନ୍ୟ କିଛି ଉପାୟରେ କେସକୁ ଦଫାରଫା କରି ରାଜନୀତି ଚାପରେ ନିରବ ରହୁଛି ।
