ନାଥୁରାମ ଗଡସେର ଜନ୍ମ ଦିବସ ପାଳି ଅଖିଳ ଭାରତ ହିନ୍ଦୁ ମହାସଭାର ୬କର୍ମୀ ଗିରଫ

ସୁରଟ :ଦେଶ ଦ୍ରୋହି ତଥା ଆଯାଦ ଭାରତର ପ୍ରଥମ ଆତଙ୍କ ବାଦି ନାଥୁରାମ ଗଡସେର ଜନ୍ମ ବାର୍ଷିକ ପାଳି ଗୁଜୁରାଟର ୬ଗିରଫ ା ବିଜେପିର ଶାଖା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ବିକୃତ କାର୍ଯ୍ଯକୁ ନେଇ ସାଧାରଣରେ ଅଶନ୍ତୋଷ ଦେଖାଦେଇଛି । ଗଡସେର ଜନ୍ମବାର୍ଷିକି ପାଳୁଛନ୍ତି ଆତ୍ମଘୋଷିତ ଦେଶଭକ୍ତ ଦଳର କର୍ମୀମାନେ । ଗଡସେ ପରି ଜଣେ ହତ୍ଯାକାରୀକୁ ଶ୍ରେଷ୍ଠ ଦର୍ଶାଇ ଯୁବପୀଢିକୁ ବିଭ୍ରାନ୍ତ କରି ଭୁଲ ରାସ୍ତାକୁ ଟାଣି ନେଉଛି ବିଜେପି । ବିଜେପି ଯଦି ଆଉ ବେଶୀ ଦିନ ଶାସନରେ ରହେ ତେବେ ଇତିହାସରେ ପରିବର୍ତ୍ତନ କରି ଗୋଡସେ ମହାତ୍ମା ଥିଲେ ଓ ଗାନ୍ଧିଜୀ ଆତଙ୍କ ବାଦି ଥିଲେ ଲେଖିଦେବ ବୋଲି କିଛି ଗାନ୍ଧି ବାଦି ମାନେ ଅଭିଯୋଗ କରୁଛନ୍ତି ା ତେବେ ହିନ୍ଦୁ ମହାସଭାର କର୍ମିଙ୍କୁ ଗିରଫ କରାଜିବାକୁ ସାଧାରଣରେ ଉପଯୁକ୍ତ ବିଚାର ବୋଲି ମତ ପ୍ରକାଶ ପାଉଥିବା ବେଳେ ସେମାନଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁକରାଜିବାକୁ ଦାବି ହେଉଛି ା ଅନ୍ୟପଟେ ହିନ୍ଦୁ ମହାସଭା ଭଳି ଅନୁଷ୍ଠାନକୁ ବେଆଇନ୍ ସଂଗଠନ ଘୋଷଣା କରାଜିବାକୁ ବିଭିନ୍ନ ମହଲରୁ ଦାବିହେଉଛି ା

Leave a Reply

Your email address will not be published. Required fields are marked *