ସିମୁଳିଆର ଉତ୍ତମ ଦ୍ବତୀୟ ସାରଥି ସାଜିଛି ; ଖାଲି ଆଣ୍ଠୁଆ ଗୋପାଳ ହେବାକୁ ଅପେକ୍ଷା

ସିମୁଳିଆ : ସାରା ଓଡିଶାରେ ଭଣ୍ଡ ସାରଥି ଲୋକଙ୍କୁ ଛଳନାକରି ଲୋକଙ୍କ ଇଜତ ସହିତ ଖେଳୁଥିଲା ତାହା ବିଗତ ଦିନରେ ସାରା ଓଡିଶାରେ ଚର୍ଚା ହୋଇଥିଲ‍ । ଅନ୍ଧବିଶ୍ବାସ  ଆଳରେ ନକଲି ଭଗବାନ ସାଜି ଲୋକଙ୍କ ପାଖରୁ ଟଙ୍କା ଏବଂ  ଝିଅ ବହୁଙ୍କ  ଇଜତ ଲୁଟିଥିଲା । ପୁଣି ଆଉଥରେ ସାରଥିଙ୍କର ଅନ୍ଧ ଭକ୍ତ ଭଣ୍ଡ ସାରଥିକୁ ଭଗବାନ ପରି ପୁଜା ଅର୍ଚ୍ଚନା ଅରମ୍ଭ କରିଛନ୍ତି । ଏବଂ ସିମୁଳିଆରେ ଉତ୍ତମ ନାମକ ଜଣେ ବ୍ୟକ୍ତି ଦ୍ବତୀୟ  ସାରଥି ଭାବରେ ନିଜର ନାଳୁଆମି ଆରମ୍ଭ କରିଛି ।ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ମାନଙ୍କ ଦ୍ବାରା ଘଟଣା ସ୍ଥଳରେ ଉତ୍ତେଜନ ବୃଦ୍ଦି ପାଇବାରୁ ପୁଲିସ ପହଁଚି ଅୟତ କରିଛି । ସୁଚନା ଅନୁସାରେ ବାଲେଶ୍ବର ଜିଲା ସିମୁଳିଆ ଥାନା ଜାମୁଝାଡିରେ ଗତ ରାତିରେ ସାରଥି ପୂଜା ଭକ୍ତମାନଙ୍କ ଦ୍ବାରା ମହା ସମାରୋହରେ ପାଳିତ କରିଥିଲେ। ସାରଥି ଙ୍କର ଏକ ଶୋଭାଯାତ୍ରାରେ ବାହାରି ତାରିଣୀ ମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରବଚନ ୧୦ରୁ ୧୫ ବୋଲରରେ କେନ୍ଦ୍ରପଡା, ବାଲେଶ୍ବର, ଜଗତସିଂହପୁର ପ୍ରଭୁତି ଜିଲାକୁ ସାରଥି ଭକ୍ତ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକେ ବିରୋଧ କରି ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସାରଥୀ ଭକ୍ତମାନେ ଫେରିଯାଇଥିଲେ।

Leave a Reply

Your email address will not be published. Required fields are marked *