ସୋର ବିଜେପି ଦୁଇଫାଳ; କଂଗ୍ରେସରେ ମିଶିଲେ ମାନସ

ସୋର : ସୋର  ନିର୍ବାଚନ ମଣ୍ଡଳିରେ ନିର୍ବାଚନ ଯେତେ ପାଖେଇ ପାଖିଇ ଆସୁଛି ସେତେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି । ୨୦୧୯ ରେ ବିଧ୍ୟାୟକ ଭାବରେ ନିଜକୁ ଦେଖୁଥିବା ସୋର ବିଜେପିର ବିଧ୍ୟାୟ ପାର୍ଥୀ ରାକେଶ ମଲିକ ସବୁ ସପ୍ନକୁ ଚୁରମାର କରିଦେଇଛନ୍ତି ମାନସ ରଂଜନ ସେଠୀ । ମାନସ ଏକଦା ବିଜେପିରେ ଜଣେ ଆଗ ଧାଡିର ନେତା ଭାବରେ ଜଣାଯାଉଥିଲେ ଏବଂ ଟିକେଟ ପାଇବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା ହେଲେ ରାକେଶଙ୍କୁ ଟିକେଟ ମିଳିବା ପରେ ଆଜି ମାନସ ସେଠୀ କଂଗ୍ରେସରେ ଯୋଗଦାନ କରିଛନ୍ତି । ସୋର ବିଜେପି କେତେଜଣ ନିର୍ଦିଷ୍ଟ ଲୋକ ତାଙ୍କର ପୈତୃୁକ ସମ୍ପତି ଭାବୁଥିବାରୁ ମୁଁ ଅଣ ନିଶ୍ବାସୀ ହୋଇପଡିଥିଲି ଯାହା ଫଳରେ ଆଜି କଂଗ୍ରେସରେ ଯୋଗଦାନ କରିଛି । ମାନସ ରଂଜନ ସେଠୀ ଆଜି ଶହ ଶହ କର୍ମୀ ମାନଙ୍କ ସହ ସୋର କଂଗ୍ରେସର ବିଧାୟକ ପ୍ରାଥୀ ସୁରେନ୍ଦ୍ର ପ୍ରମାଣିକ ଏବଂ ଭଦ୍ରକ ଲୋକସଭା ପ୍ରାଥିନୀ ମଧୁମିତା ସେଠୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦାନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *