ସରକାରୀ କଲେଜର ଅଧ୍ୟକ୍ଷ ନା ସରକାରୀ କଲେଜର ଗୁଣ୍ଡା । ଅଭିଯୋଗ ଅନୁସାରେ ଦୀର୍ଘ ୨୦ ବର୍ଷଧରି ସିମୁଳିଆ କଲେଜରେ ଅଧ୍ୟାପକ ରହି ପୁଣି ଉକ୍ତ କଲେଜରେ ଅଧ୍ୟକ୍ଷ ହେବା ଏବଂ ନିଜ ମନ ଇଛାରେ କଲେଜକୁ ପରିଚାଳନା କରିବା ଶେଷରେ ଉଶୃଙ୍ଖଳତାର ଚରମ ସୀମାକୁ ଜାଇ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ସ୍ପପ୍ଟକରୁଛି ଏ ଅଧ୍ୟକ୍ଷ ଜଣଙ୍କ କେଉଁ ନା କେଉଁ ଏକ ରାଜନୈତିକ ଶକ୍ତିରେ ଏଭଳି ଘୃନ୍ୟ କାର୍ଯ୍ୟ କରୁଛନ୍ତି । ଯାହା ଅଲୋଚନା ହୁଏ ସ୍ଥାନୀୟ ବିଧ୍ୟାୟକ ଜୋତିପ୍ରକାଶ ପାଣିଗ୍ରାହିଙ୍କ ଆର୍ଶୀବାଦର ହାତ ଏହି ଅଧ୍ୟକ୍ଷଙ୍କ ଉପରେ ରହିଥିବାରୁ ଏଭଳି କାର୍ଯ୍ୟ କରୁଛନ୍ତି । ତେବେ ସବୁପରେ ସିମୁଳିଆ ପୁଲିସ ଅଧ୍ୟକ୍ଷଙ୍କ ପ୍ରେମରେ କେମିତି ପଡିଲା ? ଅଭିଯୋଗର ୧୪ ଦିନପରେ ମଧ୍ୟ ମାମଲା ଋଜୁ ନକରିବାରୁ ଧାରଣାରେ ବସିଲେ ସାମ୍ବାଦିକ ।
ସିମୁଳିଆ +୩ କଲେଜରେ ଏକ ଚୋରୀର ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକା ଜଣକୁ ଦୁର୍ରବ୍ୟବହାର କରିବା ଘଟଣା ଏବେ ସିମୁଳିଆ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଏନେଇ ଜୈନିକ ସାମ୍ବାଦିକା ଜଣକ ସିମୁଳିଅା ଥାନାରେ ଏତଲା ଦେଇଥିଲେ ମଧ୍ୟ ସିମୁଳିଆ ଆଇ. ଆଇ. ସି କୌଣସି ଏ ବିଷୟରେ ପଦକ୍ଷପ ଗ୍ରହଣ କରିନଥିବା ହେତୁ ସିମୁଳିଆ ସାମ୍ବାଦିକ ସମେତ ସୋର ସାମ୍ବାଦିକ ମାନେ ଧାରଣାରେ ବସିଲେ । ଏବଂ ଯେତେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଟାନ ଗ୍ରହଣ ନକରନ୍ତି ସେତେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଆଇ.ଆଇ.ସି ଦାବି ପତ୍ରରେ ଜଣାଇ ଛନ୍ତି । ଅନ୍ୟପକ୍ଷରେ ସିମୁଳିଆ ଆଇ. ଆଇ. ସି ସଂଜୟ କୁମାର ପରିଡା ଥାନାରେ ଅନୁପସ୍ଥିତି ଏବଂ ତାଙ୍କର ଫୋନ ମଧ୍ୟ ବନ୍ଦ ଥିବା କାରଣରୁ ଅସନ୍ତୋଷ ପ୍ରକାଶ ପାଇଛି । ସିମୁଳିଆ ଥାନା ଅଧିକାରୀ ରାଜନୈତିକ ଚାପାରେ ଏଭଳି କରୁଥିବାର ଚର୍ଚା ହେଉଛି ।
