ଜଳେଶ୍ୱର : ( ସଂଜୟ ଦାସ ) ରାଜ୍ୟ ବିଜେଡି ସରକାରଙ୍କ ୨୦ ବର୍ଷ ଶାସନ କାଳ ଭିତରେ ବହୁ ଯୋଜନା ଉପର ଯୋଜନା ଆରମ୍ଭ ହୋଇଛି। ତେବେ ସେହି ଯୋଜନା ଗୁଡିକ ମଧ୍ୟରୁ “ପିଠା” ଯୋଜନା ଲୋକଙ୍କ ପାଇଁ ଥିଲା ଅନ୍ୟତମ । ଠିକ ୨୦୧୯ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କଲେ ଏହି “ପିଠା” ଯୋଜନା । କୁଆଡ଼େ ଶୁଣିବାକୁମିଳିଲା ଯେ ଏହି ଯୋଜନା ଦ୍ବାରା ଜନସାଧାରଣଙ୍କୁ ସଚେତନ କରାଇବା ଓ ବିଭିନ୍ନ ସରକାରୀ ଯୋଜନାର ସ୍ୱଚ୍ଛତା ସଠିକ ରୂପାୟନ ବଜାଇ ରଖିବା ପାଇଁ ବିଜେଡି ସୁପ୍ରିମ ଆରମ୍ଭ କରିଥିଲେ “ପିଠା” ଯୋଜନା । ଆଉ ଖାସ ସେହିଥି ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଦୀର୍ଘ ୪ ମାସ ଧରି କୁଆଡ଼େ ହଜିଗଲା ସରକାରଙ୍କ ଏହି “ପିଠା” ଯୋଜନା । ତେବେ କଥା ଉଠୁଛି ଯେ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନା ଆରମ୍ଭ କରି ଲୋକଙ୍କ ହିତପାଇଁ ସୁପ୍ରିମ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଅତି ପ୍ରିୟ ହୋଇ ନିର୍ବାଚନର ଫାଇଦା ଉଠାଇ ଏବେ “ପିଠା” ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ନିର୍ବାଚନ ପୂର୍ବରୁ “ପିଠା” ପ୍ରତି ସରକାରଙ୍କ ଯେଉଁ ତତ୍ପରତା ଦେଖିବାକୁ ମିଳିଥିଲା ଯାହାକି ନେତା,ମନ୍ତ୍ରୀ ଓ ସରକାରୀ କର୍ମଚାରୀଙ୍କ ଆଖିର ନିଦ ହୋଜିଯାଇଥଲା । ଆଉ ନିର୍ବାଚନ ପରେ ନିଜନିଜର ଆଖିକୁ ଶାନ୍ତି ଦେବା ପାଇଁ ସମସ୍ତେ ସଇପଡ଼ିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ମାସ ୧୫ ରୁ ୨୦ ତାରିଖ ଭିତରେ ପ୍ରତ୍ୟେକ ପଞ୍ଚାୟତ ମାନଙ୍କରେ ଶିବିର ଆୟୋଜନ କରି ଲୋକମାନଙ୍କ ବିଭିନ୍ନ ସମସ୍ୟା ବୁଝିବା ପାଇଁ ସରକାରୀ ବାବୁ ମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ଥିଲା । ଯାହାକି ଆଉ ଦେଖିବାକୁ ମିଳୁନି ପଞ୍ଚାୟତରେ “ପିଠା” କାର୍ଯ୍ୟକ୍ରମ କି ପିଠା ଖାଇବା ଓ ଖୁଆଇବାର ମଜା । ସତେ ଯେମିତି ହଠାତ କୁଆଡେ ହଜିଯାଇଛି ସରକାରଙ୍କ “ପିଠା” ଯୋଜନା ।
