ସୋର : ବେସରକାରୀ ଡାକ୍ତରଙ୍କ ଓୌଷଧରେ ୨୧ ବର୍ଷର ଯୁବତୀଙ୍କ ମୃତ୍ୟୁ
ସୋର ଥାନା ଅଧିନ ବାଗୁଡି ଅଞ୍ଚଳର ଗଜେନ୍ଦ୍ର ଦାସଙ୍କ ଝିଅ ସସ୍ମିତା ଦାସ ୨୧ବର୍ଷ । ସସ୍ମିତା ଦୁଇଦିନ ଦିନ ପୁର୍ବରୁ ଥଣ୍ତା ଜର ସହିତ କାଶ ହେଉଥିବା ଯୋଗୁ ସୋର ଛତ୍ରପୁର ନିକଟରେ ବେସରିକାରୀ କ୍ଲିନିକରେ ଶିଶୁ ବିଶେଷଜ୍ଞ ଭାବରେ ଶଶାଙ୍କ ଶେଖର ଆର୍ଚାଯ୍ୟଙ୍କୁ ଦେଖାଇଥିଲେ । ଡାକ୍ତର ସସ୍ମିତାଙ୍କୁ ଦେଖି କାଶ ଓୌଷଧ ଦେଇଥିଲେ । କାଶ ଓୌଷଧ ଖାଇ ସସ୍ମିତାଙ୍କ ଗୁରୁତ୍ବର ହେବାରୁ ସୋର ଡାକ୍ତରଖାନାକୁ ନେଇଥିଲେ । ୩୦ମିନିଟ ପରେ ସସ୍ମିତାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ପରିବାରଲୋକେ ଡାକ୍ତରଙ୍କ ନାରେ ହତ୍ୟା ଅଭିଯୋଗ ଆଣି ସୋର ଥାନାରେ ଅଭିଯୋଗ କରିଛନ୍ତି । ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗିରହିଛି ।
