ଭୁଜାଲିଙ୍କ କବ୍ଜାରେ ସରକାରୀ ଜମି; ଭକୁଆ ବନୁଛନ୍ତି ସୋର ତହସିଲଦାର

ସୋର: ସୋରର ବିଭିନ୍ନ ଅଞ୍ଚଳରେ ଥିବା ଗୋଚର ଏବଂ ଅନାବାଦି ଜମିଗୁଡିକରୁ ମାଟି ଦଲାଲ ମାନେ ରାତା ରାତି ହଜର ହଜାର ଟ୍ରିପ ମାଟି ବିକ୍ରି କରଥିବାକୁ ନେଇ ବିଭିନ୍ନ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଉଥିବା ବେଳେ କିଛି ଗ୍ରାମବାସୀ ମାନେ ମଧ୍ୟ ସୋର ତହସିଲଦାରଙ୍କୁ ଜଣାଇଛନ୍ତି ହେଲେ ତହସିଲଦାର ମୋଟା ଅଙ୍କର ଭାଗ ନେଇ ଚୁପ ହୋଇଯାଉଛନ୍ତୁ । ଜେସିବି ଦ୍ବାରା ସରକାରୀ ଜମିରୁବେଧଡ଼କ ମାଟି ତଡ଼ା ଲାଗିଛି। ଏନେଇ ରାଜସ୍ୱ ବିଭାଗ ନିରବ ରହୁଥିବା ଯୋଗୁ ଦଲାଲମାନେ ବେଫିକର ହୋଇ ମାଟି ତାଡ଼ିବାରେ ଲଗିଛନ୍ତି୍। ବ୍ଲକ ସମେତ ପୌରାଞ୍ଚଳର ପ୍ରତ୍ୟେକ ଗାଁ ଓ ୱାର୍ଡରେ ଜେସିବି ଦ୍ବାରା ମାଟି ତାଡିବା କାର୍ଯ୍ୟ ଚାଲୁଛି ଅନ୍ୟପକ୍ଷରେ ତହସିଲ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଶୂନ। ରାତିଦିନ ଜେସିବିଗୁଡିକ ମାଟି ତାଡିବା ପରେ ଶହ ଶହ ସଂଖ୍ୟାରେ ରେକର୍ଡ ନଥିବା ଟ୍ରାକ୍ଟର ମାଟି ଚାଲାଣ କରି ମାଲେମାଲ ହେଉଛନ୍ତି୍। ଜେସିବିଗଡିକୁ ଘଣ୍ଟାକୁ ୮ରୁ ୧୨ ଶହ ଟଙ୍କା ନେଇ ମାଟି ତାଡୁଥିବାବେଳେ ଟ୍ରାକ୍ଟର ପିଛା ୫୦ ଟଙ୍କାରୁ ୩ ଶହ ଟଙ୍କାରେ ମାଟି ବିକ୍ରି ହେଉଛି। ବିଶେଷ କରି ରାତିରେ ଜେସିବି ଲଗାଇ ସରକାରୀ ଜମିରୁ ମାଟି ତଡ଼ା ଯାଉଛି। କିଛି ଅସାଧୁରାଜସ୍ୱ କର୍ମଚାରୀ ଏହି କାର୍ଯ୍ୟକୁ ସହଯୋଗ କରୁଥିବା ଅଭଯୋଗ ହେଉଛି। ସୋର ବ୍ଲକର ୨୪ ପଞ୍ଚାୟତ ସମେତ ମ୍ୟୁନିସିପାଲଟିର ୧୯ ଏବଂ ୪ନଂ ୱାର୍ଡରେ ପ୍ରତ୍ୟହ ଏହି ମାଟି ବେପାର ଚାଲିଛି। ସରକାରୀ ଜମି ଉପରେ ମାଟି ଦଲାଲମାନଙ୍କ ଲୋଲୁପ ଦୃଷ୍ଟି ପଡିବା ଯୋଗ ଅୁ ନେକ ସ୍ଥାନରେ ସରାକାରୀ ଜମି ବିରାଟ ବିରାଟ ଖାଲରେ ପରିଣତ ହେଉଛି। ମାଟି ଉଠାଇବାକୁନେଇ ଗ୍ରାମବାସୀ ବିରୋଧ କଲେ, ମାଟି ଦଲାଲମାନେ ଧମକ ଚମକ ଦେଇ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କୁ ହାତ ବାରିସୀ କରି ନିଜର ଫାଇଦା ହାସଲ କରୁଥିବା ଅଭଯୋଗ ହେଉଛି। ଅପରପକ୍ଷରେ ବେସରକାରୀ ଜମି ଖୋଳିବାକୁ ରାଜସ୍ୱ ଅଧିକାରୀଙ୍କ ନିକଟରୁ ଅନୁମତି ଆଣିବାକୁ ନିୟମ ରହିଥିବାବେଳେ କୌଣସି ବେସରକାରୀ ଜମି ମାଲିକ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏପଟେ ମାଟି ବୋହିବା ବେଳେ ଟ୍ରାକ୍ଟର ଡ୍ରାଇଭରମାନଙ୍କ ବେପାରୁଆ ଗାଡ଼ି
ଚାଳନା ଯୋଗୁ ରାସ୍ତା ଗୁଡିକ ନଷ୍ଟ କରୁଛନ୍ତି୍। ଏଥିନେଇ ସୋର ତହସିଲଦାରଙ୍କୁ ରାତି ସମୟରେ କିଛି ଗ୍ରାମବାସୀ ଅଭିଯୋଗ ନେଇ ତାଙ୍କ ସରକାରୀ ଘରେ ଦେଖା କରିଥିଲେ ହେଲେ ତହସିଲଦାର କହିଥିଲେ ଦିନ ରାତି ଡ୍ୟୁଟି କରି କରି କ୍ଲାନ୍ତ ହୋଇ ପଡିଛି ମୁଁ ଯାଇ ପାରିବି ନାହିଁ । ତାହାଲେ ଏଥିରୁ ପ୍ରମାଣିତ ହେଲା ଯେ ତହସିଲଦାରଙ୍କ ଭାଗ ମୋଟା ଅଙ୍କର ରହଛି ଜନସାଧାରଣଙ୍କ ଆକ୍ରୋଶ ତହସିଲଦାରଙ୍କ ପ୍ରତି ବଡିବାରେ ଲାଗିଛି ଏବଂ ବଦିଳି କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ବର ଉଠିଲାଣି ।

Leave a Reply

Your email address will not be published. Required fields are marked *