ସୋର : ସୋର ବିଧାନସଭା ଆସନ ଏତେ ଜଟିଳା ଥିଲା ଯେ ବୁଝିବା ଭାରି କଷ୍ଟ ଥିଲା । ଗୋଟିଏ ପକ୍ଷରେ ବିଜେଡିରୁ ପର୍ଶୁରାମ ଧଡା ଟିକେଟ ପାଇବା ପରେ ବିଜେଡିର କିଛି କର୍ମୀ ଦଳ ବଦଳ କରିଥିଲେ । ଅନ୍ୟପକ୍ଷରେ ବିଜେଡି ଅର୍ଥାତ ପର୍ଶୁରାମ ଧଡାଙ୍କୁ ହରାଇବା ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିବା ଜଣାପଡିଥିଲା। ତେବେ ବିଜେଡିର ପର୍ଶୁରାମ ଧଡାଙ୍କୁ ହରାଇବାକୁ କଂଗ୍ରେସ ଏବଂ ବିଜେପି ବିଭିନ୍ନ ଦିଗରୁ ଘେରିବାକୁ ଆରମ୍ଭ କରିଥିଲେ । ହେଲେ ପର୍ଶୁରାମ ଧଡା ବିରୋଧିଙ୍କ ସବୁ ରଣ କୌଶଳକୁ ପଛରେ ପକାଇ ଏକାକି ନିର୍ବାଚନ ଲଢି ଜିତି ବିରୋଧିଙ୍କ ହୋସ ଉଡାଇଦେଇଛନ୍ତି । ଏବଂ କଂଗ୍ରେସର ଅଘୋଷିତ ମେଣ୍ଟ ବିଜେପି ସହିତ ବୁମେରାଂ ସାଜିଛି ବୋଲି କିଛି ରାଜନୈତିକ ବ୍ୟକ୍ତି ନିଜର ମତ ରଖି କହିଛନ୍ତି । ନିଜ ଅସ୍ତ୍ରରେ କଂଗ୍ରେସ ନିଜେ ଆଜି ମାଟି କାମୁଡି ପଡିଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ଘନ ଘନ ସୋର ଆଗମାନ ଏବଂ ହାଇଭୋଲଟେଜ ପ୍ରଚାରକୁ ଦେଖି ବିରୋଧି ଭାବିଥିଲେ ବିଧାୟକ ସିଟ ହାତେଇବା ସହଜ ହେବ ବୋଲି । ଠିକ ତା ବିପରିତ ଦିଗରେ ପର୍ଶୁରାମ ଧଡା ନିଜେ ଏକା ପ୍ରଚାର ମୈଦାନକୁ ଓଲାହିଥିଲେ ନିଜେ ଏକା ପ୍ରଚାର କରିଥିଲେ ଏବଂ ସଫଳ ହୋଇଥିଲେ । କିଛି ଦିନ ପୂର୍ବରୁ ସୋର ଅନନ୍ତପୁର ଏକ ସଭା କାର୍ଯ୍ୟରେ ଆସି ବିଧାୟକଙ୍କୁ କିଛି ଇଙ୍ଗିତ କରି ଏମିତି କହିଥିଲେ “ସେ ଧଡା କୁ ଏଠୁ ଖଡା କରି ବିଦାୟ କରିବା” କିନ୍ତୁ ହେଲା କଣ କିଏ ଖଡା ହୋଇ ବିଦାୟ ନେଲା କହିବାକୁ ବାକି ନାହିଁ। ବିଧାୟକ ଏ ବିଷରେ କେନ୍ଦ୍ର ମନ୍ତ୍ରୀଙ୍କୁ କହିଥିଲେ କି “DHADA” କେବଳ ଗୋଟିଏ ଟାଇଟେଲ ନୁହଁ ସୋରର ଗୋଟିଏ ବ୍ରାଣ୍ଡ ସେହିବ୍ରାଣ୍ଡ ଆଜି ଜିତିବା ପରେ ମନ୍ତ୍ରୀ ବାବୁଏବଂ ତାଙ୍କ ଦଳ ପୁରା ନିରବ ା ସବୁପରେ ଏହି ଜିତ୍ ସୋର ତଥା ବାହାନଗା ବ୍ଲକର ସାଧାରଣ ଜନତାଙ୍କ ଜିତ୍ ୫ବର୍ଷ ସେବା କରିଥିଲି ଆଉ ୫ବର୍ଷ ସୁଜଗ ମିଳିଲା ସେବା କରିବି ବୋଲି କହିଛନ୍ତି ବିଧାୟକ ପର୍ଶୁରାମ ଧଡା ା
