ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଳେଶ୍ୱର କମର୍ଦ୍ଦାରେ ଲଙ୍କାକାଣ୍ଡ

ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ୱର–ଚନ୍ଦନେଶ୍ୱର ରାସ୍ତା କମର୍ଦା ଥାନା ଦାହୁଣଦା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ କୁ ନେଇ ଘଟିଛି ଲଙ୍କାକାଣ୍ଡ । ସୂଚନା ଅନୁଯାୟୀ ସାଇକେଲ ଚାଳକ ଶଶିକାନ୍ତ ଦାସ ନାମକ ଯୁବକ ସନ୍ଧ୍ୟାରେ ବଜାର ଯାଉଥିବା ବେଳେ ତାଙ୍କ ଉପରେ ଦମ୍ପର ଚଢିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ୫ଟି ଦମ୍ପର ,୨ଟି ଜେସିବି ,ଗୋଟିଏ ଟ୍ରାକଟର ସମେତ ଗୋଟିଏ କାର ଓ ଦମ୍ପର ଚାଳକଙ୍କ ଘରକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ଏହି ଲଙ୍କାକାଣ୍ଡ ନିକଟରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି। ଭୋଗରାଇ ଓ ଜଳେଶ୍ୱର ର ଚାରୋଟି ଦମକଳ ଗାଡ଼ି ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ତେବେ ଖବରରୁ ପ୍ରକାଶ ଯେ ସାଇକେଲ ଚାଳକ ଶସିକାନ୍ତ ଦାସଙ୍କୁ ଡମ୍ପର ଚାଳକ ଘନଶ୍ୟାମ ଦାସଙ୍କର ସମ୍ପର୍କୀୟ ହୋଇଥିବା ହେତୁ ପୂର୍ବ ଶତ୍ରୁତା ଥିବା ଆକ୍ରୁସରେ ତାଙ୍କ ଉପରେ ଡମ୍ପର ଚଢାଇଦେଇଛି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚା ହେଉଛି। ତେବେ ଘଟଣା ସ୍ଥଳରେ ଏବେବି ପରିସ୍ଥିତି ଭୟଙ୍କର ରହିଛି

Leave a Reply

Your email address will not be published. Required fields are marked *