ବିଜେଡି ବିରୋଧି ଶେଷ : ପର୍ଶୁଙ୍କ ଜିତିବା ବାଟ ଫିଟିଗଲା

ସୋର : ସୁରେନ୍ଦ୍ରଙ୍କ ଟିମ୍ କଂଗ୍ରେସକୁ ଗଲାପରେ ଆଜି ବିଜିପିରେ ମିଶିଲେ ଜୟନ୍ତ ଏଣ୍ଡ ମାଧ ଗ୍ରୁପ ା ପ୍ରତିଖ୍ୟାର ଅନ୍ତଘଟି ଆଜି ସାମ୍ନାକୁ ଆସିଲା ବିଜେଡିର ଅସନ୍ତୁଷ୍ଟ ଭୋଟ ଦୁଇଫାଳ ହେବା ଯାହା ବିଜେଡି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡାଙ୍କୁ ସୁହାଇବ ମାନେ ଜିତିବାରେ ସମ୍ଭାବନାକୁ ଦ୍ରୁଡିଭୁତ କରାଇବ ବୋଲି ରାଜନୈତିକ ସମିଖ୍ୟକ ମାନେ ମତରଖିଛନ୍ତି ା

୧୯୮୫ରେ ସାରା ରାଜ୍ୟରେ ଯେତେବେଳେ ଜନତା ପାର୍ଟିର ହାଓ୍ବା ଚାଲିଥିଲା ସେତେବେଳେ ସ୍ବର୍ଗତ କାର୍ତ୍ତୀକ ମହାପାତ୍ର ନିଜର କଂଗ୍ରେସର ଗଡରେ କଂଗ୍ରେସର ବାନା ଉଡାଇବାକୁ ବଜାୟ ରଖିଥିଲେ ା ମାତ୍ର ବିଜେଡି କହିଲେ କିଛି ହାତ ଗଣତି ଲୋକ ମାନେ ଥିଲେ ହେଲେ ୨୦୦୯ ମସିହାରେ ଏହି ଆସନ ସଂଗ୍ରୁହିତ ହେବାରୁ ରାଜନୈତିକ ପାଣିପାଗ ସାମାନ୍ୟ ବଦଳିବାର ଦେଖାଯାଇଥିଲା । ୨୦୧୪ ମସିହାରେ ବିଜେପିରୁ ଆସି ବିଜେଡିରୁ ଟିକେଟ ପାଇ ପ୍ରଥମ ଥର ପାଇଁ ବିଜୁ ଜନତା ଦଳରୁ ବିଧ୍ୟାୟକ ଭାବେ ପର୍ଶୁରାମ ଧଡା ହୋଇଥିଲେ ଏବଂ କଂଗ୍ରେସର ଗଡକୁ ଭାଙ୍ଗି ଶଙ୍ଖ ଫୁଙ୍କିଥିଲେ ସୋର ନିର୍ବାଚନ ମଣ୍ଡଳିରୁ । ତେବେ ପର୍ଶୁରାମ ଧଡାଙ୍କୁ ୨ବର୍ଷରୁ ଉର୍ଦ୍ଧ ଲାଗିଥିଲା ଲୋକ ଚିହ୍ନିବା ପାଇଁ ଜେତେବେଳେ ସେ ଲୋକ ଚିହ୍ନିଲେ ସେତେବେଳକୁ  ସୋର ବିଜୁ ଜନତା ଦଳ ଦୁଇଭାଗ ହୋଇଯାଇଥିଲା, ଯାହାଙ୍କୁ ଅସନ୍ତୁଷ୍ଟ ବିଜେଡି ବୋଲି କୁହାଯାଏ । କାରଣ ସେମାନେ ପର୍ଶୁରାମ ଧଡାଙ୍କ ତାଗିଦ୍ କୁ ଗ୍ରହଣ କରିପାରୁନଥିଲେ ଏବଂ ୨୦୧୯ ନିର୍ବାଚନରେ ପର୍ଶୁଧଡାକୁ ବିରୋଧ କରି ଅନ୍ୟ ଜଣକୁ ପାର୍ଥୀ କରିବାର ଆଶା ବଳାଇଥିଲେ ଅସନ୍ତୁଷ୍ଟ ବିଜେଡି ବା ଜୟନ୍ତ ଓ ପରମାଣିକ ଟିମ୍ । ହେଲେ ପୁଣି ବିଜେଡି ଆଉଥରେ ପର୍ଶୁରାମ ଧଡାକୁ ଟିକେଟ ଦେବାରୁ ଅସନ୍ତୁଷ୍ଟ ବିଜେଡି ଭାଙ୍ଗିପଡିଥିଲେ । ମାତ୍ର ଗୋଟିଏ ଦିନ ପରେ ୨୦୧୪ ରୁ ଟିକେଟ ଲୋଭରେ କଂଗ୍ରେସରୁ ବିଜେଡିକୁ ଅସିଥିବ ସୁରେନ୍ଦ୍ର ପ୍ରସାଦ ପରମାଣି ପୁଣି କଂଗ୍ରେସକୁ ଡିଆଁ ମାରିଥିଲେ ଏବଂ ସଫଳ ହୋଇଥିଲେ ମଧ୍ୟ । ହେଲେ ଜୟନ୍ତ ଟିମ ପୁରା ଚିନ୍ତାରେ ରହିଯାଇଥିଲେ କଣ କଲେ ପର୍ଶୁ ଧଡାକୁ ହରାଇବେ ବୋଲି । ଶେଷରେ ସେ ଆଜି ବଜେପିରେ ଯୋଗଦାନ କଲେ । ମାନେ ଅସନ୍ତୁଷ୍ଟ ବିଜେଡି ଦୁଇଭାଗରେ ବିଭକ୍ତ ହୋଇଗଲା । ତା ମାନେ ଗୋଟେ ପୋଖରିରେ ପାଣି ଦୁଇଭାଗ ହୋଇଗଲେ ମାଛ ଧରିବାକୁ ସୁବିଧା ହୁଏ । ଠିକ ସେହିଭଳି ଏମାନଙ୍କ ଦୁଇଭାଗ ହେବାଦ୍ବାରା ପର୍ଶୁରାମ ଧଡାର ନିର୍ବାଚନ ଜିତିବା ଆଶାର ଶତକଡା ବଢିଗଲା। ସୋରରେ ବିଜେପିର ଛବି ଖରାପ ହୋଇସାରିଛି ଏମିତିକି ତାଙ୍କର ପ୍ରାର୍ଥିଙ୍କ ନାମ ସୋର ଦଙ୍ଗାଠୁ ନେଇ ସାମ୍ବାଦିକଙ୍କୁ ଦୁରବ୍ୟବହାର ଯାଏଁ ଅଛି ା ତେବେ ଏ ସବୁ ମଧ୍ୟରେ ଲଢେଇ କଂଗ୍ରେସ ଏବଂ ବିଜେଡିକ ହେବା ସ୍ପଷ୍ଟ ଜଣା ପଡିଗଲା ା

Leave a Reply

Your email address will not be published. Required fields are marked *