ଆମ୍ବୁଲାନ୍ସ ଲୁଟିଲେ ଲୁଟେରା

ଜଳେଶ୍ୱର : ( ସଂଜୟ ଦାସ ) ମିଛ ବାହନା କରି ରୋଗୀ ର ପରିଚୟ ଦେଇ ୬ ଆନ୍ତର୍ଜାତୀୟ ବନ୍ଧୁକ ଧାରୀ ଲୁଟେରା ଲୁଟିନେଲେ ଓଡ଼ିଶାର ଏକ ଆମ୍ବୁଲାନ୍ସ। ଗତ ୨୧-୬-୨୦୧୯ (ଶୁକ୍ରବାର)ରାତିରେ ବାଲେଶ୍ଵର ଗୋପାଳଗାଁ ର ସିପୁନ ଦାସ ନିଜ ବନ୍ଧୁଙ୍କ ବିବାହ ଭୋଜି ଖାଇବାପାଇଁ ନିଜର ବୋଲେରୋ ଆମ୍ବୁଲାନ୍ସ (ଓଡ଼ି -୦୧-କ୍ୟୁ-୩୫୦୫) ଗାଡିକୁ ନେଇ ବାଲେଶ୍ୱର ନିଧିପଣ୍ଡା ଯାଇଥିଲେ । ମାତ୍ର ବାହାଘର ଭୋଜି ଖାଇ ଫେରୁ ଫେରୁ ରାତି ପ୍ରାୟ ୧୨:୩୦ ହୋଇଯାଇଥିଲା । ତେବେ ବାଲେଶ୍ୱର ଫୁଲାଡ଼ି ବାଇପାସ ୬୦ନଂ ଜାତୀୟ ରାଜପଥ ଉପରେ ୫ଜଣ ଯୁବକ ଓ ଜଣେ ଗୋଡ଼ ଓ ମୁଣ୍ଡରେ ବେଣ୍ଡେଜ ବାନ୍ଧି ରୋଗୀ ପରିଚୟ ଦେଇ ଆମ୍ବୁଲାନ୍ସ କୁ ଅଟକାଇ ରୋଗୀର ଅବସ୍ଥା ଗୁରୁତ୍ତର ଅଛି, ଆମେ କଟକରୁ ଆସିଥିବା ଗାଡ଼ିଟି ବାଟରେ ଖରାପ ହୋଇଯିବାରୁ ଉକ୍ତ ଗାଡିଟିକୁ ଛାଡ଼ିବାପାଇଁ ପଡ଼ିଥିଲା ରାତିରେ ଆମେ ବିପଦରେ ପଡ଼ିଛୁ ଆମକୁ ଟିକେ ସାହାଯ୍ୟ କରନ୍ତୁ, ଆମକୁ ପଶ୍ଚିମବଙ୍ଗ କୋଲାଘାଟ ଅଂଚଳ କୁ ଯିବାପାଇଁ ପଡିବ । ତେବେ ଆମ୍ବୁଲାନ୍ସ ମାଲିକ ସିପୁନ ପ୍ରଥମେ ରାଜି ନ ହେବାରୁ ଏହି ୬ଜଣ ଯୁବକ ନେହୁରା ହୋଇ ରାଜି କରାଇଥିଲେ । ଆମ୍ବୁଲେନ୍ସ ମାଲିକ ସିପୁନ ଯିବାପାଇଁ ରାଜିହେବା ପରେ ୭୦୦୦ଟଙ୍କା ଭଡ଼ା ଲାଗିବ କହିବାରୁ ଯୁବକ ମାନେ ୬୫୦୦ ଟଙ୍କାରେ ଭଡ଼ା ଛିଣ୍ଡାଇ ଥିଲେ । ପରେ ବାଲେଶ୍ୱର ଫୁଲାଡି ଠାରୁ ପାଞ୍ଚ ଯୁବକ ସମେତ ରୋଗୀ ପରିଚୟ ଦେଇଥିବା ବ୍ୟକ୍ତି ଙ୍କୁ ନେଇ ସିପୁନ ନିଜେ ତାଙ୍କ ଆମ୍ବୁଲେନ୍ସ କୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଥିଲେ । ଏହି ଯୁବକ ମାନଙ୍କୁ ନେଇ ୩୫କିମି ଆମ୍ବୁଲେନ୍ସ ଗଡ଼ିବାପରେ ଅର୍ଥାତ ବସ୍ତା ନିକଟରେ ସିପୁନ ଆମ୍ବୁଲେନ୍ସ ରେ ତେଲ ପକାଇବା ପାଇଁ ପୁରା ପଇସା ମାଗିବାରୁ ଯୁବକ ମାନେ ୫୦୦୦ଟଙ୍କା ଦେଇଥିଲେ । ପରେ ଆମ୍ବୁଲେନ୍ସ ଗଡ଼ିଥିଲା ପଶ୍ଚିମବଙ୍ଗ ରାତି ପ୍ରାୟ ୨ଟା ବେଳକୁ ଖଡ଼ଗପୁର ର ମକ୍ରମପୁର ପହଂଚିବା ପରେ ୬ଯୁବକଙ୍କର ବାହାରିଥିଲା ଅସଲି ରୂପ । ନିଛାଟିଆ ରାସ୍ତାରେ ଆମ୍ବୁଲନ୍ସ କୁ ଛିଡ଼ା କରାଇ ସିପୁନକୁ ମାଡ଼ ମାରିବା ସହ ବନ୍ଧୁକ ଓ ଭହୁଜାଲି ର ଭୟ ଦେଖାଇ ନିଶା ଦେଇ ଅଚେତ କରି ରାସ୍ତା କଡରେ ଫିଙ୍ଗି ଦେଇ ଆମ୍ବୁଲେନ୍ସକୁ ନେଇ ଛୁ ମାରିଥିଲେ । ତେବେ ଆମ୍ବୁଲେନ୍ସ ମାଲିକ ସିପୁନ ଘଟଣା ପରଦିନ ଗାଁ କୁ ଫେରିବା ପରେ ସମସ୍ତ ଘଟଣା ସମ୍ପର୍କରେ ପ୍ରକାଶ କରି ଗତ କାଲି ୨୪-୬-୨୦୧୯ ରିଖରେ ଜଳେଶ୍ୱର ଥାନାରେ ଲେଖିତ ଅଭିଯୋଗ କରିଥିଲେ । ମାତ୍ର ଘଟଣା ଟି ପଶ୍ଚିମବଙ୍ଗ ରେ ଘଟି ଥିବାରୁ ଜଳେଶ୍ୱର ପୋଲିସ ଲିଖିତ ଅଭିଯୋଗ ନେବନାହିଁ ବୋଲି ମନା କରିଥିଲେ । ତେବେ ସବୁଠାରୁ ବଡ କଥା ଯେ ଏଭଳି ଅଭିନବ ଉପାୟ ରଚି ନିଜକୁ ରୋଗୀ ପରିଚୟ ଦେଇ ଏହି ଅନ୍ତର୍ଜାତୀୟ ବନ୍ଧୁକ ଲୁଟେରା ମାନେ ପୋଲିସ ହାତରେ ଧରା ନପଡ଼ି ଚମ୍ପଟ ମାରିବା ଘଟଣାଟି ବାଲେଶ୍ୱର ଜିଲ୍ଲା ପାଇଁ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *