ଆମ୍ବୁଲେନ୍ସ – ଟ୍ରକ ଧକା ୨ ମୃତ ୪ ଗୁରୁତ୍ୱର

ଜଳେଶ୍ଵର : ( ସଂଜୟ ଦାସ ) ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ ମୃତ ୪ ଗୁରୁତ୍ୱର । ଘଟଣାରୁ ପ୍ରକାଶ ଯେ ତା: ୩୦/୦୬/୨୦୧୯ (ରବିବାର) ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲା ବିଷ୍ଣୁପୁର ଅଞ୍ଚଳରୁ ଏକ ଆମ୍ବୁଲେନ୍ସ ଡବ୍ଲୁ.ବି ୬୭ବି-୩୫୧୩ ରୋଗୀ ନେଇ କଟକ ବାହାରିଥିଲା । ତେବେ କଟକ ପହଞ୍ଚିବା ପୂର୍ବରୁ (ଅର୍ଥାତ) ଓଡିଶା ପ୍ରବେଶ ଦ୍ବାର ଲକ୍ଷ୍ମଣ ନାଥ ରୋଡ଼ ଟୋଲପ୍ଲାଜା ସନ୍ନିକଟ ୬୦ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୫୭ ନମ୍ବର ଟ୍ରକ ପାସିଙ୍ଗ ଅଫିସ ସମ୍ମୁଖରେ ରାତିରେ ଛିଡାକରାଇ ରଖିଥିବା ଓଡ଼ି ୦୧ଏସି-୦୫୨୫ ଟ୍ରକକୁ ଆମ୍ବୁଲେନ୍ସଟି ପିଟି ହୋଇଥିଲା । ତେବେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲେନ୍ସରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣଙ୍କୁ ଜଳେଶ୍ୱର ଜି.କେ. ଭୋଟ୍ଟର ହସ୍ପିଟାଲ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆମ୍ବୁଲେନ୍ସ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଗୁରୁତ୍ୱର ଥିବା ଅନ୍ୟ ସମସ୍ତେ ଜଳେଶ୍ୱର ଜି. କେ. ଭୋଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଓ ଆହତଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *