ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ସୋର: ରାଜ୍ୟ ସରକାର ମଦ ବିକ୍ରି ପ୍ରୋତ୍ସାହନ ଦେଉଥିବା ବେଳେ ରାଜ୍ୟରେ ମଦ ଜନିତ ଅପରାଧ ଦିନକୁ ଦିନ ବଡି ଚାଲିଛି । ମଦ ବେପାରକୁ ବାପା ବିରୋଧ କରିବାରୁ ପୁଅ ଟାଙ୍ଗିଅରେ ହାଣି ବାପର ଜୀବନ ନେଇଯାଇଛି ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ସୋର ଥାନା ଅଧିନ ତେଣ୍ଟିଇ ଗ୍ରାମ ପଞ୍ଚାୟତର ବେହାରା ସାହିରେ । ଗ୍ରାମର ଜୟକୃର୍ଷ୍ଣ ମଳିକଙ୍କ ବଡପୁଅ ଶରତ ମଳିକଙ୍କର ମଦ ବେପାରକୁ ଦୀର୍ଘଦିନ ଧରି ବିରୋଧ କରିଆସୁଥିଲେ । ଯାହାକୁ ନେଇ ପୁଅ ଶରତ ରକ୍ତା ସାଜିଥିଲା । ବାପା ରାତିରେ ଖାଉଥିବା ସମୟରେ ପୁଅ ଏକ ଭୁଜାଲିରେ ବାପାର ବାମ ପଟ ଛାତିକୁ ହାଣି ଦେଇଥିଲା । ଘଟଣା ସ୍ଥଳରେ ବାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଅନନ୍ତପୁର ଫାଣ୍ଡି ପୁଲିସ ପହଁଚି ପେରାର ହୋଇଯାଇଥିବା ପୁଅ ଶରତକୁ ଖୋଜା ଖାଜା କରିଛି ।

Leave a Reply

Your email address will not be published. Required fields are marked *