ସୋର : ରାଜ୍ୟରେ ଧର୍ଷଣ ମାମଲା ଦିନକୁ ଦିନ ବଡିଚାଲିଥିବା ବେଳେ ସୋର ସହକରୀ ଦୌରାଜଜ୍ କୋର୍ଟ ଏକ ଗୁରୁତ୍ବ ପୁର୍ଣ୍ଣ ରାୟ ଶୁଣାଇ ଛନ୍ତି । ସୋର ସହକାରୀ ଦୌରାଜଜ୍ କୋଟର ବିଚାରପତି ଚିତରଞ୍ଜନ ମିଶ୍ର ଖଇରା ଥାନା ବଣପାରିଆ ଗ୍ରାମର ନରତ୍ତୋମ ବେହେରା ଉକ୍ତ ଗ୍ରାମର ଜୈନିକା ବିବାହିତା ମହିଳାଙ୍କୁ ଅପହରଣ ଭୟ ଦେଖାଇ ଧର୍ଷଣ କରିବା ନିମନ୍ତେ ମକଦମାର ବିଚାର କରି ଅଭିଯୁକ୍ତଙ୍କୁ ଦଫା ୩୬୬, ୩୭୬, ୫୦୬ ମୁଳେ ଦଶବର୍ଷ ସଶ୍ରମ କାରାଦଣ୍ଡ ସହିତ ଦଶ ହଜାର ଟଙ୍କା ଜୋରିମାନା ଦଣ୍ଡବିଧାନ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ଶ୍ରୀଯୁକ୍ତ ସୁବାଷ କୁମାର ଦାସ ମୋକଦ୍ଦମା ପରିଚାଳନା କରୁଥିଲେ ।
