ସୋର ମେଡିକାଲରେ ନବଜାତ ଶିଶୁ ମୃତ୍ୟୁ ଘଟଣା ; ଜିଲାପାଳଙ୍କ ପରିର୍ଦଶନ

ସୋର : ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ନର୍ସ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁ ନବଜାତ ଶିଶୁ ମୃତ୍ୟୁ ଘଟଣାକୁ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି । ନବଜାତ ଶିଶୁ ମୃତ୍ୟୁ ଘଟଣା ଏବଂ ନର୍ସ ମାନେ କାର୍ଯରେ ଅବହେଳା । ରୋଗି ଅପେକ୍ଷା ମୋବାଇଲକୁ ଅଧିକ ଗରୁତ୍ବ ଦେଉଥିବା ଯୋଗୁ ଏପରି ଘଟଣା ହେଲା । ଯାହାକୁ ନେଇ
ମୃତ ଶିଶୁ୍ର ପରିବାର ତରଫରୁ ଅଭିଯୋଗକୁ ହୋଇଥିଲା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଆଜି ସକାଳେ ବାଲେଶ୍ବର ଜିଲାପାଳ ହଟାତ୍ ପରିଦର୍ଶନରେ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଚିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଅଫିସର ଡ. ହେମନ୍ତ ରାଉଳଙ୍କ ସହ ନବଜାତ ଶିଶୁମୃତ୍ୟୁ ସର୍ମ୍ପକରେ ବିଭିନ୍ନ ଦିଗରୁ ବଚାରି ବୁଝିଥିଲେ । ମୃତ ଶିଶୁ ପରିାବର ତରଫରୁ ଅଭିଯୋଗର ନକଲ ଜିଲାପାଳଙ୍କ ଦେଇଥିଲେ। ଏବଂ ଜିଲାପାଳ ଘଟଣାର ତଦନ୍ତ କରି ଦୃଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେବୋଲି ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *