ସୋର ନେସ୍କୋର ଦାୟିତ୍ବ ହିନତା ଯୋଗୁ ଚାଲିଗଲା ଜୀବନ
ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟିରେ ଏକ ଟ୍ରକ ପିଟି ହେବାରୁ ଖୁଣ୍ଟ ତଳେ ଠିଆ ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣକର ମୃ୍ତ୍ୟୁ ହୋଇଛି । ସୁଚନା ଅନୁସାରେ ଗୋଟିଏ ଟ୍ରଲର ଜାତୀୟ ରାଜପଥରେ ବାଲେଶ୍ବରରୁ ଭଦ୍ରକ ଜିବା ରାସ୍ତାରେ ବିଦୁ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ ସମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟି ସହ ପିଟି ହୋଇଥିଲା ସେଠାରେ ବସିଥିବା ୪ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣ ଦଉଡିକି ପଳାଇଯାଇଥିଲା ବେଳେ ଜଣେ ସେକ ରବାନି ନାମକ ବ୍ୟକ୍ତିଙ୍କର ମ୍ରୁତ୍ୟୁ ହୋଇଛି ା ମିଳିଥିବା ତଥ୍ୟମୂଳେ ଉକ୍ତ ଖୁଣ୍ଟରେ କୌଣସି ଇଲେକ୍ଟ୍ରିକ ସଂଯୋଗ ନଥାଇ ମଧ୍ୟ ବହୁଦିନ ଧରି ଇଲେକ୍ଟ୍ରିକ୍ ଖୁଣ୍ଟିଟିକୁ ସୋର ନେସ୍କ ବିଭାଗ ସେଠାରୁ ବାହାର ନକରି ଖାମ ଖିଆଲି ଭାବେ ରଖିଥିବା ହେତୁ ଆଜି ଏଭଳି ଦୁଖଦ ଘଟଣା ଘଟିଲା ବୋଲି ସ୍ଥାନିୟ ଲୋକ ଅଭିଯୋଗ କରୁଛନ୍ତି ା ତେବେ ସୋର ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାକାରୀ ଡ୍ରାଇଭର ଫେରାର ଥିବା ଜଣା ପଡିଛି ା
