ସୋର: ଚାରି ମାସର ଶିଶୁପୁତ୍ର ଲିଭର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ବେଳେ , କରଣବୀର ବାପା ମା ଆହୁ୍ରୀ ଅଧିକ ଚିକିତ୍ସା ପାଇଁ ଅର୍ଥବାଧକ ସାଜିଥିବାରୁ ସାମାଜିକ ଗଣମାଧ୍ୟରେ ପିଲାକୁ ବଞ୍ଚାଇବା ପାଇଁ କରୁଣ ନିବେଦନ କରିଥିଲେ । କିଛି ବଦାନ୍ୟ ବ୍ୟକ୍ତି ଆର୍ଥୀକ ସାହାଯ୍ୟ କରିଥିଲେ ଏବଂ ଯାହାଫଳରେ ବାପା ମା ଚିକିତ୍ସା ପାଇଁ ଭୁବନେଶ୍ବର ଜାଇଥିଲେ । ହେଲେ ଭଗବାନ ଏତେ କରୁଣ ବାପ ମାଙ୍କ ଦୁଖ ଶୁଣିନଥିଲେ ଆଜି ସକାଳ ୯.୩୦ ମିନିଟ ସମୟରେ କୁନି କରଣବୀର ବାପ ମାଙ୍କୁ ଛାଡି ଚାଲିଯାଇଥିଲା । ବାପା କାହ୍ନୁ କାନ୍ଦି କାନ୍ଦି କହିଥିଲେ ଆଉଟିକେ ଶିଘ୍ର ଚିକିତ୍ସା ଆରମ୍ଭ କରିଥିଲେ ମୋ ପୁଅ ବଞ୍ଚି ଯାଇ ପାରିଥାନ୍ତା । ମୁଁ ଏ ଦୁନିଆର ହତଭାଗା ବାପା ଜିଏ ତା ପୁଅକୁ ବଞ୍ଚାଇବା ପାଇଁ କିଛି କରିପାରିଲି ନାହିଁ ।
