ସୋର: ମୃତକ ଜଣକ ହେଲେ ସୋର ଥାନା ଅର୍ନ୍ତଗତ ନଦିଗାଁ ଅଞ୍ଚଳର ଖଗେଶ୍ବର ପତି । ସେ ତାଙ୍କ ବାଡିରେ ଥିବା ଗଛରେ ପାଣି ଦେଉଥିବା ସମୟରେ ଛିଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଖଗେଶ୍ବର ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇପଡିବାରୁ ପରିବାର ଲୋକ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଆସିଥିଲେ ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ସୋର ପୁଲିସ ଖବର ପାଇ ପହଁଚି ଶବକୁ ବ୍ୟବଚ୍ଚେଦ ପାଇଁ ପଠାଇଛି ।
