ସୋର କଲେଜଛକରେ ଅଣ ଛାତ୍ରଙ୍କ ଉତ୍ପାତ ବଡୁଛି; ଏବେ ହଣା ହଣି ଆଗକୁ ମରିବେ

ସୋର: ଅଣଗୁରିଆମି, ଅଭଦ୍ରାମି, ଉଶୃଙ୍ଖଳ, ଡକାୟାତ ଓ ନିଶା ବେପାରିଙ୍କ ଆଡା ସାଜିଛି ସୋର କଲେଜ ଛକ । ସୋର କଲେଜ ଛକରେ ଶକ୍ଷିକ ପରିବେଶକୁ ନଷ୍ଟକରି ମେଧାବି ଛାତ୍ରକ ଛାତ୍ର ରାଜନୀତି ନାମରେ ବାଟବଣା କରୁଛନ୍ତି ଉଶୃଙ୍ଖଳିତ କେତକ ଯୁବକମାନେ । ବିଗତ ବର୍ଷରେ ସୋର କଲେଜ ଛକରେ ଛତ୍ର ମୃତ୍ୟୁ ଓ କଲେଜ କତୃପକ୍ଷଙ୍କ ମୃତ୍ୟୁଭଳି ଘଟଣା ଘଟିଯାଇଥିଲା ବେଳେ ପୁଣି ତାର ପୁନରାବୃତିର ଆଭାସ ମିଳୁଛି । ମିଳିଥିବା ଖବର ମୁଳେ ଗତ କାଲି ସୋର କଲେଜ ଛକରେ ଅଣଛାତ୍ର ଏବଂ ଛତ୍ରଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇ ସ୍ବପ୍ନ ଜିତ ଦାସ ଜଣେ ଯୁବକ ଗୁରୁତ୍ବର ଆହାତ ହୋଇଥିଲେ ବେଳେ ସୋର ଥାନାରେ ୪ଗୋଟି ପୃଥକ ଅଭିଯୋଗ ହୋଇଛି । ସୋର ପୁଲିସ ତଦନ୍ତ ଆରମ୍ଭ କରିଛି ।ତେବେ ପ୍ରଶାସନ ସୋର କଲେଜର ବିଶୃଙ୍ଖଳା ପ୍ରତି ଗୁରୁତ୍ବନଦେବା ଏବଂ ଅଣଛାତ୍ର କଲେଜକୁ ପ୍ରବେଶକୁ ରୋକ ନଲଗେଇବା କଲେଜ ଛକର ଶୈକ୍ଷିକ ପରିବେଶକୁ ନଷ୍ଟ କରିବା ସହ ଅସମାଜିକ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେଉଛି।

Leave a Reply

Your email address will not be published. Required fields are marked *