ଖଇରା : ପୁଲିସ ଗାଡି ଦୁର୍ଘଟଣା ଗ୍ରସ୍ଥ ୪ପୁଲିସ ସମେତ ୬ଯାତ୍ରୀ ଗୁରୁତ୍ବର । ସୋର କୁପାରି ରସ୍ତା ଗଣ୍ଡିବେଡ ଠାରେ ଖଇରା ପୁଲିସ ସହିତ ବୋଲେରୋ ଦୁର୍ଘଟଣା। ଏଏସଆଇ ଶ୍ଯାମ ସୁନ୍ଦର ବିନ୍ଧାଣୀ ଗୁରୁତର ସମେତ ଚାରି ପୁଲିସ କର୍ମଚାରୀ ଓ ବୋଲେରୋ ୬ ଯାତ୍ରୀ ଆହତ। ପୁଲିସ ବାହୁଡା ଯାତ୍ରା ଡ୍ଯୁଟି ସାରି ଫେରୁଥିବା ବେଳେ ଚତୁର୍ଥୀ ପାଇଁ ଯାଉଥିବା ବୋଲେରୋ ସହିତ ହେଲା ଦୁର୍ଘଟଣା। ଗୁରୁତର ଏଏସଆଇ ଶ୍ରୀ ବିନ୍ଧାଣୀଙ୍କ ସମେତ ୨ ଗୁରୁତର ଯାତ୍ରୀ କଟକ ସ୍ଥାନାନ୍ତର। ଅନ୍ଯ ଆହତ ଯାତ୍ରୀ ଖଇରା ଡାକ୍ତରଖାନାରେ ଭର୍ତ୍ତି।
