ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ୱର ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ର ଜଣେ ଛାତ୍ର ହଷ୍ଟେଲ ରୁ ଗାଏବ । ସୂଚନା ରୁ ପ୍ରକାଶ ଯେ ଭୋଗରାଇ ବ୍ଳକ ହାଣ୍ଡିପଡା ଗ୍ରାମର କାହ୍ନୁ ଚରଣ ଦାସଙ୍କ ପୁଅ ଗୋବିନ୍ଦ ଦାସ (୧୩) ଅଷ୍ଟମ ଶ୍ରେଣୀର ଛାତ୍ର ସେ ଜଳେଶ୍ୱର ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ହଷ୍ଟେଲରେ ରହି ପାଠ ପଢୁଥିଲା । ତେବେ ଆଜି ତା:୨୧/୦୭୨୦୧୯ ରିଖ ସକାଳ ପ୍ରାୟ ୫ଟା ୩୦ ମି: ସମୟରୁ ହଷ୍ଟେଲରୁ କୁଆଡେ ଗାଏବ ହୋଇଯାଇଛି । ସ୍କୁଲ ଶିକ୍ଷକ ମାନେ ବହୁତ ଖୋଜା ଖୋଜି କରିବା ପରେ ନମିଳିବାରୁ ପିଲାର ବାପା ମାଙ୍କୁ ଦୀର୍ଘ ୩ ଘଣ୍ଟା ପରେ ଖବର ଦେଇଥିଲେ । ଖବର ପାଇବା ପରେ ପିଲାର ପରିବାର ଲୋକେ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କ ଠାରୁ ସମସ୍ତ ଘଟଣା ଶୁଣିବାପରେ ସକାଳ ରୁ ସାନ୍ଧ୍ୟ ଯାଏ ସବୁଆଡେ ଖୋଜିବା ପରେବି ପିଲାର କିଛି ପତ୍ତା ମିଳିନଥିଲା । ଛାତ୍ର ଗୋବିନ୍ଦଙ୍କ ମା ସନ୍ଧ୍ୟାରେ ଜଳେଶ୍ୱର ଥାନାରେ ପିଲା ହଷ୍ଟେଲ ରୁ ଗାଏବ ହେବାକୁ ନେଇ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ନାମରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଜଳେଶ୍ୱର ପୋଲିସ ଅଭିଯୋଗ ପାଇବାପରେ ସ୍କୁଲ ଦାଇତ୍ଵରେ ଥିବା ଶିକ୍ଷକଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି।
