ସୋର : ସୋରର ଇତିହାର ପୃଷ୍ଠା ଯଦି ଓଲଟାଇବା ତାହାଲେ ୧୯୫୧ ମସିହାରେ ନନ୍ଦ କିଶୋର ଦାସ ପ୍ରଥମ ବିଧାୟକ ଓଡିଶାର ବିଧାନ ସଭାର ପ୍ରଥମ ବାଚସ୍ପତି ହୋଇଥିଲେ । ୧୯୫୭ରେ ହରେକୃଷ୍ଣ ମହତାବ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବଂ ଯଦୁନାଥ ଦାସ ମହାପାତ୍ର ଲଗାତର ୩ଥର ବିଧାୟକ ହୋଇ ଅର୍ଥ ବିଭାଗର ମନ୍ତ୍ରୀ ହୋଇଥିଲେ । ହେଲେ ୧୯୯୦ ମସିହାରୁ ୨୦୧୪ ପର୍ଯନ୍ତ ସୋର ବିଧାନସଭା ଆସନରୁ କାହାରିକୁ କୌଣସି ମନ୍ତ୍ରୀ ପଦ ଦିଆଯାଇ ନାହିଁ ଯାହାକୁ ନେଇ ସୋର ବାସୀ ଆଜି ପର୍ଯ୍ୟନ୍ତ ସୋରକୁ ମନ୍ତ୍ରୀ ପଦ ଦିଆ ଯାଉ ବୋଲି ଦାବି କରିଆସୁଛନ୍ତି । ତେବେ ଏଭଳି ଏକ ପରିସ୍ଥିତିରେ ବର୍ତ୍ତମାନର ବିଧ୍ୟାୟକ ପର୍ଶୁରାମ ଧଡାଙ୍କୁ ସମସ୍ତ ପ୍ରତିକୁଳ ପ୍ରରିସ୍ଥିତି ତାଙ୍କ ମନ୍ତ୍ରୀ ପଦ ପାଇଁ ସୁହାଉ ଥିବାର ସୋରବାସୀ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଦଖିବାକୁ ଗଲେ ବିଜେପିର ମୋଦିଙ୍କ ହାଓ୍ବା ଏବଂ ସୋର କଂଗ୍ରେସ ଏବଂ ବିଜେପି ଅଘୋଷିତ ମେଣ୍ଟ ସତ୍ତ୍ବେ ଏହାର ପ୍ରଭାବ କୁ ନିଷ୍କ୍ରିୟ କରିଦେଇଥିଲେ ପର୍ଶୁରାମ ଧଡା । ଏବଂ ବିପୁଳ ଜନ ସମର୍ଥନରେ ବିଜୟଲାଭ କରିଥିଲେ ଏହି ଆସନରୁ । ଯେଉଥି ପାଇଁ ସୋର ବାସୀ ତାଙ୍କୁ ମନ୍ତ୍ରୀ ପଦ ପାଇଁ ଦାବି କରିଅାସୁଥିଲା ବେଳେ ବିଶେଷ ସୁତ୍ରରୁ ସୁଚନା ମିଳେ ତାଙ୍କୁ କୃଷି ଏବଂ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ପଦ ମିଳିବାର ସୁଚନା ଜାଣିବାକୁ ମିଳୁଛି । ତେବେ ଯଦି ପର୍ଶୁ ଧଡାଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ଖାଲି ସୋର କିମ୍ବା ବାଲେଶ୍ବର ଜିଲା ନୁହେଁ ପୁରା ରାଜ୍ୟ ତଙ୍କ ବିକଶିତ ଦୁରଦୃଷ୍ଟି ଫଳରେ ରାଜ୍ୟର କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହେବ ବୋଲି ଆଶ କରାଯାଏ ।
