ଅଣଗୁରିଆ ନର୍ସଙ୍କ ପାଇଁ ନବଯାତ ଶିଶୁର ଜୀବନ ଗଲା

ସୋର: ଦିନକୁ ଦିନ ସୋର ଡାକ୍ତରଖାନାରେ ଅଣଗୁରିଆମି ଉଗ୍ରରୂପ ନେଉଛି । ସବୁଠାରୁ ବଡକଥା ଏଠାରେ ଥିବା କିଛି ନର୍ସଙ୍କ ଅଣଗୁରିଆମି ବଢି ବଢି ଚାଲିଛି , ମୋବାଇଲରେ ବ୍ୟସ୍ତ ରହୁଥିବା ନର୍ସଙ୍କ ପାଇଁ ନବଯାତ ଶିଶୁଙ୍କ ମ୍ରୁତ୍ୟୁ ହେଉଥିବା ଦେଖିବାକୁ ମିଳୁଛି ା ବାଲେଶ୍ବର ଜିଲା ସୋର ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରରେ ଜଣେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଅଶନ୍ତୋଶ ଦେଖାଦେଇଛି । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ସୁଚନା ମୁତାବକ ସୋର ଗୋଷ୍ଠୀ ସ୍ବସ୍ଥ୍ୟ କେନ୍ଦ୍ରକୁ ପ୍ରସବ ପାଇଁ ସୋର ମ୍ୟୁନସିପାଲଟିର ମୋନଜ ସଙ୍ଖୁଆଙ୍କ ସ୍ତ୍ରୀ ପ୍ରସବ ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ସେଠାରେ ସେତେବେଳେ ଦାଇତ୍ବରେ ଥିବା ନର୍ସ ମାନେ କହିଥିଲେ ପିଲାଟି ବଞ୍ଚିଛି କିଛିସମୟ ଅପେଖ୍ୟାକର ଡେଲିଭରି ହେବ କିନ୍ତୁ ଦୀର୍ଘ ୭ଘଣ୍ତା ପରେ ପୁଣି ନର୍ସମାନେ ପିଲା ମରିଯାଇଛି ବୋଲି କହି ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର କରିଦେଇଥିଲେ । ଯାହାକୁ ନେଇ ପରିବାର ତରଫରୁ ଉତ୍ତେଜନା ବୃଦ୍ଧି ପାଇଥିଲା । ମୃତ ପିଲାକୁ ନେଇ ପରିବାର ତରଫରୁ ମେଡିକାଲ ଇନଚାର୍ଜଙ୍କ ଅଫିସକୁ ଘେରାଉ କରିଛନ୍ତି ।

Leave a Reply

Your email address will not be published. Required fields are marked *