ଜଳେଶ୍ୱର : ( ସଂଜୟ ଦାସ ) ନିର୍ବାଚନ ଆସିଲେ ନେତାଙ୍କୁ ଘାରେ କ୍ଷେମତା ନିଶା । ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ୨୦୧୯ ସାଧାରଣ ନିର୍ବାଚନ ସବୁ ଦଳର ନେତାଙ୍କ ପାଇଁ କ୍ଷେମତା ନିଶା ଅଧିକ ଘାରିଛ ।
ଠିକ ସେତିକି ବେଳେ କେଉଁଠି ଦଳରେ ଟିକେଟ ପାଇଲା ପରେ ବି ଅଧିକ କ୍ଷେମତା ପାଇଁ ଅନ୍ୟ ଦଳକୁ ଡିଆଁ ମାରିବା ସହିତ ଆଉ କେଉଁଠି ଟିକେଟ ଆଶାରେ ଦଳ ପରିବର୍ତ୍ତନ କରିବା ଏ ନିର୍ବାଚନରେ ଅଧିକ ଦେଖା ଦେଇଛି ।ଏହାର ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଧାନସଭା କ୍ଷେତ୍ରରେ । ନେତାଙ୍କୁ କ୍ଷେମତାର ଲୋଭ ଏତେ ଘାରିଛି ନିଜର ଅସ୍ତିତ୍ୱ ହରାଇ ଟିକେଟ ଲୋଭରେ ଏଣେ ତେଣେ ହୋଇ ଏବେ ଭୋକ ଜ୍ୱାଳା ରେ ତଟିଆ କାମୁଡିବା ଘଟଣା ଦେଖା ଦେଲାଣି । ମାସ କି ବର୍ଷ ନୁହେଁ ମାତ୍ର ୧୮ ଦିନ ତଳେ ଜଳେଶ୍ୱର କଂଗ୍ରେସର ଦମଦାର ନେତା ତଥା ଦଳର ପୁର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ ଚଳିତ ନିର୍ବାଚନରେ ଦଳୀୟ ଟିକେଟ ପାଇବା ତାଲିକାରୁ ବଞ୍ଚିତ ହେବା ପରେ ଦେବୀପ୍ରସନ୍ନ ଚନ୍ଦ ୧୮ ଦିନ ତଳେ ଅର୍ଥାତ ମାର୍ଚ୍ଚ ୨୩ରେ ମୋଦିମନ୍ତ୍ର ଯୋପିବା ପାଇଁ ବିଜେପିକୁ ଡେଇଁ ଥିଲେ । ତେବେ ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ବିଜେଡିର ଭେଟ୍ରାନ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ବିଜେଡି ଟିକେଟ ତାଲିକାରୁ ବାଦ ପଡିବା ପରେ ଗତ ଏପ୍ରିଲ ୨ ତାରିଖ ଦିନ ବିଜେଡିକୁ ବାଇ ବାଇ କରି ପଦ୍ମ ପୋଖରୀରେ ବୁଡ଼ ପକାଇ ପରେ ବିଜେପି ତାଙ୍କୁ ବସ୍ତା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ତେବ ରଘୁ ମହାନ୍ତିଙ୍କ ପୂର୍ବରୁ ବସ୍ତା ଆସନ ପାଇଁ ଯେଉଁ ଦେବୀ କଂଗ୍ରେସ ଛାଡି ବିଜେପି କୁ ଭରଷା କରି ଯାଇଥିଲେ । ଶେଷରେ ଦେବୀଙ୍କୁ ବିଜେପି ଶ୍ରୀଖଣ୍ଡି କରି ଛାଡିବା କଥା ଚା ଦୋକାନ ଠାରୁ ପାନ ଦୋକାନ ଯାଏଁ ଚର୍ଚ୍ଚା ହେଉଛି । ତେବେ ଦେବୀ ବାବୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଛାଡ଼ିଛନ୍ତି କହି ଏ ନିର୍ବାଚନରେ ବିଜେପି ଓ କଂଗ୍ରେସ କୁ ପାନେ ଦେବେ ବୋଲି କହି ଜଳେଶ୍ୱର ଆସନରୁ ସ୍ଵାଧୀନ ପ୍ରାର୍ଥୀ ମଧୁସୁଧ ଦାସ ଓ ବିଜେଡିର ବାଲେଶ୍ବର ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି
