ଓଡିଆ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗତ ୧୨ ତାରିଖରେ କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଆହୁରି ପଢ଼ନ୍ତୁ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଲିଲ୍‌ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଭାବେ ବେଶ୍‌ ଜଣାଶୁଣା। ସେ ଉଭୟ ଫିଲ୍ମ ଓ ଧାରାବାହିକରେ ହାସ୍ୟ ଅଭିନେତା ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ।

୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ‘ଶାସ୍ତି’, ‘ଲଭ୍ ଷ୍ଟେସନ‘,‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ମହାନାୟକ’,’ଗପ ହେଲେ ବି ସତ’, ‘ସିଷ୍ଟର ଶ୍ରୀଦେବୀ’ ଆଦି ଫିଲ୍ମରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ତାଙ୍କ ମୃତ୍ୟୁ ପରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାଇ ଖେଳିଯାଇଛି।

Leave a Reply

Your email address will not be published. Required fields are marked *