ବାଲେଶ୍ଵର : ଡକାୟତଙ୍କ ସହ ସାଲିସ କରୁଛିକି ଜଳେଶ୍ବର ପୋଲିସ ? ଅଭିଯୁକ୍ତକୁ ଧରିଆଣି କାହିଁକି ଛାଡୁଛି ଜଳେଶ୍ବର ପୁଲିସ ? ପାଖାପାଖି ଦୀର୍ଘ ୨ ବର୍ଷଧରି ଲକ୍ଷ୍ମଣ ନାଥ ତନଖି ଫାଟକ ଉଚ୍ଛେଦ ପରେ ଆଖପାଖ ଅଞ୍ଚଳର କିଛି ଅସାମାଜିକ ଯୁବକ ନିଜକୁ ପୋଲିସ ଓ ଏମ୍ ଭି ଆଇ ପରିଚୟ ଦେଇ ଲକ୍ଷ୍ମଣ ନାଥ ଟୋଲ ପ୍ଳାଜା ନିକଟରେ ଟ୍ରକ ଓ ବସ ରୁ ପ୍ରତିଦିନ ହଜାର ହଜାର ଟଙ୍କା ଡକାୟତି କରୁଛନ୍ତି । ନିର୍ଦ୍ଧିଷ୍ଟ କେତେଜଣ ଯୁବକଙ୍କ ନାମରେ ଜଳେଶ୍ୱର ପୋଲିସ ନିକଟରେ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ କାହିଁକି…? । ଏହି ଯୁବକ ମାନଙ୍କ ମଧ୍ୟରୁ କେତେକଙ୍କୁ ବହୁ ସମୟରେ ଜଳେଶ୍ୱର ପୋଲିସ ପେଟୁଲିଂ ସମୟରେ ଧରି ଥାନାକୁ ନେଇ ରାତିସାରା ଅଟକ ରଖି ସକାଳୁ ବୁଝାମଣା ପରେ ଛାଡି ଦିଆଯାଇଥିବା କଥା ସବୁଆଡେ ଚର୍ଚ୍ଚା ହୁଏ । ତେବେ ଏହି ଯୁବକ ମାନେ ପ୍ରତିଦିନ ରାତିରେ ସଂଘବଧ ହୋଇ ଡ୍ରାଇଭର ମାନଙ୍କୁ ଭୟଭୀତ କରାଇ ବସ ଟ୍ରକର କାଚଭାଙ୍ଗି ଅର୍ଥ ଲୂଟନ୍ତି । ଯାହାକି ଗତ ମଙ୍ଗଳବାର ତା: ୯/୦୭/୨୦୧୯ ରିଖ ମଧ୍ୟ ରାତିରେ ପଶ୍ଚିମବଙ୍ଗ ର ଏକ ଟ୍ରକ W.B 19k- 1286 କଲିକତା ରୁ ପାରାଦୀପ ଯାଉଥିବା ବେଳେ ଉକ୍ତ ଟୋଲ ପ୍ଳାଜା ନିକଟରେ ଗାଡିଘେରି ଚାନ୍ଦା ଆଦାୟ କରୁଥିବା ଯୁବକ ମାନଙ୍କ ମଧ୍ୟରୁ ୬ଜଣ ଯୁବକ ଟ୍ରକଟି କିଛିବାଟ ଗଲାପରେ ଅଟକାଇଥିଲେ । ପରେ ଡ୍ରାଇଭରକୁ ଧମକ ଚମକ ଦେଇ ୧୩ଶହ ଟଙ୍କାନେଇ ଏମ୍ ଭି ଆଇ ନକଲି ମେକାନିକାଲ ରସିଦ ଦେବା ପରେ ଡ୍ରାଇଭର ହାତରୁ ୫ହଜାର ଟଙ୍କା ଛଡାଇ ନେଇ ଯୁବକ ମାନେ ସେଠାରୁ ଚମ୍ପପଟ ମାରିଥିଲେ । ପରେ ଡ୍ରାଇଭର ଗାଡିକୁ ଆଗକୁ ନ ବଢ଼ାଇ ଟୋଲଗେଟ ଫେରିଆସି କିଛି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ କହିବାପରେ ସ୍ଥାନୀୟ ଲୋକେ ଟ୍ରକରୁ ଡକାୟତି କରୁଥିବା ସେହି ନିର୍ଦ୍ଧିଷ୍ଟ କେତେକ ଯୁବକଙ୍କର ଫୋଟ ଡ୍ରାଇଭରକୁ ଦେଖାଇବା ପରେ କେତେକଙ୍କ ମୁହଁ ଚିହ୍ନି ପାରିଥିଲେ ଡ୍ରାଇଭର । ତେବେ ରାତିରେ ଡ୍ରାଇଭର ଜଣକ ଟୋଲଗେଟ ନିକଟରେ ଅଟକିଯାଇ ପରଦିନ ଅର୍ଥାତ ୧୦/୦୭/୨୦୧୯ରିଖ ବୁଧବାର ଏକ ଲିଖିତ ଅଭିଯୋଗ ସହ ସଂପୃକ୍ତ ଯୁବକମାନଙ୍କ ଫୋଟୋ ନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିବାପରେ ସେହି ସନ୍ଧ୍ୟାରେ ଟୋଲଗେଟ ନିକଟରୁ ଜଳେଶ୍ୱର ବ୍ଳକ ଅନ୍ତର୍ଗତ ନଛିମପୁର ପଞ୍ଚାୟତ ନାଙ୍ଗୁରସାହି ଗ୍ରାମର ବଳରାମ ( ବଳିଆ )କୁ ପୋଲିସ ଟେକିଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି । ଡ୍ରାଇଭର ଅଭିଯୋଗ ଅନୁଯାଇ ବଳିଆ ସମେତ ସେହି ପଞ୍ଚାୟତର ସାହାଡ଼ାପଡା ଗ୍ରାମର ଗଣେଶଚନ୍ଦ୍ର ଗିରିଙ୍କ ପୁଅ ସଂଗ୍ରାମ ଓ ସଂଗ୍ରାମଙ୍କ ଶଳା ରାହୁଲ ଘର ତେଘରି, ନାଙ୍ଗୁର ସାହି ଗ୍ରାମର ଶମ୍ଭୁନାଥ ଦାସଙ୍କ ପୁଅ ଆକାଶ, ଗୌରହରି ଦାସଙ୍କ ପୁଅ ମନୋରଞ୍ଜନଙ୍କ ନାମ ଏତାଲାରେ ଦର୍ଶାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ବଳିଆକୁ ଥାନରୁ ମୁକୁଳାଇ ବା ପାଇଁ କିଛି ଦଳୀୟ ନେତାଙ୍କ ଥାନା ବାରଣ୍ଡାରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ୬ ଘଣ୍ଟାକାଳ ଥାନା ହାଜତରେ ଅଟକ ରହିବାପରେ ମଧ୍ୟରାତିରେ ବଳିଆ କୁ ପୋଲିସ ଛାଡ଼ିଦେଇଥିବା ଜଣାପଡିଛି । ତେବେ ବଳିଆ ମୁକୁଳିବା ପଛରେ ୧୫ହଜାର ଟଙ୍କା କିଏ ନେଇଛି ତାକୁନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ଯେ ଏମାନଙ୍କୁ ପୋଲିସ ଉଠାଉଛି କାହିଁକି…? ପରେ ଛାଡ଼ିଦେଉଛି କଣ ପାଇଁ…? ଆଉ ଏହି ଟୋଲ ପ୍ଳାଜା ନିକଟରେ ଏଯୁବକ ମାନଙ୍କର ବସ ଟ୍ରକରୁ ଡକାୟତିର ପୂର୍ଣ୍ଣ ଛେଦ ପଡିବ କେବେ….? ପୁଲିସ ଏଥି ପର୍ତି ଦ୍ରୁଷ୍ଟି ନଦେବା ପୁଲିସ ଉପରକୁ ସିଧାସଳଖ ଆଙ୍ଗୁଳି ଉଠୁଛି ା
