ତାତିଲେ ମହିଳା ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ମଦ ବୋତଲ

ଜଳେଶ୍ୱର : ( ସଂଜୟ ଦାସ ) ଓଡ଼ିଶାର ପ୍ରବେଶ ଦ୍ୱାର କୁହାଯାଉଥିବା ସୀମାନ୍ତ ଜଳେଶ୍ୱର ଅଂଚଳରେ ବର୍ଷ ବର୍ଷ ଧରି ଦେଶୀ ଓ ବିଦେଶୀ ଚୋରା ମଦ ବେପାର ସଂଖ୍ୟା ଏତେ ବଢି ଜାଇଛି ଯେ ତାହା ନକହିଲେ ଭଲ । ତେବେ ଏ ଚୋର ମଦବେପାରୀଙ୍କୁ ଜଳେଶ୍ୱର ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସର ପ୍ରହସନରେ ଦିନରାତି ଚୋରାରେ ବେଧଡକ ବେପାର ଚାଲିଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ମାତ୍ର ଏହି ଚୋରା ବେପାରୀ ମାନଙ୍କୁ ଜଳେଶ୍ୱରର ଜଣେ ଅନ୍ତର୍ଜାତୀୟ ସ୍ତରର ଚୋରା ନିଶା ବ୍ୟବସାୟୀ ” ସାଜନ “ହିଁ ଏକ ମାତ୍ର ଯୋଗାଣ କାରୀ ଵ୍ୟକ୍ତି । ତେବେ ଜଳେଶ୍ୱର ଥାନା ଓ ଅବକାରୀ ଅଫିସ କାର୍ଯ୍ୟାଳୟ ଠାରୁ ମାତ୍ର ୫ କି:ମି: ଦୂର ସୁଗୋ ଗ୍ରାମରେ ଏହି ଚୋରା ମଦ ବେପାର କୁ ନେଇ ଗାଁରେ ତାତିଲେ ଶତାଧିକ ମହିଳା ଆଉ ଶେଷରେ ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ମଦ ବୋତଲ । ପରେ ଉକ୍ତ ମହିଳା ମାନେ ସ୍ଥାନୀୟ ଚୋରା ମଦ ବ୍ୟବସାୟ ବନ୍ଦ କରିବା ସାଙ୍ଗକୁ ଗାଁ ବେପାରୀ କାହ୍ନୁ ବାରିକଙ୍କୁ ଗିରଫ କରିବା ଦାବିରେ ସୁଗୋ-କମାର୍ଶାଳିଆ ରାସ୍ତା ଉପରେ ମଦ ଢାଳି ଭଙ୍ଗା ବୋତଲ ରଖି ଦୀର୍ଘ ସମୟଧରି ଅବରୋଧ କରିଥିଲେ । ଚୋରା ମଦ ବେପାରୀ କାହ୍ନୁ ବାରିକ ଘରୁ ପାଖାପାଖି ବୀୟର- ୧୮୦ ବୋତଲ, ନମ୍ବର ୱାନ ରମ- ୧୦୦ ବୋତଲ, ଇଂପୀୟର ବ୍ଲୁ- ୮୦ ବୋତଲ ଓ ଦେଶୀ ମଦ ୫୦ ଲିଟର ମହିଳା ମାନଙ୍କ ହାତରେ ଧରା ପଡିଥିଲା । କିଛିସମୟ ପରେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ବୁଝାସୁଝା ଚଳାଇଛନ୍ତି । ତେବେ କଥା ହେଉଛି ଗାଁ ଭିତରେ ଏତେ ବଡ ଚୋରା ମଦ ରାକେଟ ଜଣକ କେବଳ ଜଳେଶ୍ୱରର ଏହି ଆନ୍ତର୍ଜାତୀୟ ନିଶା ବ୍ୟବସାୟୀ “ସାଜନ ” ଠାରୁ ଏତେ ପରିମାଣ ମଦ ଆଣି କିପରି ବେବସାୟ କରୁଛନ୍ତି ତାହା ଅବକାରୀ ଓ ପୋଲିସି ଜାଣିପାରୁନି କେମିତି ନା ଯାଣି ନିରବ ରହୁଛି ଯାହା ଆଗାମି ଦିନରେ ସାମ୍ହନାକୁ ଆସିବ ।

Leave a Reply

Your email address will not be published. Required fields are marked *