ଅଧା ରହିଗଲା ଇଟାଭାଟି ଭଙ୍ଗା : ଚଦର ବାଲାଙ୍କ ସର୍ବନାସ ଚେମିନି ବାଲାଙ୍କ କୁତୁକୁତୁ

ସୋର : ବାଲେଶ୍ୱର ଜିଲ୍ଲା ଦେଶର ଏକ ପ୍ରମୁଖ ପ୍ରଦୁଷଣ ଜିଲ୍ଲା ଗଣତି ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଗତ କିଛି ଦିନ ତଳେ ୩ଟି ଚଦର ଇଟାଭାଟି ଭାଙ୍ଗିବା ସହିତ ୩ଟି ଚିମିନି ଇଟା ଭାଟିରେ ୧୬୩ ଧାରା ଲାଗୁ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଇଟା ଭାଟିର ମାଲିକ ମାନେ କୌଣସି ନିୟମ ନମାନି ପୁନଶ୍ଚ ଇଟା ଭାଟି ଚାଲୁକରିଥିଲେ। ଗତକାଲି ସୋର ତହସିଲଦାର ଦୈତାରି ମଲ୍ଲିକ ୧୬୩ ଧାରା ଲାଗୁଥିବା ଗଙ୍ଗା ନାମକଏକ ଇଟାଭାଟିରେ ଚଢାଉ କରି ଗୋଟିଏ ଇଟା ବୋଝେଇ ଟ୍ରକ ଜବତ କରିଥିବା ବେଳେ ଆଜି ମଧ୍ୟାହ୍ନରେ ତହସିଲଦାର ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଦିଗିଭଅଁରା ଅଞ୍ଚଳରେ ଥିବା ୨ଟି ଚଦର ଇଟାଭାଟି ଓ ସିଙ୍ଗଖୁଣ୍ଟା ଅଞ୍ଚଳରେ ଗୋଟିଏ ଚଦର ଇଟାଭାଟିରେ ଚଢାଉ କରି ଜେସିବି ସାହାଯ୍ୟରେ ଇଟା ଭାଟିକୁ ଭାଙ୍ଗିବା ସହିତ ସୋର ଦମକଳ ବିଭାଗ କର୍ମଚାରୀ ମାନେ ପାଣି ମାରି ଇଟାକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହଙ୍କ ସମେତ ଖଣି ଅଧିକାରୀ ,ସୋର ପୁଲିସ ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। କିନ୍ତୁ ଚେମିନି ଇଟା ଭାଟି ରହିଥିବା ବେଳେ ସେମାନଙ୍କୁ କେବଳ ୧୬୩ ଧାରା ଲଗାଇ ପ୍ରଶାସନ ନିରବ ରହିବାକୁ ନେଇ ସାଧାରଣରେ ଅସନ୍ତୋଶ ଦେଖାଦେଇଛି I ତେବେ ୧୬୩ ଧାରା ପରେ ଯେଉଁ ଇଟାଭାଟିରେ ଇଟାନିର୍ମାଣ କରିବେ ସେ ଇଟାଭାଟି ଗୁଡିକୁ ଖାଲି ପାଣିମାଡ ହେବନି ଡୁଜର ଲଗାଇ ଚିମିନି ଗୁଡା ଭାଙ୍ଗି ଦିଆଜିବାନେଇ ସୁଚନା ମିଳିଛି I

Leave a Reply

Your email address will not be published. Required fields are marked *