ଜଳେଶ୍ୱର : ( ସଂଜୟ ଦାସ ) ସାମ୍ନାକୁ ଆସିଥିବା କିଛି ଅଭିଯୋଗ ମୂଳେ ଦିର୍ଘଦିନ ଧରି ଜଳେଶ୍ବରରେ ଗୋରୁ ଗାଡିରୁ ମାଲେ ମାଲ ହେଉଛନ୍ତି କିଛି ପୁଲିସ କର୍ମଚାରୀ ଓ ଗୋରୁ ଗାଡି ଅଟକାଇବା ନାମରେ ବେଆଇନ୍ ସଂଗଠନ ତିଆରି କରିଥିବା କେତେଜଣ ଗୁଣ୍ଡା ା ନିୟମାନୁସାରେ ପୁଲିସର ଦାଇତ୍ବ ଗୋରୁ ଗାଡି ଅଟକାଇବ ନିୟମ ବେନିୟମ ଦେଖିବ ବେନିୟମ ହେଲେ କାର୍ଯ୍ୟାନୁଷ୍ଠାନ ନେବ ସେପରି ସ୍ଥଳେ ଆଜି କାଲି ବାହାରୁଥିବା ବଜରଙ୍ଗି ଦଳ , ଗୋସୁରଖ୍ୟା ସମିତି ଏମାନେ କିଏ ଗୋରୁ ଗାଡି ଅଟକାଇବାକୁ ? କିଏ ଏମାନକୁ ପରମିସନ ଦେଇଛି ? ସବୁଠାରୁ ଆଶ୍ଚର୍ଯ୍ୟର କଥା ପୁଲିସ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ନିରବ ବସିବା ା ଜଦି ଏମାନେ ଧରିବେ ସବୁଗାଡି ଧରନ୍ତୁ ଥାନା ଗୁଡାକ ଉଠାଇ ଦେଇକି ଏମାନେ ଗୋଟେ ଗୋଟେ ଗୋରୁ ଧରା ସଂସ୍ଥା ଖୋଲିକି ବସନ୍ତୁ ା ଆହୁରି ଏକ ଗୁରୁତ୍ବପୂର୍ଣକଥା ଏଇ ନିର୍ଦିଷ୍ଟ ଦଳର ଗାଡି ଅଟକାଇବା କର୍ମୀମାନେ ରାତି ୧୨ଟା ୧ଟା ଯାଏଁ ଜାତୀୟ ରାଜପଥରେ କଣ କରୁଛନ୍ତି ? ଏମାନଙ୍କର କଣ ସ୍ବାର୍ଥ ରହୁଛି ଏମାନେ ଗୋରୁ ଗାଡି ଅଟକାଇ କିଡ୍ନାପ କରିନେଇ ପୁଲିସ୍ କୁ ଜଣାଉଛନ୍ତି ା ତେବେ ଏଭଳି ଅଭିଯୋଗର ସତ୍ୟା ସତ୍ୟ ଏବେ କିଛିଟା ସାମ୍ନାକୁ ଆସିଛି ା ଗତ ତା: ୧୫/୦୭/୨୦୧୯ ସୋମବାର ରାତିରେ ଜଳେଶ୍ୱର ବଜରଙ୍ଗ ଦଳର ସଦସ୍ୟ ମାନେ ଏକ ଗୋରୁ ବୋଝେଇ ପିକାପଭେନ ଓଡି ୦୧ – ୧୧୪୫ କୁ ଲକ୍ଷ୍ମଣ ନାଥ ଟୋଲଗେଟ ନିକଟରେ ଧରିଥିଲେ ସେଇ ସମୟରେ ଡ୍ରାଇଭର ଓ ହେଲ୍ପର ପଳାଇ ଯାଇଥିଲେ । ପରେ ବଜରଙ୍ଗ ଦଳ ସଦସ୍ୟ ମାନେ ଗୋରୁ ବୋଝେଇ ଗାଡିକୁ ପ୍ରଥମେ ଜଳେଶ୍ୱର ଥାନାକୁ ନନେଇ ଟୋଲଗେଟ ଠାରୁ ପାଖାପାଖି ୪ କି:ମି ଦୂର ୬୦ ନମ୍ବର ଜାତୀୟ ରାଜପଥ ଉପରେ ଥିବା ହୋଟେଲ ଜେ.ଟି ନିକଟକୁ ନେଇଯିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ସେଠାରେ ତର୍କବିତକ ହୋଇଥିଲା । ତେବେ କିଛି ସଦସ୍ୟ ଜିଦ୍ ରେ ଅଟଳ ରହି ଗୋରୁ ବୋଝେଇ ଗାଡିଟିକୁ ଜଳେଶ୍ବର ଶାନ୍ତିଆ ଷ୍ଟାଡିୟମକୁ ନେଇଯାଇଥିଲେ । ପରେ ଗାଡିଭିତରେ ଥିବା ଗୋରୁକୁ ମୁକୁଳା ଯାଇଥିଲା । ଜଳେଶ୍ୱର ରେ ଗୋଶାଳା ନଥିବାରୁ ପୋଲିସ ଘଟଣା ଜାଣିବା ପରେ ଗୋରୁ ଗୁଡିକର ରଖ୍ୟଣା ଭଖ୍ୟଣ ପାଇଁ ଜଳେଶ୍ୱର ବ୍ଳକର ବିଭିନ୍ନ ଗାଁର ଲୋକଙ୍କୁ ଡାକି ସେମାନଙ୍କ ଠାରୁ ପ୍ରମାଣ ପତ୍ର ରଖି ଗୋରୁ ଗୁଡିକୁ ଦାୟିତ୍ୱ ଦେଇଥିଲେ । ତେବେ ଘଟଣାର ଦିନକ ପରେ ବଜରଙ୍ଗ ଦଳ ସଦସ୍ୟ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ପୋଲିସ ଗୋରୁ ଗୁଡ଼ିକୁ ଗାଁ ଲୋକଙ୍କୁ ଦେବାର ଭୁମିକା ଉପରେ ଆଙ୍ଗୁଳି ଉଠାଇ ଗୋରୁ ମାଫିଆଙ୍କ ସହ ପୋଲିସ ସାଲିସ କରୁଥିବା ଅଭିଯୋଗ ଆଣିଛନ୍ତି । ଗାଁ ଲୋକମାନଙ୍କୁ ଦିଆଯାଥିବା ଗୋରୁକୁ ପୋଲିସ ଫେରାଇ ଆଣି ଗୋଶାଳାରେ ଛାଡିବା ପାଇଁ ଜଳେଶ୍ୱର ବଜରଙ୍ଗ ଦଳର ମୁଖ୍ୟ ପବନ କୁମାର ସାହୁ ଦାବି କରିଛନ୍ତି । ତେବେ ଜଳେଶ୍ବର ପୁଲିସ କଣ ବଜରଙ୍ଗି ଦଳର ପବନ କୁମାର ସାହୁଙ୍କ ପାଖରେ ଚାକିରି କରିଛି ? ନାଁ ସେ ଏସ୍ପି ! ପବନ ବାବୁ ପୁଲିସ ପାଖରେ ଅଭିଯୋଗ କରିବେ ପୁଲିସ ଧରିବ ସେ କାହିଁକି ଗୋରୁ ଗାଡି ଧରିଲେ ? ତେବେ ପବନ ସାହୁ ତଥା ତାଙ୍କ ସଂସ୍ଥା ବଜରଙ୍ଗ ଦଳର କାର୍ଯ୍ୟକୁ ନେଇ ସାଧାରଣରେ ଅଶନ୍ତୋଷ ଦେଖାଦେଇଛି ା ତେବେ ଲକ୍ଷ୍ମଣ ନାଥ ଟୋଲଗେଟ ଠାରୁ ଜବତ ହୋଇଥିବା ଗୋରୁ ବୋଝେଇ ଗାଡିର ଘଟଣା କଥାକୁ ପ୍ରକାଶ ନକରି କାହିଁକି ଜଳେଶ୍ୱର ଶାନ୍ତିଆ ଷ୍ଟାଡିୟମ ଭିତରୁ ଗୋରୁ ବୋଝେଇ ଗାଡ଼ି ଉଦ୍ଧାର କରାଯାଇଛି ବୋଲି କିଛି ସଦସ୍ୟ ଏବେ ପ୍ରକାଶ କରୁଛନ୍ତି ତେବେ ଘଟଣା ଭିତରେ ଲୁଚି ରହିଥିବା ରହସ୍ୟକୁ ନେଇ ଜଳେଶ୍ୱର ଉଠୁଛି ପଡୁଛି । ତେବେ ଏହାରି ଭିତରେ ଜଳେଶ୍ୱର ବଜରଙ୍ଗ ଦଳ ଓ ପୋଲିସ ଭିତରେ ଛକା ପଞ୍ଝା ଲାଗିରହିଥିଲା ବେଳେ ପୋଲିସର କୋହଳ ମନଭାବ ପାଇଁ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ା ବିଭିନ୍ନ ସମୟରେ ରାଜପଥରେ ଗାଡିଅଟକାଇବା ବା ଧମକାଇ ଡ୍ରାଇଭରଙ୍କ ପାଖରୁ ଲୁଟ ଅଭିଯୋଗ ହେଲେ ସେମାନଙ୍କ ନାମରେ ଜେମିତି ଛିନତାଇ ବା ଡକାୟତ ଅଭିଯୋଗରେ ମାମଲା ରିଜୁ ହେଉଛି ଜେଉଁ ମାନେ ଗାଡି ଅଟକାଇ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଅପହରଣ କରିନେଲେ ସାମେନଙ୍କ ନାମରେ କାହିଁକି ସେଭଳି ମାମଲା ହେଉନି ବୋଲି ପ୍ରଶ୍ନ ଉଠୁଛି ା
